ହିଂସାକାଣ୍ଡ ବେଳେ ଚାଷୀ ମୃତ, ପୁଲିସ୍‌ ଗୁଳି ନା ଟ୍ରାକ୍ଟର ଓଲଟି ପ୍ରାଣ ହରାଇଲେ?

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଷୀ ଓ ପୁଲିସ୍‌ ମଧ୍ୟରେ ଘଟିଥିବା ହିଂସାକାଣ୍ଡ ବେଳେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଏହି ଚାଷୀ ଜଣଙ୍କ ଅନ୍ୟମାନଙ୍କ ସହ କେନ୍ଦ୍ରୀୟ ଦିଲ୍ଲୀର ଆଇଟିଓ ଜଙ୍କସନ ନିକଟରେ ଟ୍ରାକ୍ଟର ରାଲି କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ଦ୍ରୁତଗତିରେ ଟ୍ରାକ୍ଟର ଚଳାଇବା ବେଳେ ଏହା ଓଲଟି ପଡ଼ିବାରୁ ଚାଷୀ ଜଣଙ୍କ ମୃତ୍ୟୁ ଘଟିଥିବା ପୁଲିସ୍‌ କହିଛି। ହେଲେ ଦୀନ ଦୟାଲ ଉପାଧ୍ୟାୟ ମାର୍ଗ ନିକଟରେ ଆନ୍ଦୋଳନ କରୁଥିବା ଚାଷୀମାନେ ଅଲଗା କଥା କହିଛନ୍ତି। […]

d

d

Hemant Lenka
  • Published: Tuesday, 26 January 2021
  • Updated: 26 January 2021, 04:33 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଷୀ ଓ ପୁଲିସ୍‌ ମଧ୍ୟରେ ଘଟିଥିବା ହିଂସାକାଣ୍ଡ ବେଳେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଏହି ଚାଷୀ ଜଣଙ୍କ ଅନ୍ୟମାନଙ୍କ ସହ କେନ୍ଦ୍ରୀୟ ଦିଲ୍ଲୀର ଆଇଟିଓ ଜଙ୍କସନ ନିକଟରେ ଟ୍ରାକ୍ଟର ରାଲି କରୁଥିବା ବେଳେ ପ୍ରାଣ ହରାଇଛନ୍ତି। ଦ୍ରୁତଗତିରେ ଟ୍ରାକ୍ଟର ଚଳାଇବା ବେଳେ ଏହା ଓଲଟି ପଡ଼ିବାରୁ ଚାଷୀ ଜଣଙ୍କ ମୃତ୍ୟୁ ଘଟିଥିବା ପୁଲିସ୍‌ କହିଛି। ହେଲେ ଦୀନ ଦୟାଲ ଉପାଧ୍ୟାୟ ମାର୍ଗ ନିକଟରେ ଆନ୍ଦୋଳନ କରୁଥିବା ଚାଷୀମାନେ ଅଲଗା କଥା କହିଛନ୍ତି। ପୁଲିସ୍‌ ଗୁଳି କରି ଉକ୍ତ ଚାଷୀଙ୍କୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରି ଧାରଣାରେ ବସିଛନ୍ତି।

ଗୋଟିଏ ପଟେ ଦେଶ ୭୨ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଅନ୍ୟପଟେ ଚାଷୀମାନେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲି ଆରମ୍ଭ କରିଥିଲେ। ତେବେ ଏହି ଟ୍ରାକ୍ଟର ରାଲି ସମୟ ବିତିବା ସହ ଉଗ୍ର ରୂପ ଧାରଣ କରିଥିଲା। ଲାଲକିଲ୍ଲା ଅଭିମୁଖେ ଚାଷୀମାନେ ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲେ।

ଏହି ସମୟରେ ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ଥିବା କିଛି ଯୁବକ ପୁଲିସ୍‌ ବ୍ୟାରିକେଡକୁ ଭାଙ୍ଗିବା ସହ ପୁଲିସ୍‌ ସହ ମାରପିଟ୍‌ କରିଥିଲେ। ପୁଲିସ୍‌ ଏଥିପାଇଁ ଟିୟର ଗ୍ୟାସ ସହ ଲୁହବୁହା ଗ୍ୟାସ ମଧ୍ୟ ମାଡ଼ କରିଥିଲା। ବିକ୍ଷୋଭକାରୀମାନେ ମଧ୍ୟ ପୁଲିସ୍‌ ଉପରକୁ ପାଲଟା ଆକ୍ରମଣ କରିଥିଲେ। ଏହାର ଏକାଧିକ ଡ୍ରାମାଟିକ ଫଟୋ ଓ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି। ଏପରି କି ଚାଷୀମାନେ ଲାଲକିଲ୍ଲାରେ ପ୍ରବେଶ କରି ସେମାନଙ୍କ ପତାକା ମଧ୍ୟ ଉଡ଼ାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos