ସବାରି ସାଜିଲା ହେଲିକପ୍‌ଟର: ନିଆରା ଢଙ୍ଗରେ ଝିଅ ବିଦା କରି ପିଲା ବେଳର ସ୍ୱପ୍ନ ପୂରା କଲେ ବାପା

ଝନ୍‌ସୀ: ପିଲାଟିବେଳୁ ଦୀପିକାଙ୍କ ସ୍ୱପ୍ନ ଥିଲା ହେଲିକପ୍‌ଟରରେ ବସିବେ। ଆଉ ଖାସ୍‌ କରି ନିଜ ବାହାଘର ବେଳେ ଏଇ ହେଲିକପ୍‌ଟରେ ନିଜ ମନର ମଣିଷ ସହ ଉଡିଯିବେ ଶାଶୂଘର। ଶେଷରେ ତାଙ୍କର ଏ ସ୍ୱପ୍ନ ସାର୍ଥକ ହୋଇଛି। ବାପା, ଭାଇ ମିଶି ଦୀପିକାଙ୍କ ମନ ରଖିଛନ୍ତି। ଅଳିଅଳି ଝିଅର ପିଲାବେଳର ଆଶା ପୂରଣ କରିଛନ୍ତି। ଘଟଣାଟି ହେଉଛି ଉତ୍ତର ପ୍ରଦେଶ ଝାନ୍‌ସୀ ଅଞ୍ଚଳର। ସ୍ଥାନୀୟ ମୌରୀ ଗ୍ରାମର କୃଷକ ରାକେଶ ଯାଦବଙ୍କ ୩ଝିଅଙ୍କ ଭିତରୁ ସବା ସାନ […]

phur

phur

Rakesh Mallick
  • Published: Monday, 14 May 2018
  • Updated: 14 May 2018, 04:55 PM IST

Sports

Latest News

ଝନ୍‌ସୀ: ପିଲାଟିବେଳୁ ଦୀପିକାଙ୍କ ସ୍ୱପ୍ନ ଥିଲା ହେଲିକପ୍‌ଟରରେ ବସିବେ। ଆଉ ଖାସ୍‌ କରି ନିଜ ବାହାଘର ବେଳେ ଏଇ ହେଲିକପ୍‌ଟରେ ନିଜ ମନର ମଣିଷ ସହ ଉଡିଯିବେ ଶାଶୂଘର। ଶେଷରେ ତାଙ୍କର ଏ ସ୍ୱପ୍ନ ସାର୍ଥକ ହୋଇଛି। ବାପା, ଭାଇ ମିଶି ଦୀପିକାଙ୍କ ମନ ରଖିଛନ୍ତି। ଅଳିଅଳି ଝିଅର ପିଲାବେଳର ଆଶା ପୂରଣ କରିଛନ୍ତି।

ଘଟଣାଟି ହେଉଛି ଉତ୍ତର ପ୍ରଦେଶ ଝାନ୍‌ସୀ ଅଞ୍ଚଳର। ସ୍ଥାନୀୟ ମୌରୀ ଗ୍ରାମର କୃଷକ ରାକେଶ ଯାଦବଙ୍କ ୩ଝିଅଙ୍କ ଭିତରୁ ସବା ସାନ ହେଉଛନ୍ତି ଦୀପିକା। ରୂପ ଯେମିତି, ଗୁଣ ବି ସେମିତି। ଆଉ ଭାରି ଅଳିଅଳି ବି ସିଏ। ଖାସ୍‌ ସେଇଥିପାଇଁ ପିଲାଟିବେଳୁ ତାଙ୍କର କୌଣସି କଥା ଭାଙ୍ଗିନାହାନ୍ତି ପରିବାର ଲୋକେ। ଦୀପିକାଙ୍କ ଭାଇ କୁହନ୍ତି- “ପିଲାଟି ବେଳୁ ସେ ସବୁବେଳେ କହୁଥିଲା ବାହାଘର ବେଳେ ମୋତେ ହେଲିକପ୍‌ଟରରେ ବସାଇ ବିଦାୟ ଦେବ, ଆଜି ତା କଥା ରଖିଛୁ। ଆଶା ସେ ଭଲରେ ରହିବ’।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ହେଲିକପ୍‌ଟରରେ ଝିଅ ବିଦା ହେଉଥିବା ଦେଖିବାକୁ ପୁରା ଗାଁ ଏକଜୁଟ୍‌ ହୋଇଥିଲା ଦୀପିକାଙ୍କ ଘର ଆଗରେ। କିଏ ସେଲ୍‌ଫି ଉଠାଉଥିଲା ତ କିଏ ନବଧୂର ବିଦାୟ ବେଳର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରୁଥିଲା। ଘଟଣା ସମ୍ପର୍କରେ ଖବର ପାଇଁ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ହୋଇ ଭିଡ଼ ନିୟନ୍ତ୍ରଣ କରିଥିଲା।

 

ସୂଚନାଯୋଗ୍ୟ, ଦୀପିକାଙ୍କ ବାପା ଜଣେ କୃଷକ । ଅନ୍ୟ ଝିଅମାନଙ୍କ ବାହାଘାର ସରିଥିବା ବେଳେ ଦୀପିକାଙ୍କ ବାହାଘର ପାଇଁ ପରିବାର ଲୋକେ ବେସ୍‌ ତତ୍ପର ଥିଲେ। ନିକଟରେ ନିଜ ଗାଁଠାରୁ ମାତ୍ର ୬ କିମି ଦୂର ଏକ ଗ୍ରାମର ଜଣେ ଯୁବକଙ୍କ ସହ ଦୀପିକାଙ୍କ ବାହାଘର ଠିକ୍‌ ହୋଇଥିଲା। ଯୁବକଙ୍କ ନାଁ ଅଭୟ ହୋଇଥିବା ବେଳେ ତାଙ୍କ ପିତା ମଧ୍ୟ ଜଣେ କୃଷକ । ଏଣୁ ବାହାଘରରେ କୌଣସି ପ୍ରତିବନ୍ଧକ ନ ଥିଲା। ଆଉ ସୁରୁଖୁରୁରେ ବାହାଘର ସରିବା ପରେ ପୁରା ୟୂପିରେ ଏହି ନିଆରା ବିବାହ ଆଜି ଚର୍ଚ୍ଚାର ସିରୋନାମା ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos