ଦିଲ୍ଲୀ ପୁଲିସ୍‌କୁ ଚାଷୀନେତା ଧୋକା ଦେଇଥିବା କହିଲେ କମିଶନର

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ଟ୍ରାକ୍ଟର ରାଲି ବେଳେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନେଇ ଆଜି ଦିଲ୍ଲୀ ପୁଲିସ୍‌ କମିଶନର ଏସଏନ୍‌ ଶ୍ରୀବାସ୍ତବ ବଡ଼ ବୟାନ ଦେଇଛନ୍ତି। ଚାଷୀ ସଂଗଠନର ନେତାମାନେ ଦିଲ୍ଲୀ ପୁଲିସକୁ ଧୋକା ଦେଇ ଅସାମାଜିକ ତତ୍ତ୍ୱମାନଙ୍କୁ ଟ୍ରାକ୍ଟର ରାଲିର ଆଗକୁ ଛାଡ଼ିଥିଲେ। ସେମାନେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇ ଆଇନ ଭାଙ୍ଗିଲେ। ଏହି ହିଂସାରେ ଚାଷୀ ନେତା ବି ସାମିଲ ଥିଲେ। ହିଂସାକାଣ୍ଡରେ ୩୯୪ ଜଣ ପୁଲିସ୍‌ କର୍ମଚାରୀ ଆହତ […]

xf

xf

Hemant Lenka
  • Published: Wednesday, 27 January 2021
  • Updated: 27 January 2021, 09:21 PM IST

Sports

Latest News

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ଟ୍ରାକ୍ଟର ରାଲି ବେଳେ ଘଟିଥିବା ବ୍ୟାପକ ହିଂସାକାଣ୍ଡକୁ ନେଇ ଆଜି ଦିଲ୍ଲୀ ପୁଲିସ୍‌ କମିଶନର ଏସଏନ୍‌ ଶ୍ରୀବାସ୍ତବ ବଡ଼ ବୟାନ ଦେଇଛନ୍ତି। ଚାଷୀ ସଂଗଠନର ନେତାମାନେ ଦିଲ୍ଲୀ ପୁଲିସକୁ ଧୋକା ଦେଇ ଅସାମାଜିକ ତତ୍ତ୍ୱମାନଙ୍କୁ ଟ୍ରାକ୍ଟର ରାଲିର ଆଗକୁ ଛାଡ଼ିଥିଲେ। ସେମାନେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇ ଆଇନ ଭାଙ୍ଗିଲେ। ଏହି ହିଂସାରେ ଚାଷୀ ନେତା ବି ସାମିଲ ଥିଲେ। ହିଂସାକାଣ୍ଡରେ ୩୯୪ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ୧୯ ଜଣ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି। ସେହିପରି ଆଉ ୫୦ ଜଣଙ୍କୁ ଅଟକ ରଖାଯାଇଛି ବୋଲି କମିଶନର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସେ ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି, ଜାନୁଆରୀ ୨୬ରେ ହେବାକୁ ଥିବା ଟ୍ରାକ୍ଟର ରାଲି ସମ୍ପର୍କରେ ଦିଲ୍ଲୀ ପୁଲିସ୍‌ ଜାନୁଆରୀ ୨ରେ ସୂଚନା ପାଇଥିଲା। ଖବର ମିଳିବା ପରେ ଆମେ ଚାଷୀ ସଂଗଠନ ସହ ଆଲୋଚନା ଆରମ୍ଭ କରିଥିଲୁ। ୫ଥର ପୁଲିସ ଓ ଚାଷୀ ସଂଗଠନର ନେତାମାନଙ୍କ ସହ ଆଲୋଚନା ହୋଇଥିଲା।

ଗଣତନ୍ତ୍ର ଦିବସ ପାଳନ ଯୋଗୁ ଆମେ ପ୍ରଥମେ ସେମାନଙ୍କୁ ଜାନୁଆରୀ ୨୬ରେ ରାଲି ନ କରିବାକୁ କହିଥିଲୁ। କିନ୍ତୁ ସେମାନେ ଆମ କଥାରେ ରାଜି ହୋଇ ନଥିଲେ। ଏହାପରେ ଆମେ ତାଙ୍କୁ କୁଣ୍ଡଲି-ମାନେସର-ପାଲୱାଲ ଏକ୍ସପ୍ରେସ ୱେରେ ରାଲି କରିବାକୁ ପରାମର୍ଶ ଦେଇଥିଲୁ। ଏଠାରେ ଦିଲ୍ଲୀ ପୁଲିସ୍‌ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବ ବୋଲି ମଧ୍ୟ ଜଣାଇଥିଲୁ। ତଥାପି ସେମାନେ ଦିଲ୍ଲୀରେ ରାଲି କରିବାକୁ ଜିଦ୍‌ ଧରି ବସିଥିଲେ।

୫ଥର ବୈଠକ ଅନୁଷ୍ଠିତ ହେବା ପରେ ସିଂଘୁ(୬୩ କିମି), ଟିକ୍ରି(୭୪ କିମି) ଓ ଗାଜିପୁର(୪୬ କିମି) ରାସ୍ତାରେ ରାଲି କରିବାକୁ ଅନୁମତି ଦେଇଥିଲୁ। ଜାନୁଆରୀ ୨୫ରେ ଚାଷୀ ସଂଗଠନ ଅଣ୍ଡର ଟେକିଂ ଦେବା ସହ ୧୨ଟାରୁ ୫ଟା ଯାଏ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଦିଆଯାଇଥିଲା। ତେବେ ଜାନୁଆରୀ ୨୬ ସକାଳ ୭.୩୦ରୁ ବିଭିନ୍ନ ସ୍ଥାନରେ ରାଲି ଆରମ୍ଭ ହୋଇଥିଲା।

ଅସାମାଜିକ ତତ୍ତ୍ୱମାନେ ସ୍ଥିତିକୁ ନିୟନ୍ତ୍ରଣ ନେଇ ଆମେ ଦେଇଥିବା ରୁଟ୍‌ ବାହାରେ ରାଲି କରିବାକୁ ଉଦ୍ୟମ କରିଥିଲେ। ସକାଳ ୭.୩୦ରେ ପ୍ରଥମେ ସିଙ୍ଘୁ ସୀମାରୁ ରାଲି ବାହାରିଥିଲା। ସତନମ ସିଂହ ପନ୍ନୁ ମକରବା ଚୌକରେ ଉତ୍ତେଜନା ପୂର୍ଣ୍ଣ ଭାଷଣ ଦେଇଥିଲେ। ସେହିପରି ଦର୍ଶନ ପାଲ ସିଂହ ଆମ ସହ ହୋଇଥିବା ବୁଝାମଣା ଭାଙ୍ଗିଥିଲେ।

ଗାଜିପୁର ସୀମାରୁ ସକାଳ ୮.୩୦ରେ ଟ୍ରାକ୍ଟର ରାଲି ଆରମ୍ଭ ହୋଇଥିଲା। ଏଠାରୁ ଦିନ ୧୨ଟାରେ ରାଲି ବାହାର କରିବାକୁ ନିଷ୍ପତ୍ତି ହୋଇଥିଲା। ଗାଜିପୁରରେ ରାକେଶ ଟିକେତଙ୍କ ଟିମ୍‌ର ସଦସ୍ୟମାନେ ଏକାଧିକ ବ୍ୟାରିକେଡ ଭାଙ୍ଗିଥିଲେ। ପୁଲିସ୍‌ ପାଖରେ ଏହାକୁ ରୋକିବାକୁ ବିକଳ୍ପ ଥିଲା। ତଥାପି ପୁଲିସ୍‌ ସହନଶୀଳତା ଦେଖାଇଥିଲା।

ଆଇଟିଓରେ ସ୍ଥିତି ବେକାବୁ ହେବାରୁ ପୁଲିସ୍‌ ଟିୟର ଗ୍ୟାସ ମାଡ଼ କରିଥିଲା। କେବଳ ଅସାମାଜିକ ବ୍ୟକ୍ତି ନୁହନ୍ତି, ଚାଷୀନେତାମାନେ ମଧ୍ୟ ହିଂସକାଣ୍ଡ ଭିଆଇଛନ୍ତି। ସେମାନଙ୍କ ଆକ୍ରମଣରେ ଆହତ ହୋଇଥିବା ୩୯୪ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରୁ ଏକାଧିକ ଆଇସିୟୁରେ ଅଛନ୍ତି। ୩୦ଟି ପୁଲିସ୍ ଗାଡ଼ି ଭଙ୍ଗା ଯାଇଛି। ଏଥିପାଇଁ ପୁଲିସ୍ ଟିୟର ଗ୍ୟାସ ମାଡ଼ କରିଥିଲା।

ଯେଉଁମାନେ ଦଙ୍ଗାରେ ସାମିଲ ଥିଲେ, ସେମାନଙ୍କୁ ଦଣ୍ଡ ମିଳିବ। କାହାରିକୁ ବି ଛଡ଼ା ଯିବନି। ଦିଲ୍ଲୀ ପୁଲିସ୍ ୨୫ରୁ ଅଧିକ ଅପରାଧିକ ମାମଲା ରୁଜୁ କରିଛି। ଆମେ ଦଙ୍ଗାର ଭିଡିଓ ଫୁଟେଜ ଯାଞ୍ଚ କରୁଛି ଓ ମୁହଁ ଚିହ୍ନଟ ପାଇଁ ସଫ୍ଟୱେରର ବ୍ୟବହାର ମଧ୍ୟ କରିବା ଆରମ୍ଭ କରିଛୁ।

ଚାଷୀ ନେତାମାନେ ଆମକୁ ଧୋକା ଦେଇଛନ୍ତି। ଅନୁମତି ମିଳିଥିବା ରୁଟ୍‌ରେ ଶାନ୍ତିପୂର୍ଣ୍ଣ ରାଲି କରିବେ ବୋଲି କହି ସେମାନେ ହିଂସା ସୃଷ୍ଟି କରିଛନ୍ତି। ଦିଲ୍ଲୀ ପୁଲିସ୍‌ କ୍ରାଇମ ବ୍ରାଞ୍ଚ, ସ୍ପେଶାଲ ସେଲ ଓ ଜିଲ୍ଲା ପୁଲିସ୍‌ ପୂରା ଘଟଣାର ଯାଞ୍ଚ କରୁଛନ୍ତି। ତଦନ୍ତ ପାଇଁ ଏସଆଇଟି ମଧ୍ୟ ଗଠନ ହେବ। ତ୍ରିରଙ୍ଗାକୁ ଅପମାନିତ କରିବାକୁ ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ କରାଯିବ ବୋଲି ଦିଲ୍ଲୀ ପୁଲିସ୍‌ କମିଶନର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos