ଚାଷୀ ଆନ୍ଦୋଳନ ହଟାଇବା ଦାବିରେ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ଉପକଣ୍ଠରେ ଚାଲିଥିବା ଆନ୍ଦୋଳନକୁ ହଟାଇବା ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଚାଷୀମାନେ କରୋନା ମହାମାରୀ ସମୟରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବାରୁ ଜରୁରୀ କାଳୀନ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଛି। ଏହି କାରଣରୁ ଆନ୍ଦୋଳନକୁ ହଟାଯାଉ ବୋଲି ଆବେଦନକାରୀ କହିଛନ୍ତି। ଦିଲ୍ଲୀରେ ରହୁଥିବା ଆଇନ ବିଭାଗର ଛାତ୍ର ଋଷଭ ଶର୍ମା ସୁପ୍ରିମକୋର୍ଟରେ ନିଜର ଆବେଦନ ଦାଖଲ କରି କହିଛନ୍ତି, ଆନ୍ଦୋଳନ କରୁଥିବା ଚାଷୀଙ୍କୁ ପୁଲିସ୍‌ ବୁରାରୀ ପଡ଼ିଆକୁ ଆସି ବିକ୍ଷୋଭ […]

a

a

Hemant Lenka
  • Published: Friday, 04 December 2020
  • Updated: 04 December 2020, 07:00 PM IST

Sports

Latest News

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ଉପକଣ୍ଠରେ ଚାଲିଥିବା ଆନ୍ଦୋଳନକୁ ହଟାଇବା ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଚାଷୀମାନେ କରୋନା ମହାମାରୀ ସମୟରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବାରୁ ଜରୁରୀ କାଳୀନ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେଉଛି। ଏହି କାରଣରୁ ଆନ୍ଦୋଳନକୁ ହଟାଯାଉ ବୋଲି ଆବେଦନକାରୀ କହିଛନ୍ତି।

ଦିଲ୍ଲୀରେ ରହୁଥିବା ଆଇନ ବିଭାଗର ଛାତ୍ର ଋଷଭ ଶର୍ମା ସୁପ୍ରିମକୋର୍ଟରେ ନିଜର ଆବେଦନ ଦାଖଲ କରି କହିଛନ୍ତି, ଆନ୍ଦୋଳନ କରୁଥିବା ଚାଷୀଙ୍କୁ ପୁଲିସ୍‌ ବୁରାରୀ ପଡ଼ିଆକୁ ଆସି ବିକ୍ଷୋଭ କରିବାକୁ କହିଛି। ତଥାପି ସେମାନେ ଏଥିରେ ରାଜି ନ ହୋଇ ରାସ୍ତା ଉପରେ ଆନ୍ଦୋଳନ କରୁଛନ୍ତି।

ଚାଷୀଙ୍କ ଆନ୍ଦୋଳନ ଯୋଗୁ ଟ୍ରାଫିକ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି। ତେଣୁ ସୁପ୍ରିମକୋର୍ଟ ଏହି ଆନ୍ଦୋଳନକୁ ହଟାଇବା କିମ୍ବା ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ସେ ଆବେଦନରେ କହିଛନ୍ତି, ଅକ୍ଟୋବର ମାସରେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଚାଲିଥିଲା।

ଏହି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଆନ୍ଦୋଳନକାରୀ କେବେ ହେଲେ ସାର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ଦୀର୍ଘ ଦିନ ଧରି ବନ୍ଦ କରିପାରିବେ ନାହିଁ। ଆନ୍ଦୋଳନକାରୀ ସେମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ସ୍ଥାନରେ ବିକ୍ଷୋଭ କରନ୍ତୁ ବୋଲି କୋର୍ଟ କହିଥିଲେ। ଏଥର ମଧ୍ୟ ଚାଷୀମାନଙ୍କ କ୍ଷେତ୍ରରେ ସମାନ ନିୟମ ଲାଗୁ କରାଯାଉଛି। ଚାଷୀମାନେ କରୋନା ସମୟରେ ଏକାଠି ହୋଇଥିବାରୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବା ମଧ୍ୟ ସେ ତାଙ୍କ ଆବେଦନରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos