ତେଜିଲା ଆନ୍ଦୋଳନ: ୮ରେ ଭାରତ ବନ୍ଦ ଡାକରା ଦେଲେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଦେଶର ଅନ୍ନଦାତା। ଦୀର୍ଘ ୮ ଦିନ ହେଲେ ଦିଲ୍ଲୀ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାର ଶୁଣୁ ନଥିବାରୁ ସେମାନେ ଭାରତ ବନ୍ଦର ଡାକରା ଦେଇଛନ୍ତି। ଆସନ୍ତା ୮ ତାରିଖ ମଙ୍ଗଳବାର ସମଗ୍ର ଦେଶରେ ବନ୍ଦ ପାଳନ କରିବାକୁ ଆଜି ଚାଷୀମାନେ ଘୋଷଣା କରିଛନ୍ତି। ସେହିପରି ଦେଶର ରାଜଧାନୀ ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ […]

gds

gds

Hemant Lenka
  • Published: Friday, 04 December 2020
  • Updated: 04 December 2020, 06:05 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଦେଶର ଅନ୍ନଦାତା। ଦୀର୍ଘ ୮ ଦିନ ହେଲେ ଦିଲ୍ଲୀ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାର ଶୁଣୁ ନଥିବାରୁ ସେମାନେ ଭାରତ ବନ୍ଦର ଡାକରା ଦେଇଛନ୍ତି।

ଆସନ୍ତା ୮ ତାରିଖ ମଙ୍ଗଳବାର ସମଗ୍ର ଦେଶରେ ବନ୍ଦ ପାଳନ କରିବାକୁ ଆଜି ଚାଷୀମାନେ ଘୋଷଣା କରିଛନ୍ତି। ସେହିପରି ଦେଶର ରାଜଧାନୀ ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ସଡ଼କ ପଥକୁ ଜାମ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଆନ୍ଦୋଳନ କରୁଥିବା ଚାଷୀନେତା ହରିନ୍ଦର ସିଂହ ଲକ୍ଷୋୱାଲ କହିଛନ୍ତି, ଚାଷୀମାନେ ୮ ତାରିଖ ଭାରତ ବନ୍ଦ ବେଳେ ଦେଶର ସମସ୍ତ ଟୋଲ ପ୍ଲାଜା ଓ ଜାତୀୟ ରାଜପଥରଆ ବିକ୍ଷୋଭ କରିବେ। ସରକାର ବିଭିନ୍ନ ଟୋଲରୁ ଟଙ୍କା ଆଦାୟ କରୁଥିବାରୁ ବନ୍ଦ ବେଳେ ଏହାକୁ ବିରୋଧ କରାଯିବ। ସେହିପରି ୭ ତାରିଖରେ ଚାଷୀମାନେ କୃଷି ଆଇନ ବିରୋଧରେ ସେମାନଙ୍କୁ ମିଳିଥିବା ମେଡାଲ ଓ ଆୱାର୍ଡ ମଧ୍ୟ ଫେରାଇବେ।

କେବଳ ଚାଷୀମାନେ ନୁହନ୍ତି, ଏହି ଆନ୍ଦୋଳନରେ ସାଧାରଣ ଲୋକ ମଧ୍ୟ ସାମିଲ ହେବେ। ଆଲୋଚନା ବେଳେ ଆମେ ସରକାରଙ୍କୁ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବାକୁ କହିଥିଲୁ। ଏହି ଆଇନ ଜରିଆରେ ଚାଷୀର ଜମିକୁ ସରକାର ପୁଞ୍ଜିପତିମାନଙ୍କ ହାତରେ ଟେକି ଦେବାକୁ ଚାହୁଁଛନ୍ତି। ଆମ ବିରୋଧ ସତ୍ତ୍ୱେ ସରକାର କୌଣସି ବ୍ୟବସ୍ଥା ଗ୍ରହଣ କରି ନାହାନ୍ତି। ତେଣୁ ଚାଷୀମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାରଙ୍କୁ ବିରୋଧ କରି ଆସନ୍ତାକାଲି ବିଭିନ୍ନ ସ୍ଥାନରେ ମୋଦି ସରକାର ଓ ପୁଞ୍ଜିପତିଙ୍କ କୁଶପୁତ୍ତଳିକା ଦାହ କରିବାକୁ ଚାଷୀମାନେ ଯୋଜନା କରିଛନ୍ତି। ଅନ୍ୟପକ୍ଷରେ ଆସନ୍ତାକାଲି ପୁଣିଥରେ କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ଦିନ ୨ଟାରେ ବୈଜ୍ଞାନ ଭବନରେ ବୈଠକ ବସିବ।

ଗୁରୁବାର କେନ୍ଦ୍ର ଓ ଚାଷୀ ପ୍ରତିନିଧିଙ୍କ ମଧ୍ୟରେ ଦୀର୍ଘ ସାଢ଼େ ୭ ଘଣ୍ଟା ବୈଠକ ବସିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। କେନ୍ଦ୍ର ସରକାର ଏମଏସପି ଓ ମଣ୍ଡି ବନ୍ଦ ହେବନି ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଚାଷୀମାନେ କୃଷି ଆଇନକୁ ଉଚ୍ଛେଦ ପାଇଁ ଦାବି କରିଛନ୍ତି। ଏସବୁ ଭିତରେ ଚାଷୀଙ୍କ ଭାରତ ବନ୍ଦ ଡାକରା କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି।

ବିଶେଷଜ୍ଞଙ୍କ ମତରେ ଆସନ୍ତାକାଲି କେନ୍ଦ୍ର ସରକାର ବୈଠକ ବେଳେ ଚାଷୀଙ୍କୁ ସେମାନଙ୍କ ଦାବି ସମ୍ପର୍କରେ ଲିଖିତ ପ୍ରତିଶ୍ରୁତି ଦେବାର ଯଥେଷ୍ଟ ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story