ପୁଲିସ୍‌କୁ ଫୁଲ ଦେଲେ, ଏକାଠି ଖାଇଲେ ଚାଷୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଲିସ୍‌ ଓ ଚାଷୀଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ଦେଖିବାକୁ ମିଳିଥିବା ବେଳେ ଚିଲ୍ଲା ସୀମାରୁ ସମସ୍ତଙ୍କୁ ଆନନ୍ଦ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ଓ ଉତ୍ତର ପ୍ରଦେଶର ଏହି ସୀମାନ୍ତ ଅଞ୍ଚଳରେ ଆନ୍ଦୋଳନରତ ଚାଷୀମାନେ ପୁଲିସ୍‌ ଅଧିକାରୀଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଛନ୍ତି। ସେହିପରି ପୁଲିସ୍‌ ଓ ଚାଷୀମାନେ ଏକାଠି ଖାଦ୍ୟ ମଧ୍ୟ ଖାଇଛନ୍ତି। ଆଜି କୃଷି ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ରାଲିର ଆୟୋଜନ କରିଥିଲେ। ଏହି […]

g

g

Hemant Lenka
  • Published: Tuesday, 26 January 2021
  • Updated: 26 January 2021, 07:08 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଲିସ୍‌ ଓ ଚାଷୀଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌ ଦେଖିବାକୁ ମିଳିଥିବା ବେଳେ ଚିଲ୍ଲା ସୀମାରୁ ସମସ୍ତଙ୍କୁ ଆନନ୍ଦ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ଓ ଉତ୍ତର ପ୍ରଦେଶର ଏହି ସୀମାନ୍ତ ଅଞ୍ଚଳରେ ଆନ୍ଦୋଳନରତ ଚାଷୀମାନେ ପୁଲିସ୍‌ ଅଧିକାରୀଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଛନ୍ତି। ସେହିପରି ପୁଲିସ୍‌ ଓ ଚାଷୀମାନେ ଏକାଠି ଖାଦ୍ୟ ମଧ୍ୟ ଖାଇଛନ୍ତି।

ଆଜି କୃଷି ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ରାଲିର ଆୟୋଜନ କରିଥିଲେ। ଏହି ଟ୍ରାକ୍ଟର ରାଲି ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଷୀ ଓ ପୁଲିସ୍‌ ମଧ୍ୟରେ ଲାଠିମାଡ଼ ସହ ଟିୟର ଗ୍ୟାସ ପ୍ରୟୋଗ କରାଯାଇଥିଲା। କିନ୍ତୁ ଚିଲ୍ଲା ସୀମାରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଥିଲା।

ନୋଏଡା ଆଡିସନାଲ ଡେପୁଟି କମିଶନର ରଣବିଜୟ ସିଂହ ଏଠାରେ ଆନ୍ଦୋଳନ କରିଥିବା ଚାଷୀଙ୍କ ପାଖରେ ପହଞ୍ଚିଥିଲେ। ଏଠାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ମଧ୍ୟରୁ ଭାରତ କିଷାନ ୟୁନିୟନର ଉତ୍ତର ପ୍ରଦେଶ ସଭାପତି ଯୋଗେଶ ପ୍ରତାପ ସିଂହ ତାଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଥିଲେ। ସେହିପରି ସେ ଆନ୍ଦୋଳନକାରୀ ପ୍ରସ୍ତୁତ କରିଥିବା ଖାଦ୍ୟ ମଧ୍ୟ ସେମାନଙ୍କ ସହ ମିଶି ଖାଇଥିଲେ।

ପୁଲିସ୍‌ ପ୍ରଶାସନ ଆନ୍ଦୋଳନରତ ଚାଷୀଙ୍କୁ ଅଟକାଇବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୀର୍ଘ ୨ ମାସ ହେଲାଣି ପୁଲିସ୍‌ ପ୍ରଶାସନ ଆନ୍ଦୋଳନକାରୀଙ୍କୁ ଚିଲ୍ଲା ସୀମାକୁ ଆସିବାକୁ ଦେଉ ନଥିଲା। ଚାଷୀଙ୍କ ଟ୍ରାକ୍ଟରକୁ ମୀରଟ ଓ ଆଗ୍ରାରେ ଅଟକା ଯାଉଥିଲା। ତେବେ ଆଜି ଆଡିସନାଲ ଡିସିପି ଚାଷୀଙ୍କୁ ଚିଲ୍ଲା ବର୍ଡର ଆସିବାକୁ ରୋକାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ସମସ୍ତଙ୍କ ମୁହଁରେ ହସ ଫୁଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos