ପୁଲୱାମା ହମଲା: ବର୍ଷକ ପରେ ବାପା-ଝିଅ ଗିରଫ, ଆମାଜନରୁ କିଣା ଯାଇଥିଲା ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣ ଘଟଣାର ବର୍ଷକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆଜି ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଗିରଫ କରିଛି। ପୁଲୱାମା ହମଲାରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଭୟଙ୍କର ହମଲାରେ ବାପା-ଝିଅଙ୍କ ସମ୍ପର୍କ ଥିବା ଏନଆଇଏ ତଦନ୍ତ ବେଳେ ଜଣାପଡ଼ିଛି। ଗିରଫ ବ୍ୟକ୍ତିଙ୍କ ନାଁ ପୀର ତାରିକ ଅହମ୍ମଦ ଶାହ ଓ ତାଙ୍କ ଝିଅଙ୍କ ନାଁ ଇନଶା ଜାହାନ। ଉଭୟଙ୍କୁ ଏନଆଇଏ ଗିରଫ କରିବା […]

r

r

Hemant Lenka
  • Published: Tuesday, 03 March 2020
  • Updated: 03 March 2020, 05:34 PM IST

Sports

Latest News

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣ ଘଟଣାର ବର୍ଷକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆଜି ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ଗିରଫ କରିଛି। ପୁଲୱାମା ହମଲାରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଭୟଙ୍କର ହମଲାରେ ବାପା-ଝିଅଙ୍କ ସମ୍ପର୍କ ଥିବା ଏନଆଇଏ ତଦନ୍ତ ବେଳେ ଜଣାପଡ଼ିଛି।

ଗିରଫ ବ୍ୟକ୍ତିଙ୍କ ନାଁ ପୀର ତାରିକ ଅହମ୍ମଦ ଶାହ ଓ ତାଙ୍କ ଝିଅଙ୍କ ନାଁ ଇନଶା ଜାହାନ। ଉଭୟଙ୍କୁ ଏନଆଇଏ ଗିରଫ କରିବା ପରେ ରିମାଣ୍ଡରେ ନେଇଛି। ଗତବର୍ଷ ଫେବୃଆରୀ ୧୪ରେ ଜୈଶ-ଏ-ମହମ୍ମଦ ଆତଙ୍କୀ ଆଦିଲ ଅହମ୍ମଦ ଦର କାର ଦ୍ୱାରା ଆତ୍ମଘାତୀ ବିସ୍ଫୋରଣ କରିଥିଲା। ବିସ୍ଫୋରକ ଖଚିତ କାର ସିଆରପିଏଫ୍‌ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ମାଡ଼ ହୋଇଥିଲା। ଫଳରେ ୪୦ ଜଣ ବୀର ଯବାନ ସହିଦ ହୋଇଥିଲେ।

ଆତଙ୍କୀ ଆଦିଲର ଘର ପୁଲୱାମାର ହାଡିକିପୁରା ବୋଲି ଜଣାପଡ଼ିଛି। ଆଜି ଗିରଫ ହୋଇଥିବା ବାପା-ଝିଅ ଆତଙ୍କବାଦୀଙ୍କୁ ପୁଲୱାମା ହମଲା ବେଳେ ସହଯୋଗ କରିଥିଲେ। ଏହି ବାପା-ଝିଅ ଫେବୃଆରୀ ୧୪ ପୂର୍ବରୁ ଆଦିଲ, ଶକିର ମାଗରେ ଓ ଜୈଶ-ଏ-ମହମ୍ମଦର ଅନ୍ୟତମ ଟପ କମାଣ୍ଡରକୁ ଭାରତ ଆଣି ସୁରକ୍ଷା ଯୋଗାଇଥିଲେ। ଏପରି କି ଜେରା ବେଳେ ତାରିକ କହିଛି ଯେ ଆତଙ୍କବାଦୀମାନେ ପୁଲୱାମାରେ ଥିବା ତାଙ୍କ ଘରକୁ ବ୍ୟବହାର କରି ସେଠାରେ ହିଁ ହମଲାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

ଆକ୍ରମଣ ପରେ ଜୈଶ ଆଦିଲର ଭିଡଓ ଜାରି କରିଥିଲା। ଏହି ଭିଡିଓଟି ତାରିକଙ୍କ ଘରେ ଶୁଟିଂ ହୋଇଥିଲା। ଆଦିଲଙ୍କୁ ହମଲା ପାଇଁ ଆଶ୍ରୟ ଓ ଲଜିଷ୍ଟିକ ଯୋଗାଇଥିବା ଶକିରକୁ ଗତ ସପ୍ତାହରେ ଏନଆଇଏ ଗିରଫ କରିଥିଲା। ଆକ୍ରମଣ ଦିନ କାରରେ ଆଦିଲ ସହ ଶକିର ମଧ୍ୟ ରହିଥିଲା। ଶକିର ହିଁ ପ୍ରଥମେ କାର ଚଳାଉଥିଲା। କିନ୍ତୁ ଆକ୍ରମଣ ସ୍ଥଳର ୫୦୦ ମିଟର ପୂର୍ବରୁ ସେ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲା।

ତେଣୁ ଆକ୍ରମଣରେ ସେ କେତେ ପରିମାଣର ଜଡ଼ିତ ଥିଲା, ଏଥିରୁ ସ୍ପଷ୍ଟ ହୋଇଛି। ଆମାଜନରୁ ଅର୍ଡର ଦେଇ ଜୈଶ ପକ୍ଷରୁ ଗ୍ଲୋବ୍ସ, ବ୍ୟାଟେରୀ ଓ କେମିକାଲ ପାୱଡର କିଣା ଯାଇଥିଲା ବୋଲି ଏନଆଇଏର ଜଣେ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story