ମା’ ହେବାକୁ କମୁଛି ଆଗ୍ରହ, ବିଶ୍ୱ ଜନସଂଖ୍ୟା କମିବ!

ୱାଶିଂଟନ: ଅଧିକ ପିଲା ଜନ୍ମ କରିବାକୁ ମା’ମାନେ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ମା’ମାନଙ୍କର ପିଲାଜନ୍ମ କରିବାର ହାର କମୁଛି। ଏହାର ପ୍ରଭାବ ଜନସଂଖ୍ୟା ଉପରେ ପଡ଼ୁଛି। ମା’ମାନେ ଅଧିକ ପିଲା ଜନ୍ମ କରୁ ନଥିବାରୁ ଶତାବ୍ଦୀ ଶେଷ ବେଳକୁ ବିଶ୍ୱର ଜନସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି। ବିଶେଷ କରି ସ୍ପେନ ଓ ଜାପାନ ଭଳି ୨୩ଟି ଦେଶର ଜନସଂଖ୍ୟା ୨୧୦୦ ମସିହା ବେଳକୁ ଅଧା ହୋଇଯିବ ବୋଲି ଆଶଙ୍କା […]

u

u

Hemant Lenka
  • Published: Wednesday, 15 July 2020
  • Updated: 15 July 2020, 05:54 PM IST

Sports

Latest News

ୱାଶିଂଟନ: ଅଧିକ ପିଲା ଜନ୍ମ କରିବାକୁ ମା’ମାନେ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ ମା’ମାନଙ୍କର ପିଲାଜନ୍ମ କରିବାର ହାର କମୁଛି। ଏହାର ପ୍ରଭାବ ଜନସଂଖ୍ୟା ଉପରେ ପଡ଼ୁଛି। ମା’ମାନେ ଅଧିକ ପିଲା ଜନ୍ମ କରୁ ନଥିବାରୁ ଶତାବ୍ଦୀ ଶେଷ ବେଳକୁ ବିଶ୍ୱର ଜନସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି। ବିଶେଷ କରି ସ୍ପେନ ଓ ଜାପାନ ଭଳି ୨୩ଟି ଦେଶର ଜନସଂଖ୍ୟା ୨୧୦୦ ମସିହା ବେଳକୁ ଅଧା ହୋଇଯିବ ବୋଲି ଆଶଙ୍କା ରହିଛି।

ଏହାର କାରଣ ହେଉଛି ଅଧିକାଂଶ ମହିଳା ଏବେ ମା’ ହେବାକୁ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି। ୧୯୫୦ରେ ଜଣେ ମହିଳାଙ୍କର ହାରାହାରି ପିଲାଙ୍କ ସଂଖ୍ୟା ୪.୭ ରହିଥିଲା। ଏବକୁ ଏହା ଯଥେଷ୍ଟ କମି ଗଲାଣି। ଏହି ସଂଖ୍ୟା ହାରାହାରି ୨.୧କୁ କମିଗଲେ ବିଶ୍ୱ ଜସଂଖ୍ୟା ନିମ୍ନଗାମୀ ହେବା ଆରମ୍ଭ କରିବ।

ୱାଶିଂଟନର ଇନଷ୍ଟିଚ୍ୟୁଟ ଫର ହେଲଥ ମେଟ୍ରିକ୍ସ ଓ ଇଭାଲ୍ୟୁସେନର ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୧୭ରେ ପ୍ରତି ମା’ ହାରାହାରି ୨.୪ ପିଲା ଜନ୍ମ କରୁଥିଲେ। ୨୧୦୦ ମସିହା ବେଳକୁ ଏହି ହାର ୧.୭ ହୋଇଯିବ।

୨୦୬୪ ବେଳକୁ ବିଶ୍ୱର ଜନସଂଖ୍ୟା ୯୭୦ କୋଟି ହେବ ବୋଲି ଆକଳନ କରାଯାଉଥିବା ବେଳେ ଶତାବ୍ଦୀ ଶେଷ ବେଳକୁ ଏହା ୮୮୦ କୋଟିକୁ ଖସିଯିବ। ଏହାର ଅର୍ଥ ସମଗ୍ର ବିଶ୍ୱର ଜନସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇବ।

ସର୍ଭେ ଅନୁଯାୟୀ, ଏବେ ଅଧିକାଂଶ ମହିଳା କାମ ଓ ଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେଉଥିବାରୁ କମ ସଂଖ୍ୟକ ଶିଶୁ ଚାହୁଁଛନ୍ତି। ସେହିପରି ଅନେକ ଦଂପତ୍ତି ଗର୍ଭନିରୋଧକ ଉପାୟ ଗ୍ରହଣ କରୁଥିବାବେଳେ ଅନେକ ଦେଶରେ ଗର୍ଭପାତକୁ ଅନୁମତି ଦିଆଯାଇଛି। ଏହା ମଧ୍ୟ ମା’ମାନଙ୍କର ପ୍ରଜନନ ହାର ହ୍ରାସର କାରଣ। ଏଭଳି ସ୍ଥିତି ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବ ଜାପାନ। ୨୦୧୭ରେ ଜାପାନ ଜନସଂଖ୍ୟା ୧୨୮ ନିୟୁତରୁ ହ୍ରାସ ପାଇ ଶତାବ୍ଦୀ ଶେଷ ବେଳକୁ ୫୩ ନିୟୁତ ହୋଇଯିବ।

ଇଟାଲୀରେ ୬୧ ନିୟୁତରୁ ୨୮ ନିୟୁତ ଜନସଂଖ୍ୟାରେ ପହଞ୍ଚି ଯିବ। ଏହାବାଦ ସ୍ପେନ, ପର୍ତ୍ତୁଗାଲ, ଥାଇଲ୍ୟାଣ୍ଡ ଓ ଦକ୍ଷିଣ କୋରିଆ ଭଳି ୨୩ଟି ଦେଶ ଏହାଦ୍ୱାରା ପ୍ରଭାବିତ ହେବେ। ୨୧୦୦ ସୁଦ୍ଧା ଚାଇନାର ଜନସଂଖ୍ୟା ୭୩.୨ କୋଟିକୁ କମିଯିବ। ଭାରତର ଜନସଂଖ୍ୟା ମଧ୍ୟ କମିଯିବ। ୨୦୬୩ ସୁଦ୍ଧା ବ୍ରିଟେନର ଜନସଂଖ୍ୟା ୭୫ ନିୟୁତ ଓ ୨୧୦୦ ବେଳକୁ ୭୧ ନିୟୁତକୁ ଖସି ଆସିବ। ଏହି ସମୟ ମଧ୍ୟରେ କେବଳ ଆମେରିକା ଓ ନାଇଜେରିଆର ଲୋକସଂଖ୍ୟା ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।

୨୦୧୭ ସୁଦ୍ଧା ୫ ବର୍ଷ ବୟସରୁ କମ ବୟସ୍କଙ୍କ ସଂଖ୍ୟା  ୬୮୧ ନିୟୁତ ଥିଲା ତେବେ ୨୧୦୦ ବେଳକୁ ଏହା ୪୦୧ ନିୟୁତକୁ ହ୍ରାସ ପାଇବାର ଆଶଙ୍କା ରହିଛି। ତେବେ ୮୦ ବର୍ଷ ବୟସ୍କଙ୍କ ସଂଖ୍ୟା ୨୦୧୭ରେ ୧୪୧ ନିୟୁତ ଥିବା ବେଳେ ୨୧୦୦ ମସିହା ବେଳକୁ ଏହା ୮୮୬ ନିୟୁତକୁ ବୃଦ୍ଧି ପାଇବ ବୋଲି ସର୍ଭେରେ କୁହାଯାଇଛି। ଏହା ଏକ ସମସ୍ୟା ସୃଷ୍ଟି କରିବ। କାରଣ ସେମାନଙ୍କ ପାଇଁ ସେବା ଓ ଯତ୍ନ ଅଧିକ ଆବଶ୍ୟକ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos