ସାର୍କ କବଳରୁ ବର୍ତ୍ତିଗଲା ବାଳକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବେଳେବେଳେ ଭାଗ୍ୟ ଜୋର୍‌ ଥଲେ ଆପଣ ନିଶ୍ଚିତ ମୃତ୍ୟୁ ମୁଖରୁ ବି ବର୍ତ୍ତି ଯାଇପାରିବେ। ସେଥିପାଇଁ ତ କଥାରେ ଅଛି ରଖେ ହରି ତ ମାରେ କିଏ। ଭଗବାନ ନିଜେ ଜଣଙ୍କୁ ବଞ୍ଚାଇବାକୁ କିମ୍ବା ସହଯୋଗ କରିବାକୁ ଆସନ୍ତି ନାହିଁ। ହେଲେ ଭଗବାନ ରୂପରେ ଅନ୍ୟ କେହି ଆପଣଙ୍କୁ ସହଯୋଗ କରିଥାଆନ୍ତି।

ଏହିକ୍ରମରେ ଜଣେ ବ୍ୟକ୍ତି କେମିତି ଭୟଙ୍କର ସାର୍କ ମୁହଁରୁ ଜଣେ ଛୋଟ ପିଲାକୁ ବଞ୍ଚାଇ ଦେଇଛନ୍ତି, ତା’ର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓଟି ଆମେରିକାର କୋକୋଆ ବିଚ ନିକଟସ୍ଥ ସମୁଦ୍ରରେ ଘଟିଥିବା ଘଟଣାର। ଛୋଟ ପିଲାଟି ସମୁଦ୍ରରେ ଗାଧୋଉଥିବା ବେଳେ ଏକ ବଡ଼ ସାର୍କ ମାଛ ତାକୁ ଆକ୍ରମଣ କରିବା ପାଇଁ ଚାଲି ଆସିଥିଲା। ଉପାଶୂନ୍ୟ ପିଲାଟି କେବଳ ନିଜ ଭାଗ୍ୟକୁ ଆଦରି ଥିବା ବେଳେ ହଠାତ୍‌ ଘଟିଥିଲା ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା।

ଘଟଣା ବେଳେ ସମୁଦ୍ରକୂଳରେ ଆମେରିକାର ପୁଲିସ୍‌ର ଅଫିସର ଆଡ୍ରିଆନ କୋସିସ୍କି ତାଙ୍କ ପତ୍ନୀଙ୍କ ସହ ଚାଲିଚାଲି ଯାଉଥିଲେ। ହଠାତ୍ ତାଙ୍କ ନଜର ଏହି ସାର୍କ ମାଛ ଉପରେ ପଡ଼ିଥିଲା। ସେ ତୁରନ୍ତ କିଛି ନବୁଝି ନ ବିଚାରି ସମୁଦ୍ର ମଧ୍ୟକୁ ଲମ୍ଫ ମାରିଥିଲେ। ପିଲାଟି ବସିଥିବା ଏକ boogie ବୋର୍ଡକୁ କୂଳକୁ ଟାଣି ଆଣିଥିଲେ। ସାର୍କଟି ମଧ୍ୟ ଏଭଳି ଆଚରଣ ଦେଖି ପଛକୁ ଫେରି ଯାଇଥିଲା।

ଏହି ଭିଡିଓଟିକୁ କୋକୋଆ ବିଚର ପୁଲିସ ଏବଂ ଅଗ୍ନିଶମ ବିଭାଗ ସୋଶାଲ ମିଡିଆରେ ପୋଷ୍ଟ କରି ଘଟଣାର ସମ୍ପର୍କରେ ସୂଚନା ଦେଇଛି। ଭିଡିଓଟି ଭାଇରାଲ ହେବା ସହ ସମସ୍ତେ ପିଲାଟିର ଜୀବନ ବଞ୍ଚାଇଥିବା ଆଡ୍ରିଆନଙ୍କୁ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ

୨୦ ହଜାର କୋଟି ଟଙ୍କାର ମାମଲା ଜିତିଲା ଭୋଡାଫୋନ, ହାରିଗଲେ ସରକାର

ଏଥିପାଇଁ ବନ୍ଦ ହେବାକୁ ଯାଉଛି ‘ୟେ ରିସ୍ତେ ପ୍ୟାର୍ କେ’

ମହାମାରୀ ସମୟରେ ନିର୍ବାଚନ: କ’ଣ ରହିଛି ସବୁ ନୂଆ ନିୟମ ପଢ଼ନ୍ତୁ

ସର୍ଭେ କହିଲା-ଖୁସି ନୁହନ୍ତି ଓଡ଼ିଶାବାସୀ, ଦେଶରେ ସବୁଠୁ ପଛୁଆ

ଉର୍ମିଲା କହିଲେ ‘ଉଠ, ଜାଗ୍ରତ ହୁଅ ଭାରତ…’

ଭାରତ ଛାଡ଼ିବ ହାର୍ଲି ଡେଭିଡସନ

ରାଜ୍ୟସଭାର ୮୩ ଅଧିକାରୀ କରୋନା ପଜିଟିଭ୍

ମିଆଁମାରର ତବଲିଗି ଜମାତ ସଦସ୍ୟଙ୍କ ବିରୋଧରେ ସମସ୍ତ ମାମଲା ଖାରଜ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ

ଏଲଏସିରୁ ଚୀନ୍ ସୈନ୍ୟ ହଟାଇବା କାମ ତୃଣମୂଳ ସ୍ତରରୁ କରୁ: ଭାରତ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ସହିତ ଡେଙ୍ଗୁରେ ଆକ୍ରାନ୍ତ

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା