ପଦ୍ମାବତୀ ରିଲିଜ ବିରୋଧରେ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ‘ପଦ୍ମାବତୀ’ ରିଲିଜକୁ ବିରୋଧ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ ରିଲିଜ ଉପରେ ରହିତାଦେଶ ନେଇ କୋର୍ଟ ପ୍ରଶ୍ନ କରିଛନ୍ତି। ଫିଲ୍ମକୁ ନେଇ ସେନ୍‌ସର ବୋର୍ଡ ନିଷ୍ପତ୍ତି ନେବ ବୋଲି ସିଧାସଳଖ କହିଛନ୍ତି ସୁପ୍ରିମକୋର୍ଟ। ହରିଆଣାର ଆଇନଜୀବୀ ମନୋହରଲାଲ ଶର୍ମା ଫିଲ୍ମ ରିଲିଜ ବିରୋଧରେ କୋର୍ଟରେ ଆବେଦନ କରିଥିଲେ। ଫିଲ୍ମରୁ ନିର୍ଦ୍ଦିଷ୍ଟ କିଛି ଆପତ୍ତିଜନକ ଦୃଶ୍ୟ ହଟାଇ ଦେବାକୁ ସେ ଆବେଦନରେ ଦର୍ଶାଇଥିଲେ। ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇ […]

padmabati

padmabati

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 02:30 PM IST

Sports

Latest News

ନୂଆଦିଲ୍ଲୀ: ‘ପଦ୍ମାବତୀ’ ରିଲିଜକୁ ବିରୋଧ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ ରିଲିଜ ଉପରେ ରହିତାଦେଶ ନେଇ କୋର୍ଟ ପ୍ରଶ୍ନ କରିଛନ୍ତି। ଫିଲ୍ମକୁ ନେଇ ସେନ୍‌ସର ବୋର୍ଡ ନିଷ୍ପତ୍ତି ନେବ ବୋଲି ସିଧାସଳଖ କହିଛନ୍ତି ସୁପ୍ରିମକୋର୍ଟ। ହରିଆଣାର ଆଇନଜୀବୀ ମନୋହରଲାଲ ଶର୍ମା ଫିଲ୍ମ ରିଲିଜ ବିରୋଧରେ କୋର୍ଟରେ ଆବେଦନ କରିଥିଲେ। ଫିଲ୍ମରୁ ନିର୍ଦ୍ଦିଷ୍ଟ କିଛି ଆପତ୍ତିଜନକ ଦୃଶ୍ୟ ହଟାଇ ଦେବାକୁ ସେ ଆବେଦନରେ ଦର୍ଶାଇଥିଲେ। ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇ ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଛନ୍ତି।

ଗତ ୧୦ ତାରିଖରେ ‘ପଦ୍ମାବତୀ’ ରିଲିଜ ରୋକିବା ଉପରେ ହୋଇଥିବା ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଡିସେମ୍ବର ପହିଲାରେ ସଞ୍ଜୟ ଲୀଳା ଭଁସାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ପଦ୍ମାବତୀ ରିଲିଜ ହେବାର ଅଛି। ଫିଲ୍ମ ରିଲିଜକୁ ନେଇ ବହୁ ବାଦ ବିବାଦ ଦେଖା ଦେଇଛି। କିଛି ରାଜ୍ୟରେ ଏହାକୁ  ବ୍ୟାନ ମଧ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos