କରୋନା: ଉହାନରୁ ଫେରିଥିବା ୪୦୬ ଭାରତୀୟ ଘରକୁ ଗଲେ

ନୂଆଦିଲ୍ଲୀ: କରୋନା କବଳରେ ଥିବା ଉହାନରୁ ଉଦ୍ଧାର ହୋଇଥିବା ୪୦୬ ଜଣ ଭାରତୀୟ ସୁସ୍ଥ ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଫେବୃଆରୀ ୧୭ରୁ ପର୍ଯ୍ୟାୟକ୍ରମେ ଉଦ୍ଧାର ହୋଇଥିବା ଲୋକଙ୍କୁ ଘରକୁ ଛଡ଼ା ଯିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଆଜି ସମସ୍ତ ଉହାନ ଫେରନ୍ତା ଭାରତୀୟଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏମାନଙ୍କ ଶରୀରରେ କୌଣସି ପ୍ରକାରର କରୋନା ଭାଇରସ ଠାବ କରାଯାଇ ପାରିନାହିଁ। ଉହାନରେ ଭୟଙ୍କର ରୂପ ଧାରଣ କରିଥିବା କରୋନା କବଳରୁ ୬୫୦ ଜଣ ଭାରତୀୟଙ୍କୁ ଭାରତ […]

qw

qw

Hemant Lenka
  • Published: Wednesday, 19 February 2020
  • Updated: 19 February 2020, 05:49 PM IST

Sports

Latest News

ନୂଆଦିଲ୍ଲୀ: କରୋନା କବଳରେ ଥିବା ଉହାନରୁ ଉଦ୍ଧାର ହୋଇଥିବା ୪୦୬ ଜଣ ଭାରତୀୟ ସୁସ୍ଥ ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଫେବୃଆରୀ ୧୭ରୁ ପର୍ଯ୍ୟାୟକ୍ରମେ ଉଦ୍ଧାର ହୋଇଥିବା ଲୋକଙ୍କୁ ଘରକୁ ଛଡ଼ା ଯିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ଆଜି ସମସ୍ତ ଉହାନ ଫେରନ୍ତା ଭାରତୀୟଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏମାନଙ୍କ ଶରୀରରେ କୌଣସି ପ୍ରକାରର କରୋନା ଭାଇରସ ଠାବ କରାଯାଇ ପାରିନାହିଁ। ଉହାନରେ ଭୟଙ୍କର ରୂପ ଧାରଣ କରିଥିବା କରୋନା କବଳରୁ ୬୫୦ ଜଣ ଭାରତୀୟଙ୍କୁ ଭାରତ ସରକାର ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଆଣିଥିଲେ।

ଏହାପରେ ଆଇଟିବିପି ପକ୍ଷରୁ ଛାୱାଲା ଠାରେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅନ୍ୟମାନଙ୍କୁ ଭାରତୀୟ ସ୍ଥଳସେନା ମାନସେର ଠାରେ ନିର୍ମାଣ କରାଯାଇଥିବା ସ୍ୱତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା।

ଆଇଟିବିପିର ସ୍ୱତନ୍ତ୍ର ୱାର୍ଡରେ ଥିବା ୪୦୬ ଜଣ ଲୋକଙ୍କୁ ଦୀର୍ଘ ୧୭ ଦିନ ହେଲା ସ୍ୱତନ୍ତ୍ର ଅବର୍ଜଭେସନରେ ରଖାଯାଇଥିଲା। ୧୭ ଦିନ ମଧ୍ୟରେ କେବେ ବି ଏମାନଙ୍କ ଶରୀରରେ କରୋନା ଭୂତାଣୁ ଠାବ କରାଯାଇ ପାରି ନଥିଲା। ଫଳରେ ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ସୁସ୍ଥ ଘୋଷଣା କରାଯିବା ସହ ସ୍ୱତନ୍ତ୍ର ୱାର୍ଡରୁ ଡିସଚାର୍ଜ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଆଜି ସକାଳେ ସମସ୍ତେ ଏଠାରୁ ଡିସଚାର୍ଜ ହୋଇଛନ୍ତି।

ଅନ୍ୟପକ୍ଷରେ ମାନସେର ଠାରେ ଚିକିତ୍ସିତ ହେଉଥିବା ଅନ୍ୟମାନଙ୍କ ଶରୀରରେ ମଧ୍ୟ କରୋନା ଭୂତାଣୁ ଠାବ ହୋଇନାହିଁ। ଗତକାଲି ସେମାନଙ୍କୁ ଏଠାରୁ ଡିସଚାର୍ଜ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos