‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲର ସଫଳ ପରୀକ୍ଷଣ, ସ୍ଥଳସେନାରେ ହେବ ସାମିଲ

ନୂଆଦିଲ୍ଲୀ: ଭାରତର ସାମରିକ କ୍ଷମତା ଆହୁରି ସୁଦୃଢ଼ ହୋଇଛି। ଆଜି ଭାରତ ସଫଳତାର ସହ ଗୋଟିଏ ୱାରହେଡ୍ ସହିତ ନାଗ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲର ଶେଷ ପର୍ଯ୍ୟାୟ ପରୀକ୍ଷା ସଫଳତାର ସହ ଶେଷ କରିଛି। ଆଜି ନାଗର ସଫଳ ପରୀକ୍ଷଣ ରାଜସ୍ଥାନର ଐତିହାସିକ ପୋଖରାନ୍‌ ଫିଲ୍ଡ ଫାୟାରିଂ ରେଞ୍ଜରେ ସକାଳ ୬.୪୫ରେ କରାଯାଇଥିଲା। ଏହି ଅତ୍ୟାଧୁନିକ ମିସାଇଲକୁ ଡିଆରଡିଓ ପକ୍ଷରୁ ବିକଶିତ କରାଯାଇଛି। ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହାକୁ ନିର୍ମାଣ କରାଯାଇଛି। ନାଗର ସଫଳ ପରୀକ୍ଷଣ […]

g

g

Hemant Lenka
  • Published: Thursday, 22 October 2020
  • Updated: 22 October 2020, 04:04 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ସାମରିକ କ୍ଷମତା ଆହୁରି ସୁଦୃଢ଼ ହୋଇଛି। ଆଜି ଭାରତ ସଫଳତାର ସହ ଗୋଟିଏ ୱାରହେଡ୍ ସହିତ ନାଗ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲର ଶେଷ ପର୍ଯ୍ୟାୟ ପରୀକ୍ଷା ସଫଳତାର ସହ ଶେଷ କରିଛି। ଆଜି ନାଗର ସଫଳ ପରୀକ୍ଷଣ ରାଜସ୍ଥାନର ଐତିହାସିକ ପୋଖରାନ୍‌ ଫିଲ୍ଡ ଫାୟାରିଂ ରେଞ୍ଜରେ ସକାଳ ୬.୪୫ରେ କରାଯାଇଥିଲା। ଏହି ଅତ୍ୟାଧୁନିକ ମିସାଇଲକୁ ଡିଆରଡିଓ ପକ୍ଷରୁ ବିକଶିତ କରାଯାଇଛି। ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହାକୁ ନିର୍ମାଣ କରାଯାଇଛି।

ନାଗର ସଫଳ ପରୀକ୍ଷଣ ହୋଇଥିବାରୁ ସ୍ଥଳ ସେନାର ଶକ୍ତି ଦୁଇ ଗୁଣିତ ହେବ। କାରଣ ଭାରତୀୟ ସ୍ଥଳସେନା ଦୀର୍ଘ ଦିନରୁ ଏଭଳି ଏକ ମିସାଇଲ ପାଇବା ଲକ୍ଷ୍ୟରେ ରହିଥିଲା। ଏହାଦ୍ୱାରା ଶତ୍ରୁପକ୍ଷରୁ ଟ୍ୟାଙ୍କ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ବହନ ଗାଡ଼ିକୁ ବେଶ ସହଜରେ ଧ୍ୱଂସ କରିପାରିବ।

ନାଗ ମିସାଇଲ ସିଷ୍ଟମକୁ ଗୋଟିଏ ନାଗ ମିସାଇଲ କ୍ୟାରିୟର(ଏନଏଏମଆଇସିଏ)ରୁ ଉତକ୍ଷେପଣ କରାଯାଇ ପାରିବ। ଏହାର ଟାର୍ଗେଟ ରେଞ୍ଜ ହେଉଛି ୪ରୁ ୭ କିମି। ଏହା ଟାର୍ଗେଟର ପିଛା କରି ଏହାକୁ ଧ୍ୱଂସ କରିପାରିବ। ତୃତୀୟ ପିଢ଼ିର ଏହି ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲର ଆକ୍ରମଣ ଶୈଳୀ ଦ୍ୱାରା ଶତ୍ରୁ ପକ୍ଷରୁ ଯେ କୌଣସି ଜିନିଷକୁ ସହଜରେ ଧ୍ୱଂସ କରାଯାଇ ପାରିବ। ଉଭୟ ଦିନ ଓ ରାତିରେ ଏହା ଶତ୍ରୁ ପକ୍ଷକୁ ଟାର୍ଗେଟ କରିବାର କ୍ଷମତା ରଖିଛି।

ଅନ୍ୟପକ୍ଷରେ ଚାଇନା ସହିତ ଲାଗି ରହିଥିବା ସୀମା ବିବାଦ ଲାଗି ରହିଥିବା ବେଳେ ଭାରତୀୟ ସେନାର ସାମରିକ ଶକ୍ତି ବୃଦ୍ଧି ପାଇବା ନିଶ୍ଚିତ ଭାବେ ଏକ ଭଲ ଖବର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos