ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ପୁଲିସ୍‌, ଆପ ବିଧାୟକଙ୍କ ନାଁରେ ଏଫଆଇଆର

ନୂଆଦିଲ୍ଲୀ: ଆସନ୍ତା ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଦିଲ୍ଲୀ ପୁଲିସ୍‌ର ଦୁର୍ନୀତି ନିରୋଧ ବିଭାଗ ଆକ୍ସନ ମୋଡକୁ ଚାଲି ଆସିଛି।

ଆଜି ବିଭାଗ ପକ୍ଷରୁ କ୍ଷମତାସୀନ ଆପ ବିଧାୟକ ତଥା ଓଖଲାରୁ ପ୍ରାର୍ଥୀ ହୋଇଥିବା ଅମନତୁଲ୍ଲା ଖାନଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି। ସେ ସରକାରୀ ଅର୍ଥରେ ହେରଫେର କରିଥିବା ଏଫଆଇଆରରେ କୁହାଯାଇଛି।

ଅଭିଯୋଗ ଅନୁଯାୟୀ, ଦିଲ୍ଲୀ ୱାକଫ ବୋର୍ଡ ନିଯୁକ୍ତିରେ ଖାନ ହେରଫେର କରିଛନ୍ତି। ସେହିପରି ୱାକଫ ବୋର୍ଡକୁ ସରକାର ଦେଇଥିବା ପାଣ୍ଠିର ମଧ୍ୟ ସେ ଦୂରୋପଯୋଗ କରିଥିବା ଏଫଆଇଆରରେ କୁହାଯାଇଛି।

ଗତ ନିର୍ବାଚନରେ ଖାନ ଓଖଲାରୁ ଜିତିଥିଲେ। ଏଥର ମଧ୍ୟ ଆପ ତାଙ୍କୁ ଏହି ଆସନରେ ପ୍ରାର୍ଥୀ କରିଛି। ଓଖାଲ ଅଧୀନରେ ଶାହୀନ ବାଗ ଓ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ରହିଛି। ଏଠାରେ କେନ୍ଦ୍ର ସରକାର ଆଣିଥିବା ସିଏଏକୁ ଜୋରଦାର ବିରୋଧ କରାଯାଉଛି। ତେଣୁ ଏଠାରେ ବିଜେପି କେମିତି ଜିତିବ, ତାହା’ ସବୁଠାରୁ ବଡ଼ ପ୍ରଶ୍ନ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।