ଅଜିତ ପାୱାର ଓ ୬୯ ଜଣଙ୍କ ବିରୋଧରେ ଏଫ୍‌ଆଇଆର

ମୁମ୍ବାଇ: ବ୍ୟାଙ୍କ ଦୁର୍ନୀତି ମାମଲାରେ ଆଜି ମୁମ୍ବାଇ ପୁଲିସ୍‌ର ଅର୍ଥନୀତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଆଜି ଏନ୍‌ସିପି ନେତା ତଥା ପୂର୍ବତନ ଡେପୁଟି ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି।

ମହାରାଷ୍ଟ୍ର କୋପୋରେଟିଭ୍‌ ବ୍ୟାଙ୍କ ଦୁର୍ନୀତି ଘଟଣାରେ ପାୱାରଙ୍କ ବ୍ୟତୀତ ଅନ୍ୟ ୬୯ ଜଣଙ୍କ ନାଁରେ ଏହି ଏଫ୍‌ଆଇଆର ରୁଜୁ କରାଯାଇଛି। ବମ୍ବେ ହାଇକୋର୍ଟ ଅଜିତ ପାୱାର ଆଣ୍ଡ କୋଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବାକୁ ମୁମ୍ବାଇ ପୁଲିସ୍‌କୁ ୫ ଦିନର ସମୟ ଦେଇଥିଲେ। ଏବେ ପୁଲିସ୍‌ ୪୨୦, ୫୦୬, ୪୦୯,୪୬୫ ଓ ୪୬୭ ଆଇପିସିରେ ଏଫ୍‌ଆଇଆର ରୁଜୁ କରିଛି।

ଆଗକୁ ମହାରାଷ୍ଟ୍ର ନିର୍ବାଚନ ଥିବା ବେଳେ ଏନ୍‌ସିପିର ହେଭିୱେଟ୍‌ ନେତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହେବା ଦଳରକୁ ଶକ୍ତ ଝଟ୍‌କା ଦେଇଛି। ୨୦୦୭ରୁ ୨୦୧୧ ମଧ୍ୟରେ ଅଭିଯୁକ୍ତମାନେ କୋପୋରେଟିଭ ବ୍ୟାଙ୍କରେ ବ୍ୟାପକ ହେରଫେର କରିଥିଲେ। ଏଥିପାଇଁ ବ୍ୟାଙ୍କକୁ ୧ ହଜାର କୋଟିର କ୍ଷତି ସହିବାକୁ ପଡ଼ିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ମାଗଣା ମିଳିବ କରୋନା ଟିକା? ବିହାର ପରେ ମଧ୍ୟପ୍ରଦେଶ ଓ ତାମିଲନାଡୁ

ଅଭିନେତାଙ୍କୁ ଛୁରୀ ଭୁସି ହତ୍ୟା, ମିଳିଲା ରକ୍ତାକ୍ତ ମୃତଦେହ

୧,୭୨,୦୦୦ ବର୍ଷ ତଳେ ଥର ମରୁଭୂମିରେ ଥିଲା ଗୋଟେ ନଈ

ଫିଲ୍ମ ଷ୍ଟାଇଲ୍‌ରେ ୧୫ କୋଟି ଟଙ୍କାର ମୋବାଇଲ ଭର୍ତ୍ତି ଟ୍ରକ୍‌ ହାଇଜ୍ୟାକ

ଲେହ’କୁ ଚାଇନାର ଦେଖାଇଲା ଟ୍ୱିଟର, ଚିହିଁକି ଉଠିଲେ ଭାରତ ସରକାର

ମହିଳା କ୍ରିକେଟରଙ୍କ ନିଆରା ୱେଡିଂ ଫଟୋଶୁଟ୍

ମା’ଙ୍କୁ ପିଟିବାରୁ ବାପାଙ୍କୁ ବାଡ଼େଇ ମାରିଦେଲା ନାବାଳିକା ଝିଅ

କେବଳ ବିହାରରେ ମାଗଣା ଟିକା? ବିଜେପି ପ୍ରତିଶ୍ରୁତି ନେଇ ବିବାଦ ତୀବ୍ର

‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲର ସଫଳ ପରୀକ୍ଷଣ, ସ୍ଥଳସେନାରେ ହେବ ସାମିଲ

ନିର୍ବାଚନ ପୂର୍ବରୁ ବିହାର ଉପମୁଖ୍ୟ ମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କୁ କରୋନା

ଟିଆରପି ସ୍କାମ୍: ସିବିଆଇ ତଦନ୍ତକୁ ରାଜ୍ୟ ନା କହିବାର କାରଣ କହିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

ଦାଢ଼ି ରଖିବାରୁ ପୁଲିସ ଅଧିକାରୀ ନିଲମ୍ୱିତ