ନୂଆ ଧର୍ମାନ୍ତୀକରଣ ଆଇନ ବଳରେ ପ୍ରଥମ ଗିରଫଦାରୀ

ବରେଲୀ: ବଳପୂର୍ବକ ଧର୍ମାନ୍ତୀକରଣ ରୋକିବାକୁ ଉତ୍ତର ପ୍ରଦେଶ ସରକାର ଲାଗୁ କରିଥିବା ନୂଆ ଆଇନ ବଳରେ ପ୍ରଥମ ଗିରଫଦାରୀ କରାଯାଇଛି। ବୁଧବାର ବରେଲ ପୁଲିସ୍‌ ୨୨ ବର୍ଷୀୟ ଉୱାଶ ଅହମଦଙ୍କୁ ଗିରଫ କରିଛି। ନୂଆ ଆଇନ ବଳରେ ୩ ଦିନ ତଳେ ଅହମଦଙ୍କ ନାଁରେ ମାମଲା ରୁଜୁ କରିଥିଲା। ଅହମଦ ବରେଲୀ ଜିଲ୍ଲାର ଦେଓରାନିଆର ଜଣେ ୨୦ ବର୍ଷୀୟ ବିବାହିତ ମହିଳାଙ୍କୁ ଅପହରଣ ପାଇଁ ଧମକ ଓ ବଳ ପୂର୍ବକ ତାଙ୍କ ଧର୍ମକୁ ପରିବର୍ତ୍ତନ କରିବାକୁ ଚାହୁଁଥିବା […]

y

y

Hemant Lenka
  • Published: Thursday, 03 December 2020
  • Updated: 03 December 2020, 03:20 PM IST

Sports

Latest News

ବରେଲୀ: ବଳପୂର୍ବକ ଧର୍ମାନ୍ତୀକରଣ ରୋକିବାକୁ ଉତ୍ତର ପ୍ରଦେଶ ସରକାର ଲାଗୁ କରିଥିବା ନୂଆ ଆଇନ ବଳରେ ପ୍ରଥମ ଗିରଫଦାରୀ କରାଯାଇଛି। ବୁଧବାର ବରେଲ ପୁଲିସ୍‌ ୨୨ ବର୍ଷୀୟ ଉୱାଶ ଅହମଦଙ୍କୁ ଗିରଫ କରିଛି। ନୂଆ ଆଇନ ବଳରେ ୩ ଦିନ ତଳେ ଅହମଦଙ୍କ ନାଁରେ ମାମଲା ରୁଜୁ କରିଥିଲା।

ଅହମଦ ବରେଲୀ ଜିଲ୍ଲାର ଦେଓରାନିଆର ଜଣେ ୨୦ ବର୍ଷୀୟ ବିବାହିତ ମହିଳାଙ୍କୁ ଅପହରଣ ପାଇଁ ଧମକ ଓ ବଳ ପୂର୍ବକ ତାଙ୍କ ଧର୍ମକୁ ପରିବର୍ତ୍ତନ କରିବାକୁ ଚାହୁଁଥିବା ଅଭିଯୋଗ ହୋଇଥିଲା। ମାମଲା ରୁଜୁ ହୋଇଥିବାରୁ ଅଭିଯୁକ୍ତ ଜଣଙ୍କ ଏନକାଉଣ୍ଟର ଭୟରେ ଆତ୍ମଗୋପନ କରିଥିଲା।

ପୁଲିସ କହିଛି ଯେ ଅଭିଯୁକ୍ତ ଜଣଙ୍କ ଭୟରେ ଆତ୍ମଗୋପନ କରିଥିବା ଶୁଣିବାକୁ ମିଳିଛି। ହେଲେ ପୁଲିସ୍‌ କେବେ ହେଲେ ଜାଣିଶୁଣି କାହାକୁ ଏନକାଉଣ୍ଟର କରେନାହିଁ। ସେ ବି ଜଣେ ପେଶାଗତ ଅପରାଧୀ ନୁହନ୍ତି। ଆମେ କେବଳ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଥିଲୁ ଓ ଏଥିପାଇଁ ଏକାଧିକ ଟିମ ଗଠନ କରାଯାଇଥିଲା।

ତାଙ୍କୁ ଗିରଫ କରାଯିବା ପରେ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆମେ ଏବେ ପୀଡ଼ିତା ଓ ସାକ୍ଷୀଙ୍କ ବୟାନ ରେକର୍ଡ କରି ତଦନ୍ତକୁ ଆଗକୁ ବଢ଼ାଇବୁ।

ଅହମଦ ଓ ଉକ୍ତ ମହିଳା ଜଣଙ୍କ ସ୍କୁଲ ବେଳର ସାଙ୍ଗ। ଗତବର୍ଷ ମହିଳା ଜଣଙ୍କ ନିଖୋଜ ହୋଇଯାଇଥିଲେ। ଏଥିପାଇଁ ମହିଳାଙ୍କ ପରିବାର ଲୋକ ଅହମଦଙ୍କ ନାଁରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ମହିଳାଙ୍କୁ ମୁମ୍ବାଇ ଯାଉଥିବା ବେଳେ ଭୋପାଳରୁ ଠାବ କରାଯାଇଥିଲା।

ଏହାର କିଛି ମାସ ପରେ ମହିଳା ଜଣଙ୍କ ଆଉ ଜଣେ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ ବାହାଘର ପରେ ମଧ୍ୟ ଅହମଦ ମହିଳାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos