ଅମ୍ଫାନରେ ଲୋକଙ୍କୁ ଉଦ୍ଧାର କରୁଥିବା ବେଳେ ବୁଡ଼ିଗଲା ଡଙ୍ଗା, ଜଣେ ମୃତ

କୁଟନା: ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ବାଂଲାଦେଶରେ ବି ଅମ୍ଫାନ ଭୟଙ୍କର ରୂପ ଦେଖିବାକୁ ମିଳିଛି। ଅପରାହ୍ନ ୨.୩୦ରୁ ଅମ୍ଫାନ ପଶ୍ଚିମବଙ୍ଗରେ ତା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଥିଲେ ହେଁ ବାଂଲାଦେଶେ ଏଥିଯୋଗୁ ଜଣଙ୍କ ମୃତ୍ୟୁ ଘଟିଛି। ଅମ୍ଫାନ ପ୍ରଭାବରେ ବାଂଲାଦେଶ ସୀମାରେ ମଧ୍ୟ ବର୍ଷା ହେଉଛି। ଏହି କାରଣରୁ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରୁଥିବା ଏକ ବୋଟ ଓଲଟି ପଡ଼ିଛି। ଫଳରେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଜଣେ ରେଡକ୍ରସ କର୍ମଚାରୀ ପ୍ରାଣ […]

fs

fs

Hemant Lenka
  • Published: Wednesday, 20 May 2020
  • Updated: 20 May 2020, 03:57 PM IST

Sports

Latest News

କୁଟନା: ଓଡ଼ିଶା ଓ ପଶ୍ଚିମବଙ୍ଗ ସମେତ ବାଂଲାଦେଶରେ ବି ଅମ୍ଫାନ ଭୟଙ୍କର ରୂପ ଦେଖିବାକୁ ମିଳିଛି। ଅପରାହ୍ନ ୨.୩୦ରୁ ଅମ୍ଫାନ ପଶ୍ଚିମବଙ୍ଗରେ ତା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଥିଲେ ହେଁ ବାଂଲାଦେଶେ ଏଥିଯୋଗୁ ଜଣଙ୍କ ମୃତ୍ୟୁ ଘଟିଛି।

ଅମ୍ଫାନ ପ୍ରଭାବରେ ବାଂଲାଦେଶ ସୀମାରେ ମଧ୍ୟ ବର୍ଷା ହେଉଛି। ଏହି କାରଣରୁ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରୁଥିବା ଏକ ବୋଟ ଓଲଟି ପଡ଼ିଛି। ଫଳରେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଜଣେ ରେଡକ୍ରସ କର୍ମଚାରୀ ପ୍ରାଣ ହରାଇଛନ୍ତି। ଅମ୍ଫାନ ଯୋଗୁ ବାଂଲାଦେଶରେ କାହାର ମୃତ୍ୟୁ ଘଟିବା ପ୍ରଥମ ଘଟଣା। ଏଥିରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବାଂଲାଦେଶର କୁଟନା ଅଞ୍ଚଳରେ ଏହି ଅଘଟଣ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos