ସାଂସଦଙ୍କ ଶପଥ ଗ୍ରହଣ ସହ ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ। ଏହାପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାରଙ୍କୁ ଶପଥ ପାଠ କରାଇଥିଲେ। ଏହା ପରେ ବୀରେନ୍ଦ୍ର କୁମାର ସମସ୍ତ ନବନିର୍ବାଚିତ ସାଂସଦଙ୍କ ଶପଥ ପାଠ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଶପଥ ପାଠ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ। ଆଜି ଲୋକସଭାରେ ପ୍ରଥମ ସଦସ୍ୟ ଭାବେ ନରେନ୍ଦ୍ର ମୋଦି ଶପଥ ନେଇଥିଲେ। ତାଙ୍କୁ ଶପଥ ପାଠ ପାଇଁ ଡକା ଯିବା ମାତ୍ରେ ଗୃହରେ […]

r

r

Hemant Lenka
  • Published: Monday, 17 June 2019
  • Updated: 17 June 2019, 04:42 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ। ଏହାପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାରଙ୍କୁ ଶପଥ ପାଠ କରାଇଥିଲେ।

ଏହା ପରେ ବୀରେନ୍ଦ୍ର କୁମାର ସମସ୍ତ ନବନିର୍ବାଚିତ ସାଂସଦଙ୍କ ଶପଥ ପାଠ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଶପଥ ପାଠ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ। ଆଜି ଲୋକସଭାରେ ପ୍ରଥମ ସଦସ୍ୟ ଭାବେ ନରେନ୍ଦ୍ର ମୋଦି ଶପଥ ନେଇଥିଲେ। ତାଙ୍କୁ ଶପଥ ପାଠ ପାଇଁ ଡକା ଯିବା ମାତ୍ରେ ଗୃହରେ ଭାରତ ମାତା କି ଜୟ ଓ ମୋଦି ମୋଦି ନାରା ଶୁଣିବାକୁ ମିଳିଥିଲା।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମସ୍ତ ନବନିର୍ବାଚିତ ସାଂସଦ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ। ନବନିର୍ବାଚିତ ସାଂସଦଙ୍କ ବ୍ୟତୀତ ଆଜି ପ୍ୟାନେଲ ଅଫ୍‌ ପ୍ରିଜାଇଡିଂ ଅଫିସରମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ କେ ସୁରେଶ, ବ୍ରିଜଭୂଷଣ ଶାରନ ସିଂହ ଓ ଭର୍ତ୍ତୃହରି ମହତାବ ସଦସ୍ୟ ଭାବେ ଶପଥ ନେଇଛନ୍ତି। ବାଚସ୍ପତି କିମ୍ବା ଉପ ବାଚସ୍ପତି ନଥିବା ବେଳେ ଏହି ପ୍ରିଜାଇଡିଂ ଅଫିସରମାନେ ଗୃହ କାର୍ଯ୍ୟ ପରିଚାଳନା କରିବେ। ଏମାନେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ପରେ ଶପଥ ନେଇଥିଲେ।

ଏହି ୪ ଜଣଙ୍କ ବ୍ୟତୀତ ଜଣଙ୍କ ପରେ ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ସଦସ୍ୟମାନେ ଶପଥ ନେଇଥିଲେ। ତେବେ ଆଜି ଲୋକସଭାରେ ରାହୁଲ ଗାନ୍ଧି ଉପସ୍ଥିତ ନଥିଲେ।

ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ଅଧିବେଶନ ଜୁଲାଇ ୨୬ ଯାଏ ଚାଲିବ। ଜୁନ୍‌ ୧୯ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ। ସେହିପରି ୨୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ ୪ ତାରିଖରେ ଅର୍ଥନୀତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇବ। ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story