ବମ୍ବେ ବେହାଲ : ୧୦୮ ବିମାନ ବାତିଲ, ୫୧ଟିର ଗତିପଥ ପରିବର୍ତ୍ତନ

ମୁମ୍ବାଇ: ପୁଣି ଥରେ ଜଳବନ୍ଦୀ ହୋଇଛି ମୁମ୍ବାଇ।  ବ୍ୟସ୍ତବହୁଳ ମୁମ୍ବାଇବାସୀଙ୍କ ଜୀବନ ଶୈଳୀକୁ ପୁଣି ଥରେ ରୋକି ଦେଇଛି ଲଗାଣ ବର୍ଷା।  ବସ୍, ଟ୍ରେନ୍ ଓ ବିମାନ ସେବା ପ୍ରଭାବିତ ହୋଇଛି । ଆଜି ଦିନକ ପାଇଁ ସହରର ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି । ବଡ଼ ଜୁଆର ଆସିବାର ଆଶଙ୍କା ଥିବାରୁ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।   ମୂଷଳଧାରା ବର୍ଷା ଯୋଗୁଁ ଧିମା ହୋଇଯାଇଛି ମୁମ୍ବାଇର ବେଗ।   ରାସ୍ତା ଉପରେ […]

Rakesh Mallick
  • Published: Wednesday, 20 September 2017
  • Updated: 20 September 2017, 10:02 PM IST

Sports

Latest News

ମୁମ୍ବାଇ: ପୁଣି ଥରେ ଜଳବନ୍ଦୀ ହୋଇଛି ମୁମ୍ବାଇ।  ବ୍ୟସ୍ତବହୁଳ ମୁମ୍ବାଇବାସୀଙ୍କ ଜୀବନ ଶୈଳୀକୁ ପୁଣି ଥରେ ରୋକି ଦେଇଛି ଲଗାଣ ବର୍ଷା।  ବସ୍, ଟ୍ରେନ୍ ଓ ବିମାନ ସେବା ପ୍ରଭାବିତ ହୋଇଛି । ଆଜି ଦିନକ ପାଇଁ ସହରର ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି । ବଡ଼ ଜୁଆର ଆସିବାର ଆଶଙ୍କା ଥିବାରୁ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।   ମୂଷଳଧାରା ବର୍ଷା ଯୋଗୁଁ ଧିମା ହୋଇଯାଇଛି ମୁମ୍ବାଇର ବେଗ।   ରାସ୍ତା ଉପରେ ଆଣ୍ଠୁ଼ଏ ପାଣି ଯୁଆଡ଼େ ଦେଖିଲେ ଖାଲି ପାଣି ଆଉ ପାଣି।  ଜଳାର୍ଣ୍ଣବ ହୋଇଯାଇଛି ମାୟାନଗରୀ ମୁମ୍ବାଇ ।

ଗତକାଲି ପ୍ରବଳ ବର୍ଷା ଯୋଗୁଁ କୁର୍ଲା ସମେତ ତଳିଆ ଅଞ୍ଚଳରେ ପାଣି ଭରିଯାଇଛି।  ଗାଡ଼ିମୋଟର ଯାତାୟତ ଠପ୍ ହୋଇଯାଇଛି । ମୁମ୍ବାଇର ଜୀବନ ରେଖା କୁହାଯାଉଥିବା ଲୋକାଲ୍ ଟ୍ରେନ୍ ଉପରେ ବି ବର୍ଷାର ପ୍ରଭାବ ପଡ଼ିଛି । ଅନେକ ଲୋକ ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଫସି ରହିଛନ୍ତି। ଆଗାମୀ କିଛି ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ସମସ୍ତ ସ୍କୁଲ୍ କଲେଜ ଆଜି ଦିନକ ପାଇଁ ବନ୍ଦ କରି ଦିଆଯାଇଛି।   ଗତ ୨୪ ଘଣ୍ଟା ଭିତରେ ମୁମ୍ବାଇରେ ୨୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।  ବିମାନ ସେବା ଉପରେ ବି ଏହାର ପ୍ରଭାବ ପଡ଼ିଛି।  ୧୦୮ ବିମାନକୁ ବାତିଲ କରାଯାଛି। ୫୧ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ସେହିପରି ରେଳ ସେବା ବାଧାପ୍ରାପ୍ତ ହେବାରୁ ୭୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗତ ୨ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା । ଗତ ଅଗଷ୍ଟ ୨୯ ତାରିଖରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା।  ୨୪ ଘଣ୍ଟା ଭିତରେ ମୁମ୍ବାଇରେ ୩୩୦ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos