ଝାରଖଣ୍ଡରେ କିଙ୍ଗ ମେକର ହୋଇପାରନ୍ତି ଏହି ଦୁଇ ନେତା

ରାଞ୍ଚି: ପୁଣି ଗୋଟିଏ ରାଜ୍ୟ ହରାଇବ ବିଜେପି। ମହାରାଷ୍ଟ୍ର ପରେ ବିଜେପିକୁ ଝାରଖଣ୍ଡରେ ଝଟକା ଦେବେ ବିରୋଧୀ। ବର୍ତ୍ତମାନ ଶେଷ ହୋଇଥିବା ଭୋଟ ଗଣତି ଅନୁଯାୟୀ ବିଜେପି କ୍ଷମତାଚ୍ୟୁତ ହେବ ବୋଲି ସଙ୍କେତ ମିଳିଛି। ତେବେ ଆଉ କିଛି ରିପୋର୍ଟ ମଧ୍ୟ ଝାରଖଣ୍ଡ ଝୁଲା ବିଧାନସଭା ଆଡ଼େ ମୁହାଁଥିବା କହିଛନ୍ତି। ଯଦି ଝାରଖଣ୍ଡରେ କୌଣସି ଦଳକୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ମିଳିବ ନାହିଁ, ତା’ହେଲେ ଏଜେଏସ୍‌ୟୁର ସୁଦେଶ ମାହାତୋ ଓ ଜେଭିଏମର ବାବୁଲାଲ ମାରାଣ୍ଡି […]

ww

ww

Hemant Lenka
  • Published: Monday, 23 December 2019
  • Updated: 23 December 2019, 04:11 PM IST

Sports

Latest News

ରାଞ୍ଚି: ପୁଣି ଗୋଟିଏ ରାଜ୍ୟ ହରାଇବ ବିଜେପି। ମହାରାଷ୍ଟ୍ର ପରେ ବିଜେପିକୁ ଝାରଖଣ୍ଡରେ ଝଟକା ଦେବେ ବିରୋଧୀ। ବର୍ତ୍ତମାନ ଶେଷ ହୋଇଥିବା ଭୋଟ ଗଣତି ଅନୁଯାୟୀ ବିଜେପି କ୍ଷମତାଚ୍ୟୁତ ହେବ ବୋଲି ସଙ୍କେତ ମିଳିଛି।

ତେବେ ଆଉ କିଛି ରିପୋର୍ଟ ମଧ୍ୟ ଝାରଖଣ୍ଡ ଝୁଲା ବିଧାନସଭା ଆଡ଼େ ମୁହାଁଥିବା କହିଛନ୍ତି। ଯଦି ଝାରଖଣ୍ଡରେ କୌଣସି ଦଳକୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ମିଳିବ ନାହିଁ, ତା’ହେଲେ ଏଜେଏସ୍‌ୟୁର ସୁଦେଶ ମାହାତୋ ଓ ଜେଭିଏମର ବାବୁଲାଲ ମାରାଣ୍ଡି କିଙ୍ଗ ମେକର ସାଜିବେ।

ସ୍ଥିତିକୁ ଦୃଷ୍ଟିରେ ରଖି ବିଜେପି ଏବେଠାରୁ ହିଁ ଏହି ଦୁଇ ନେତାଙ୍କୁ ଯୋଗାଯୋଗ କରିବା ଆରମ୍ଭ କରି ସାରିଲାଣି। ବିଜେପି ଓ ଏଜେଏସୟୁ ୨୦୧୪ରେ ଏକାଠି ହୋଇ ସରକାର ଗଠନ କରିଥିଲେ। ତେବେ ଏଥର ସୁଦେଶ ମାହାତୋଙ୍କ ଏଜେଏସୟୁ ବିଜେପି ଠାରୁ ଅଲଗା ହୋଇ ଏକାକୀ ନିର୍ବାଚନ ଲଢ଼ିଛି। ଏବେ ବିଜେପି ନିଜ ଆଡ଼ୁ ଏଜେଏସୟୁର ସମର୍ଥନ ମାଗିଛି।

୨୦୦୬ରେ ବିଜେପି ଛାଡ଼ିଥିବା ବାବୁଲାଲ ମାରାଣ୍ଡିଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କୁ ମଧ୍ୟ ଦଳ ଯୋଗାଯୋଗ କରିଛି। ବାବୁଲାଲଙ୍କୁ ମଧ୍ୟ କଂଗ୍ରେସ ଯୋଗାଯୋଗ କରିଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିରୋଧୀ ମେଣ୍ଟ ବାବୁଲାଲଙ୍କ ସହଯୋଗ ଲୋଡ଼ି ନ ପାରେ।

ବାବୁଲାଲ କହିଛନ୍ତି, “ମୁଁ ଯାହା ଆଶା କରିଥିଲି, ଫଳାଫଳ ତା’ର ବିପରୀତ ହୋଇଛି। ମୁଁ ଜନାଦେଶକୁ ଗ୍ରହଣ କରୁଛି। ଲୋକ ଯାହା ନିଷ୍ପତ୍ତି ନେବ, ମୁଁ ସେଇଆ କରିବି। ମୁଁ ଲୋକଙ୍କ ସହ ରହିଛି। ମୁଁ ଏନଡିଏ କିମ୍ବା ୟୁପିଏ ନୁହେଁ। ”

ବର୍ତ୍ତମାନ ଜେଏମଏମ ଓ କଂଗ୍ରେସ ମେଣ୍ଟ ୪୭ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୨୩ଟିରେ ଲିଡ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos