କସାବ ମୁଣ୍ଡରେ ଏସବୁ କଥା ଭର୍ତ୍ତି କରିଥିଲା ଲସ୍କର, ଭାରତ ମାତା କୀ ଜୟ ବୋଲି ଉଚ୍ଚାରଣ କରିଥିଲା

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆକ୍ରମଣରେ ଜୀବନ୍ତ ଧରା ପଡ଼ିଥିବା ଆତଙ୍କବାଦୀ ଅଜମଲ ଆମୀର କସାବ ସମ୍ପର୍କରେ ତତ୍କାଳୀନ ମୁମ୍ବାଇ ପୁଲିସ୍‌ କମିଶନର ରାକେଶ ମାରିଆ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଲସ୍କର-ଇ-ତାଏବା ଭାରତ ବିରୋଧରେ ତା’ ମୁଣ୍ଡରେ ମିଛ କଥା ସବୁ ଭର୍ତ୍ତି କରିଥିଲା। ଏପରି କି ମୁମ୍ବାଇ ଆକ୍ରମଣକୁ ହିନ୍ଦୁ ଟେରର ରୂପ ଦେବାକୁ ଯୋଜନା କରିଥିବା ଲସ୍କର ଏଥିପାଇଁ ନକଲି ପରିଚୟପତ୍ର ମଧ୍ୟ ପ୍ରସ୍ତୁତ କରିଥିଲା। ରାକେଶ ମାରିଆ ମୁମ୍ବାଇ କମିଶନର ଥିବା ବେଳେ ବ୍ୟକ୍ତିଗତ […]

t

t

Hemant Lenka
  • Published: Tuesday, 18 February 2020
  • Updated: 18 February 2020, 08:35 PM IST

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆକ୍ରମଣରେ ଜୀବନ୍ତ ଧରା ପଡ଼ିଥିବା ଆତଙ୍କବାଦୀ ଅଜମଲ ଆମୀର କସାବ ସମ୍ପର୍କରେ ତତ୍କାଳୀନ ମୁମ୍ବାଇ ପୁଲିସ୍‌ କମିଶନର ରାକେଶ ମାରିଆ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଲସ୍କର-ଇ-ତାଏବା ଭାରତ ବିରୋଧରେ ତା’ ମୁଣ୍ଡରେ ମିଛ କଥା ସବୁ ଭର୍ତ୍ତି କରିଥିଲା। ଏପରି କି ମୁମ୍ବାଇ ଆକ୍ରମଣକୁ ହିନ୍ଦୁ ଟେରର ରୂପ ଦେବାକୁ ଯୋଜନା କରିଥିବା ଲସ୍କର ଏଥିପାଇଁ ନକଲି ପରିଚୟପତ୍ର ମଧ୍ୟ ପ୍ରସ୍ତୁତ କରିଥିଲା।

ରାକେଶ ମାରିଆ ମୁମ୍ବାଇ କମିଶନର ଥିବା ବେଳେ ବ୍ୟକ୍ତିଗତ ଭାବେ କସାବକୁ ଜେରା କରିଥିଲେ। ଏବେ ସେ ତାଙ୍କ ବହି “ଲେଟ୍‌ ମି ସେ ଇଟ୍‌ ନାଇ”ରେ ସବୁ ତଥ୍ୟ ଦେଇଛନ୍ତି।

ସେ କହିଛନ୍ତି, କସାବ ପ୍ରଥମେ ନିଜକୁ ବେଙ୍ଗାଲୁରୁର ସମୀର ଦୀନେଶ ଚୌଧୁରୀ ବୋଲି କହିଥିଲା। ହେଲେ ଏହା କାମ ଦେଇ ନଥିଲା। ସତ ଧରା ପଡ଼ିବା ପରେ କସାବ ପାକିସ୍ତାନୀ ବୋଲି ସ୍ୱୀକାର କରିଥିଲା। ସେ କେବଳ ଚୋରି କରିବାକୁ ଲସ୍କର ସହ ମିଶିଥିଲା। ଜୀହାଦ ସହ ତା’ର କୌଣସି ସମ୍ପର୍କ ନଥିଲା। ଭାରତରେ ଆକ୍ରମଣ କରିବା ପୂର୍ବରୁ ସେ ୧.୨୫ ଲକ୍ଷ ତା’ ପରିବାର ଲୋକଙ୍କୁ ଦେଇଥିଲା। ଏଥିପାଇଁ ଲସ୍କର କ୍ୟାମ୍ପରୁ କସାବ ୭ ଦିନ ଛୁଟି ନେଇ ଘରକୁ ମଧ୍ୟ ଯାଇଥିଲା।

ଆକ୍ରମଣ ପରେ ଜୀବନ୍ତ ଧରା ପଡ଼ିଥିବା କସାବ ନିଜକୁ ହିନ୍ଦୁ କହିବାରୁ ରାକେଶ ମାରିଆ ତା’ର ଆବଭାବକୁ ଅନୁଧ୍ୟାନ କରିଥିଲେ। ରାକେଶ କହିଛନ୍ତି, “ମୁଁ କସାବକୁ ଦେଖିବା ପରେ ତାଙ୍କୁ ତଳେ ଆଣ୍ଠେଇ ମାଟିକୁ ମୁଣ୍ଡରେ ଛୁଇଁବାକୁ କହିଥିଲି। ସେ ବେଶ ଆରାମରେ ମୋ କଥାକୁ ମାନି ଯାଇଥିଲା।

ଏହାପରେ ମୁଁ ତା’କୁ ଭାରତ ମାତା କୀ ଜୟ ବୋଲି କହିବାକୁ କହିଥିଲି। ସେ ମଧ୍ୟ ଭାରତ ମାତା କୀ ଜୟ ବୋଲି ଉଚ୍ଚାରଣ କରିଥିଲା। ତେବେ ମୁଁ ଗୋଟିଏ ଥରରେ ସନ୍ତୁଷ୍ଟ ହୋଇ ନଥିଲି। ତା’କୁ ଆଉ ଦୁଇ ଥର ଭାରତ ମାତା କୀ ଜୟ ବୋଲି କହିବାକୁ ନିର୍ଦ୍ଦେଶ ଦେଇଥିଲି। ତା’ ଉଚ୍ଚାରଣରୁ ତା’ର ଅସଲ ପରିଚୟ ଧରାପଡ଼ି ଯାଇଥିଲା। ଏହାପରେ ସେ ସବୁ ସତ କହିବା ଆରମ୍ଭ କରିଥିଲା।

କସାବ ଭାବୁଥିବା ଭାରତରେ ମୁସଲିମଙ୍କୁ ନମାଜ ପଢ଼ିବାକୁ ଦିଆଯାଏ ନାହିଁ। ଏଥିସହ ଏଠାରେ ମସଜିଦକୁ ପ୍ରଶାସନ ବନ୍ଦ କରି ରଖିଛି। କ୍ରାଇମବ୍ରାଞ୍ଚ ଲକ୍‌ଅପରେ ଥିବା ବେଳେ ସେ ଦିନକୁ ୫ଥର ଅଜାନ ଶୁଣୁଥିଲା। ହେଲେ ସେ ଏହାକୁ ସତରେ ଶୁଣୁଛି ନା କେବଳ କଳ୍ପନା କରୁଛି, ତା’କୁ ନେଇ ଦ୍ୱନ୍ଦ୍ୱରେ ରହିଥିଲା।

ଆମେ ଏକଥା ଜାଣିବାକୁ ପାଇଥିଲୁ। ଏହାପରେ ମୁଁ ତଦନ୍ତକାରୀ ଅଧିକାରୀ ରମେଶ ମାହେଲେଙ୍କୁ ଡାକି ମେଟ୍ରୋ ସିନେମା ପାଖରେ ଥିବା ମସଜିଦ ନିକଟକୁ କସାବକୁ ଏକ ଗାଡ଼ିରେ ନେବାକୁ କହିଥିଲି। ସେ ସେଠାରେ ନମାଜ ପଢ଼ା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା।

କସାବକୁ ମୁଁ ପ୍ରତିଦିନ ଜେରା କରୁଥିଲି। ସମୟକ୍ରମେ ସେ ମୋତେ ଜନାବଜୀ(ସାର) ବୋଲି ସମ୍ବୋଧନ କରୁଥିଲା। ଧୀରେଧୀରେ ଆତଙ୍କୀ ସଂଗଠନରେ କେମିତି ତା’ ମୁଣ୍ଡରେ ଭାରତ ବିରୋଧୀ ଚିନ୍ତାଧାରା ଭର୍ତ୍ତି କରାଯାଇଥିଲା ସେକଥା ଖୁଲାସା କରିଥିଲା।”

ହିନ୍ଦୁ ଟେରର ବିଷୟରେ ରାକେଶ ମାରିଆ ଏବେ ଖୁଲାସା କରିଥିବାରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ବିଜେପିର ଏକାଧିକ ନେତା କଂଗ୍ରେସକୁ ଦାୟୀ କରିଛନ୍ତି। ଏଥିସହ ଏବେ କାହିଁକି ରାକେଶ ମାରିଆ ଏହାର ଖୁଲାସା କରୁଛନ୍ତି, ତା’ ଉପରେ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos