ଜାତୀୟ ଉଦ୍ୟାନରେ ହାତୀକୁ ଗୁଳି କଲେ ଜଙ୍ଗଲ ବିଭାଗ ଅଧିକାରୀ, ଦେଖନ୍ତୁ ଭିଡିଓ
ବେଙ୍ଗାଲୁରୁ: ଗଜରାଜ ଏବେ ଦେଶରେ ଅସୁରକ୍ଷିତ। ପୂର୍ବରୁ ଶିକାରୀମାନେ ଜଙ୍ଗଲରେ ହାତୀଙ୍କୁ ଗୁଳି କରୁଥିଲେ। ହେଲେ ଏବେ କର୍ଣ୍ଣାଟକା ଜଙ୍ଗଲ ବିଭାଗର ଜଣେ ଅଧିକାରୀ ବାନ୍ଦିପୁର ଜାତୀୟ ଉଦ୍ୟାନରେ ଥିବା ଗୋଟିଏ ହାତୀକୁ ଗୁଳି କରିଛନ୍ତି। ଏହି ଘଟଣାକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି ଏବଂ ଗୁଳି କରିଥିବା ଅଧିକାରୀ ରହିମଙ୍କୁ ତୁରନ୍ତ ଚାକିରୀରୁ ବିଦା କରିଛନ୍ତି।
ମାର୍ଚ୍ଚ ୭ରେ ଘଟିଥିବା ଏହି ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରଲ ହୋଇଛି। ଏହି ଭିଡିଓରେ ଅଭିଯୁକ୍ତ ରହିମ ପାର୍କ ମଧ୍ୟରେ ଗୋଟିଏ କାରରେ ରହି ତାଙ୍କ ଆଡ଼କୁ ଆସୁଥିବା ହାତୀକୁ ଗୁଳି କରୁଥିବା ଦୃଶ୍ୟ ରହିଛି। ଏହି ସମୟରେ ରହିମଙ୍କ ସହ ଉମେଶ ନାମକ ଜଣେ ଜଙ୍ଗଲ ବିଭାଗର ସ୍ଥାୟୀ ଅଧିକାରୀ ରହିଥିଲେ।
ସେ ପୂରା ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ। ଏବେ ଘଟଣାରେ ତାଙ୍କର ଭୂମିକା ସମ୍ପର୍କରେ ତଦନ୍ତ କରାଯାଉଛି। ହେଲେ ଗୁଳି ଚଳାଇଥିବା ରହିମଙ୍କୁ ବରଖାସ୍ତ କରାଯାଇଛି।
ରହିମଙ୍କ ଗିରଫଦାରୀ ପୂର୍ବରୁ ଅଭିନେତା ରଣଦୀପ ହୁଡା ସୋଶାଲ ମିଡିଆରେ ଗୁଳି ମାରିବା ବେଳର ଭିଡିଓ ପୋଷ୍ଟ କରିବା ସହ ଉଚ୍ଚ ଅଧିକାରୀଙ୍କୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ।
How’s this even possible? Is this really someone’s idea of fun ?? Karnataka FD , please look into the matter urgently. The culprits need to nabbed and punished immediately @aranya_kfd @moefcc @CentralIfs pic.twitter.com/phDKCxhn0L
— Randeep Hooda (@RandeepHooda) March 11, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।