ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି: ଗିରଫ ହେବେ ଚିଦାମ୍ବରମ!

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଜବରଦସ୍ତ ଝଟକା ଲାଗିଛି। ଏହି ମାମଲାରେ ଉଭୟ ଇଡି ଓ ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହୁଁଥିବା ବେଳେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ହେଲେ ଆଜି କୋର୍ଟ ତାଙ୍କ ଅନ୍ତରୀଣ ଜାମିନ୍‌ ଅବଧି ବଢ଼ାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ତେଣୁ ଉଭୟ ତଦନ୍ତକାରୀ ସଂସ୍ଥା ଯେ କୌଣସି ମୁହୂର୍ତ୍ତରେ […]

erf

erf

Hemant Lenka
  • Published: Tuesday, 20 August 2019
  • Updated: 20 August 2019, 04:06 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଜବରଦସ୍ତ ଝଟକା ଲାଗିଛି। ଏହି ମାମଲାରେ ଉଭୟ ଇଡି ଓ ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହୁଁଥିବା ବେଳେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ହେଲେ ଆଜି କୋର୍ଟ ତାଙ୍କ ଅନ୍ତରୀଣ ଜାମିନ୍‌ ଅବଧି ବଢ଼ାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ତେଣୁ ଉଭୟ ତଦନ୍ତକାରୀ ସଂସ୍ଥା ଯେ କୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରିବାର ଆଶଙ୍କା ଏବେ ପ୍ରକାଶ ପାଇଛି।

ଆଜି ଶୁଣାଣି ବେଳେ ଉଭୟ ସିବିଆଇ ଓ ଇଡି ପକ୍ଷରୁ ଚିଦାମ୍ବରମଙ୍କ ଜାମିନ୍‌ ଆବେଦନକୁ ବିରୋଧ କରିଥିଲେ। ସେ ତଦନ୍ତରେ ସହଯୋଗ କରୁ ନଥିବାରୁ ତାଙ୍କୁ ଉଭୟ ତଦନ୍ତକାରୀ ସଂସ୍ଥା ହେପାଜତକୁ ନେଇ ଜେରା କରିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ। ଏହାପରେ ହାଇକୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

୨୦୧୮ ଜୁଲାଇ ୨୫ରେ ପ୍ରଥମଥର ପାଇଁ ହାଇକୋର୍ଟ ଚିଦାମ୍ବରମଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ଏହାପରେ ଏହି ଜାମିନ ମିଆଦ ଅବଧି ବଢ଼ିବାରେ ଲାଗିଥିଲା। ଆଇଏନ୍‌ଏକ୍ସ ମିଡିଆ ଓ ଏୟାରସେଲ ମ୍ୟାକ୍ସିସକୁ ଫାଇଦା ଦେବା ପାଇଁ ଚିଦାମ୍ବରମ ନିଜ ପଦର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।
୨୦୦୭ରେ ଚିଦାମ୍ବରମ ୟୁପିଏ-୧ ସରକାରରେ ଅର୍ଥମନ୍ତ୍ରୀ ଥିଲେ। ବିଦେଶୀ ଅର୍ଥ ଗ୍ରହଣ ପାଇଁ ଗୋଟିଏ କମ୍ପାନୀକୁ ପ୍ରଥମେ ଫରେନ୍‌ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ(ଏଫ୍‌ଆଇପିବି)ର ଅନୁମତି ନେବାକୁ ପଡ଼େ। ତେବେ ଆଇଏନ୍‌ଏକ୍ସ ମିଡିଆ ପାଇଁ ଏହି ନିୟମରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଥିଲା।
ବିଦେଶରୁ ଆଇଏନ୍‌ଏକ୍ସ ମିଡିଆ ୩୦୫ କୋଟି ଟଙ୍କା ଗ୍ରହଣ କରିଥିଲା। ଏହାକୁ ନେଇ ସିବିଆଇ ପ୍ରଥମେ ଏଫଆଇଆର ରୁଜୁ କରିଥିଲା। ଏହାପରେ ଇଡି ମଧ୍ୟ ମନିଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଦୁଇ ମାମଲାରେ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ମଧ୍ୟ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ୨୦୧୮ ଫେବୃଆରୀ ୨୮ରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ତେବେ ସେ ଏବେ ଜାମିନ୍‌ରେ ରହିଛନ୍ତି। ଇଡି ମଧ୍ୟ ତାଙ୍କ ସମ୍ପତ୍ତିକୁ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story