ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୁଟା ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସରଦାର ବୁଟା ସିଂହଙ୍କ ପରଲୋକ ହୋଇଛି । ୮୬ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ପଞ୍ଜାବର ଜାଲନ୍ଦର ମୁସ୍ତଫାପୁର ଗ୍ରାମରେ ଜନ୍ମ ବୁଟା ସିଂହ ୮ଥର ଲୋକସଭା ସାଂସଦ ରୂପେ ନିର୍ବାଚିତ ହୋଇଥିଲେ । ପଞ୍ଜାବର ସବୁଠାରୁ ବଡ ଦଳିତ ନେତା ରୂପେ ତାଙ୍କର ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି […]

buta-singh

buta-singh

Madhupriya Mistry
  • Published: Saturday, 02 January 2021
  • Updated: 02 January 2021, 04:44 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସରଦାର ବୁଟା ସିଂହଙ୍କ ପରଲୋକ ହୋଇଛି । ୮୬ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ ।

ପଞ୍ଜାବର ଜାଲନ୍ଦର ମୁସ୍ତଫାପୁର ଗ୍ରାମରେ ଜନ୍ମ ବୁଟା ସିଂହ ୮ଥର ଲୋକସଭା ସାଂସଦ ରୂପେ ନିର୍ବାଚିତ ହୋଇଥିଲେ । ପଞ୍ଜାବର ସବୁଠାରୁ ବଡ ଦଳିତ ନେତା ରୂପେ ତାଙ୍କର ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି । ରାଜୀବ ଗାନ୍ଧୀ ସରକାରରେ ସେ ୧୯୮୬ରୁ ୧୯୮୯ ପର୍ଯ୍ୟନ୍ତ କେନ୍ଦ୍ର ଗୃହ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଛନ୍ତି ।

ଏହାପୂର୍ବରୁ ସେ ୧୯୮୪ ରୁ ୧୯୮୬ ପର୍ଯ୍ୟନ୍ତ କୃଷି ମନ୍ତ୍ରୀ ପଦରେ ମଧ୍ୟ ଥିଲେ । ଏହାବ୍ୟତୀତ ବୁଟା ସିଂହ ୨୦୦୪ ରୁ ୨୦୦୬ ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ଦାୟିତ୍ୱ ସମ୍ଭାଳି ଥିଲେ । ୨୦୦୭ ରୁ ୨୦୧୦ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାର ସମୟରେ ତାଙ୍କୁ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଯାଇଥିଲା ।

ବରିଷ୍ଠ କଂଗ୍ରେସ ନେତା ବୁଟା ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି  କହିଛନ୍ତି, ବୁଟା ସିଂହ ଗରିବମାନଙ୍କ କଲ୍ୟାଣ ସହ ଦଳିତମାନଙ୍କ କଲ୍ୟାଣ ପାଇଁ ଜଣେ ପ୍ରଭାବୀ ନେତା ଥିଲେ । ବୁଟା ସିଂହ ସେମାନଙ୍କ ସ୍ୱର ଥିଲେ । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟୁଇଟ କରି କହିଛନ୍ତି, ସରଦାର ବୁଟା ସିଂହଙ୍କ ଦେହାନ୍ତ ଯୋଗୁଁ ଆଜି ପୁରା ଦେଶ ଜଣେ ସଚ୍ଚୋଟ ଜନସେବକ ଏବଂ ନିଷ୍ଠାପର ନେତାଙ୍କୁ ହରାଇଛି । ବୁଟା ସିଂହ ତାଙ୍କ ସମଗ୍ର ଜୀବନ ଦେଶ ସେବା ଏବଂ ଲୋକ କଲ୍ୟାଣରେ ସମର୍ପିତ କରିଥିଲେ, ଏଥିପାଇଁ ସେ ଚୀରସ୍ମରଣୀୟ ରହିବେ । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କ ପରିଜନ ଏବଂ ପରିବାରବର୍ଗଙ୍କୁ ରାହୁଲ ସମବେଦନା ଜଣାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos