ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜର୍ଦ୍ଦାରି ଗିରଫ

ଇସ୍‌ଲାମାବାଦ: ନକଲି ବ୍ୟାଙ୍କ ଆକାଉଣ୍ଟ ଘଟଣାରେ ଆଜି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲୀ ଜର୍ଦ୍ଦାରି ଗିରଫ ହୋଇଛନ୍ତି। ତାଙ୍କୁ ପାକିସ୍ତାନର ସବୁଠାରୁ ବଡ଼ ଦୁର୍ନୀତି ନିରୋଧ ସଂସ୍ଥା ଗିରଫ କରିଛି। ଜର୍ଦ୍ଦାରି ନକଲି ବ୍ୟାଙ୍କ ଆଉଣ୍ଟ ଖୋଲି ପାକିସ୍ତାନରୁ ବିଦେଶକୁ ଟଙ୍କା ପଠାଉଥିବା ଜଣାପଡ଼ିଛି। ଏକଥା ଜଣା ପଡ଼ିବା ପରେ ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ବିଏ) ଆଜି ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲା। ଏହି ଗିରଫ ପରୱାନା ଆଧାରରେ ତାଙ୍କୁ ଗିରଫ କରାଯାଇଛି। ଗିରଫଦାରୀରୁ […]

waq

Hemant Lenka
  • Published: Monday, 10 June 2019
  • , Updated: 10 June 2019, 06:18 PM IST

ଇସ୍‌ଲାମାବାଦ: ନକଲି ବ୍ୟାଙ୍କ ଆକାଉଣ୍ଟ ଘଟଣାରେ ଆଜି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲୀ ଜର୍ଦ୍ଦାରି ଗିରଫ ହୋଇଛନ୍ତି। ତାଙ୍କୁ ପାକିସ୍ତାନର ସବୁଠାରୁ ବଡ଼ ଦୁର୍ନୀତି ନିରୋଧ ସଂସ୍ଥା ଗିରଫ କରିଛି। ଜର୍ଦ୍ଦାରି ନକଲି ବ୍ୟାଙ୍କ ଆଉଣ୍ଟ ଖୋଲି ପାକିସ୍ତାନରୁ ବିଦେଶକୁ ଟଙ୍କା ପଠାଉଥିବା ଜଣାପଡ଼ିଛି। ଏକଥା ଜଣା ପଡ଼ିବା ପରେ ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ବିଏ) ଆଜି ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲା। ଏହି ଗିରଫ ପରୱାନା ଆଧାରରେ ତାଙ୍କୁ ଗିରଫ କରାଯାଇଛି।

ଗିରଫଦାରୀରୁ ବର୍ତ୍ତିବା ପାଇଁ ଜର୍ଦ୍ଦାରି ଇସ୍‌ଲାମାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ଏନ୍‌ବିଏ ଟିମ୍‌ ଓ ପୁଲିସ୍‌ ପିପିପିର ସହ ଅଧ୍ୟକ୍ଷ ଜର୍ଦ୍ଦାରିଙ୍କ ଏଫ୍‌-୮ ସେକ୍ଟର ସ୍ଥିତ ବାସଭବନରେ ପହଞ୍ଚିତ ତାଙ୍କୁ ଗିରଫ କରିଛି। ଏହି ଭ୍ରଷ୍ଟାଚାର ମାମଲାରେ ଜର୍ଦ୍ଦାରିଙ୍କ ସମେତ ତାଙ୍କ ଭଉଣୀ ଫରୟାଲ ତଲପୁର ମଧ୍ୟ ସାମିଲ ଅଛନ୍ତି। ତେବେ ସେ ଏଯାଏ ଗିରଫ ହୋଇନାହାନ୍ତି।

ଜର୍ଦ୍ଦାରି ଓ ତାଙ୍କ ଭଉଣୀ ଏକ ନକଲି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପ୍ରାୟ ୧୫୦ ମିଲିୟନ ଟଙ୍କା ପାକିସ୍ତାନରୁ ବିଦେଶକୁ ପଠାଇଥିବା ସାମ୍ନାକୁ ଆସିଛି। ପାକିସ୍ତାନରେ ଫେକ୍‌ ଆକାଉଣ୍ଟ ଜରିଆରେ ଟଙ୍କା କାରବାର ଚାଲିଥିବା ଘଟଣାର ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏନ୍‌ବିଏ ଏହାର ଦାୟିତ୍ୱ ନେଇଥିଲା। ଜର୍ଦ୍ଦାରି ପାକିସ୍ତାନର ୧୧ତମ ରାଷ୍ଟ୍ରପତି। ସେ ୨୦୦୮ ମସିହା ସେପ୍ଟେମ୍ବର ୮ରୁ ୨୦୧୩ ମସିହା ସେପ୍ଟେମ୍ବର ୧୩ ଯାଏ କାର୍ଯ୍ୟ କରିଥିଲେ।

Related story