ପିଭି ନରସିଂହ ରାଓଙ୍କୁ କୋଣଠେସା କରିଥିଲା କଂଗ୍ରେସ!

ନୂଆଦିଲ୍ଲୀ: “କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କୁ କଂଗ୍ରେସ ଦଳ ଜାଣିଶୁଣି ଅଣଦେଖା କରିଥିଲା। କେବଳ ନେହରୁ-ଗାନ୍ଧି ପରିବାରକୁ ଫୋକସରେ ରଖିବା ପାଇଁ କଂଗ୍ରେସ ଏଭଳି ପଦକ୍ଷେପ ନେଇଥିଲା। ଏଥିପାଇଁ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି କ୍ଷମା ମାଗିବା ଦରକାର। ଆଜି ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ନରସିଂହ ରାଓଙ୍କ ନାତି ଏନଭି ସୁଭାଷ କହିଛନ୍ତି। ଏବେ ବିଜେପିର ମୁଖପାତ୍ର ନିଯୁକ୍ତ ହୋଇଥିବା ଏନଭି ସୁଭାଷ କହିଛନ୍ତି, କଂଗ୍ରେସ ଏତେ ତଳକୁ ଖସି ଯାଇଛି […]

sw

Hemant Lenka
  • Published: Friday, 28 June 2019
  • , Updated: 28 June 2019, 04:05 PM IST

ନୂଆଦିଲ୍ଲୀ: "କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କୁ କଂଗ୍ରେସ ଦଳ ଜାଣିଶୁଣି ଅଣଦେଖା କରିଥିଲା। କେବଳ ନେହରୁ-ଗାନ୍ଧି ପରିବାରକୁ ଫୋକସରେ ରଖିବା ପାଇଁ କଂଗ୍ରେସ ଏଭଳି ପଦକ୍ଷେପ ନେଇଥିଲା।

ଏଥିପାଇଁ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି କ୍ଷମା ମାଗିବା ଦରକାର। ଆଜି ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ନରସିଂହ ରାଓଙ୍କ ନାତି ଏନଭି ସୁଭାଷ କହିଛନ୍ତି। ଏବେ ବିଜେପିର ମୁଖପାତ୍ର ନିଯୁକ୍ତ ହୋଇଥିବା ଏନଭି ସୁଭାଷ କହିଛନ୍ତି, କଂଗ୍ରେସ ଏତେ ତଳକୁ ଖସି ଯାଇଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ଜନ୍ମ ବାର୍ଷିକୀରେ ମଧ୍ୟ ତାଙ୍କୁ ଉପଯୁକ୍ତ ସମ୍ମାନ ଜଣାଇଲା ନାହିଁ।

୧୯୯୬ରେ କଂଗ୍ରେସର ପରାଜୟ ପରେ ଶ୍ରୀ ରାଓଙ୍କୁ ଦଳରେ ଅଣଦେଖା ଓ କୋଣଠେସା କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ମୁଖ୍ୟଧାରାରେ ନେହରୁ-ଗାନ୍ଧି ପରିବାର ସଦସ୍ୟଙ୍କ ବ୍ୟତୀତ ଦଳରେ ଆଉ କେହି ଫୋକସରେ ରହିବେ ନାହିଁ, ସେଥିପାଇଁ ସ୍ୱତନ୍ତ୍ର ଉଦ୍ୟମ କରାଯାଇଥିଲା।

କଂଗ୍ରେସ ସରକାର ବେଳେ ଯେତେ ଯେତେ ବିଫଳତା ବା ସମସ୍ୟା ସୃଷ୍ଟି ହୋଇଥିଲା, ସେଥିପାଇଁ ସବୁ ଦୋଷ ନରସିଂହ ରାଓଙ୍କ ମୁଣ୍ଡରେ ଲଦା ଯାଇଥିଲା। କିନ୍ତୁ ନରସିଂହଙ୍କ ସରକାରଙ୍କ ଦ୍ୱାରା ହୋଇଥିବା ସବୁ ଭଲ କାମର ସମସ୍ତ ଶ୍ରେୟ କଂଗ୍ରେସ ନେତୃତ୍ୱ ନେଉଥିଲା।

ଏଭଳି ଅନ୍ୟାୟ କରିଥିବାରୁ କଂଗ୍ରେସ ପକ୍ଷରୁ ସୋନିଆ ଓ ରାହୁଲ ଗାନ୍ଧି କ୍ଷମା ମାଗିବା ଦରକାର ବୋଲି ସେ କହିଛନ୍ତି। ୨୦୧୪ରେ ସୁଭାଷ ବିଜେପିରେ ମିଶିଥିଲେ। ଏବେ ସେ ତେଲେଙ୍ଗାନା ବିଜେପିର ମୁଖପାତ୍ର ନିଯୁକ୍ତ ହୋଇଛନ୍ତି।

Related story