ସୀମାରେ ପ୍ରବଳ ଉତ୍ତେଜନା: ପାକିସ୍ତାନ ଗୁଳିରେ ୩ ଯବାନ ସହିଦ, ୪ ସାଧାରଣ ଲୋକ ମୃତ

ଉରି: ପୁଣିଥରେ ସୀମା ଲଙ୍ଘିଛି ପାକିସ୍ତାନ। ଜମ୍ମୁ-କଶ୍ମୀରର ବାରମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପ୍ରବଳ ଗୁଳିମାଡ଼ କରିଛି। ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାକ ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ଏବେ ବି ଗୁଳି ବିନିୟମ ଜାରି ରହିଛି। ତେବେ ପାକିସ୍ତାନ କରିଥିବା ଗୁଳିମାଡ଼ରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ୪ ସାଧାରଣ ଲୋକଙ୍କ ମଧ୍ୟରେ ଜଣେ […]

f

f

Hemant Lenka
  • Published: Friday, 13 November 2020
  • Updated: 13 November 2020, 04:33 PM IST

Sports

Latest News

ଉରି: ପୁଣିଥରେ ସୀମା ଲଙ୍ଘିଛି ପାକିସ୍ତାନ। ଜମ୍ମୁ-କଶ୍ମୀରର ବାରମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପ୍ରବଳ ଗୁଳିମାଡ଼ କରିଛି। ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାକ ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ଏବେ ବି ଗୁଳି ବିନିୟମ ଜାରି ରହିଛି।

ତେବେ ପାକିସ୍ତାନ କରିଥିବା ଗୁଳିମାଡ଼ରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ୪ ସାଧାରଣ ଲୋକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି। ସେହିପରି ସହିଦଙ୍କ ମଧ୍ୟରେ ଜଣେ ବିଏସଏଫର ସବ୍‌ ଇନ୍ସପେକ୍ଟର ରହିଛନ୍ତି।

ଆଜି ସକାଳୁ ପାକିସ୍ତାନ ସେନା ଉରି ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଭାରତୀୟ ଆଉଟ ପୋଷ୍ଟ ଉପରକୁ ଗୁଳିମାଡ଼ କରିଥିଲା। ଭାରତ ପକ୍ଷରୁ ଏହାର ପାଲଟା ଜବାବ ମଧ୍ୟ ଦିଆଯାଇଥିଲା। ଏହାର କିଛି ସମୟ ପରେ ସ୍ୱଂୟଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ସୀମା ନିକଟବର୍ତ୍ତୀ ଗାଁ ଗୁଡ଼ିକୁ ପାକିସ୍ତାନ ସେନା ଟାର୍ଗେଟ କରିଥିଲା।

ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିବା ୩ ଜଣ ଯବାନଙ୍କ ମଧ୍ୟରେ ଥିବା ବିଏସ୍ ସବଇନସପେକ୍ଟର ରାକେଶ ଡୋଭାଲଙ୍କ ମୁଣ୍ଡରେ ଗୁଳିମାଡ଼ ହୋଇଥିଲା। ଏଥିସହ ତାଙ୍କ ନିକଟରେ ଥିବା କନଷ୍ଟେବଲ ବାସୁ ରାଜାଙ୍କ ଗାଲ ଓ ବାହୁରେ ଗୁଳି ବାଜିଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ସେହିପରି ପାକିସ୍ତାନ ଗୁଳିମାଡ଼ରେ ଜଣେ ସାଧାରଣ ଲୋକ ମଧ୍ୟ ଆହତ ହୋଇଛନ୍ତି।

ଭାରତର ପାଲଟା ଆକ୍ରମଣରେ ପାକିସ୍ତାନର ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ହେଲେ ଏ ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos