ଆସିଲା ଅଯୋଧ୍ୟା ହମ୍‌ଲାର ରାୟ: ୪ ଜଣଙ୍କୁ ଆଜୀବନ, ଜଣେ ଖଲାସ

ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷ ପରେ ଅଯୋଧ୍ୟାର ପବିତ୍ର ରାମଜନ୍ମ ଭୂମିରେ ସଂଘଟିତ ଆତଙ୍କବାଦୀ ହମ୍‌ଲା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରୟାଗରାଜର ସ୍ୱତନ୍ତ୍ର ଅଦାଲତ ଏହି ଘଟଣାରେ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଦୀନେଶ ଚନ୍ଦ୍ର ଏହି ରାୟ ଦେଇଛନ୍ତି। ୨୦୦୫ ଜୁଲଇ ୫ରେ ହୋଇଥିବା ଏହି ଆକ୍ରମଣରେ ୨ ଜଣ ସାଧାରଣ ଲୋକ […]

ayodhya

Hemant Lenka
  • Published: Tuesday, 18 June 2019
  • , Updated: 18 June 2019, 05:03 PM IST

ନୂଆଦିଲ୍ଲୀ: ଦୀର୍ଘ ୧୪ ବର୍ଷ ପରେ ଅଯୋଧ୍ୟାର ପବିତ୍ର ରାମଜନ୍ମ ଭୂମିରେ ସଂଘଟିତ ଆତଙ୍କବାଦୀ ହମ୍‌ଲା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ପ୍ରୟାଗରାଜର ସ୍ୱତନ୍ତ୍ର ଅଦାଲତ ଏହି ଘଟଣାରେ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଦୀନେଶ ଚନ୍ଦ୍ର ଏହି ରାୟ ଦେଇଛନ୍ତି।

୨୦୦୫ ଜୁଲଇ ୫ରେ ହୋଇଥିବା ଏହି ଆକ୍ରମଣରେ ୨ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ସେହିପରି ୯ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ହମ୍‌ଲାରେ ସାମିଲ ଥିବା ୫ ଜଣ ଯାକ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ନିହତ ହୋଇଥିଲେ। ଏହି ଘଟଣାର ତଦନ୍ତ କରି ଉତ୍ତର ପ୍ରଦେଶ ପୁଲିସ୍‌ ଇରଫାନ, ଆଶିକ ଇକବାଲ ଓରଫ ଫାରୁକ, ଶକୀଲ ଅହମ୍ମଦ, ମହମ୍ମଦ ନସୀମ ଓ ମହମ୍ମଦ ଅଜିଜଙ୍କୁ ଗିରଫ କରିଥିଲା।

ଆଜି ରାୟ ପ୍ରକାଶ ବେଳେ ଏମାନଙ୍କୁ କୋର୍ଟକୁ ଅଣା ଯାଇ ନଥିଲା। ଏମାନେ ନୈନ ଜେଲ୍‌ରେ ହିଁ ବନ୍ଦୀ ଭାବେ ରହିଛନ୍ତି। କୋର୍ଟ ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିବା ବେଳେ ମହମ୍ମଦ ଅଜିଜଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଦୀର୍ଘ ୧୪ ବର୍ଷ ଧରି ଚାଲିଥିବା ଏହି ମାମଲାର ଶୁଣାଣି ବେଳେ କୋର୍ଟ ୬୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ।

ଘଟଣା ଦିନ ଜୈଶ ଏ ମହମ୍ମଦର ଆତଙ୍କବାଦୀମାନେ ଶ୍ରଦ୍ଧାଳୁଙ୍କ ବେଶରେ ଏକ ଜିପ୍‌ ନେଇ ବିବାଦୀୟ ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ୍‌ର ମେକ୍ସଶିଫ୍ଟରେ ପ୍ରବେଶ କରି ପ୍ରଥମେ ଗ୍ରେନେଡ୍‌ ଦ୍ୱାରା ଆକ୍ରମଣ କରିଥିଲେ। ଏହାପରେ ସେମାନେ ସୀତା ମାତାଙ୍କ ରୋଷେଇ ଘର ମଧ୍ୟକୁ ପ୍ରବେଶ କରି ଗୁଳି ମାଡ଼ କରିଥିଲେ। ଏହାପରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ୨ ଘଣ୍ଟାକାଳ ଗୁଳି ବିନିମୟ ହୋଇଥିଲା। ଶେଷରେ ସମସ୍ତ ୫ ଜଣ ଯାକ ଆତଙ୍କବାଦୀ ନିହତ ହୋଇଥିଲେ।

Related story