ଇଦ୍ ପାଇଁ ପୁଞ୍ଚରେ ୧୪୪ ଧାରା ୪ ଘଣ୍ଟା କୋହଳ, ଏଟିଏମରେ ଲମ୍ବା ଲାଇନ୍
ଶ୍ରୀନଗର: ବିକ୍ରୀ ଇଦ୍ ପୂର୍ବରୁ ଧୀରେ ଧୀରେ ସ୍ୱାଭାବିକ ହେଉଛି ଜମ୍ମୁ-କଶ୍ମୀର। ଆସନ୍ତାକାଲି ବିକ୍ରୀ ଇଦ୍ ପାଳନ କରାଯିବ। ଏଥିପାଇଁ ଆଜି ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ୧୪୪ ଧାରାକୁ କୋହଳ କରାଯାଇଛି। ବିଶେଷରେ ପୁଞ୍ଚରେ ଆଜି ୪ ଘଣ୍ଟା ପାଇଁ ୧୪୪ ଧାରା କୋହଳ କରାଯିବା ପରେ ରାସ୍ତା ଉପରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଛି।
ଆସନ୍ତାକାଲିର ଇଦ୍ ଉତ୍ସବ ପାଇଁ ଲୋକମାନେ ବିଭିନ୍ନ ମାର୍କେଟରୁ ଆବଶ୍ୟକ ସାମଗ୍ରୀ ମାନ କିଣିବାରେ ଲାଗିଛନ୍ତି। ସେହିପରି ଏଟିଏମଗୁଡ଼ିକରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ମଧ୍ୟାହ୍ଣ ସମୟରେ ପର୍ଯ୍ୟାୟକ୍ରମେ ଜମ୍ମୁ-କଶ୍ମୀରର ଆଉ କିଛି ସ୍ଥାନରୁ ୧୪୪ ଧାରା କୋହଳ କରାଯାଇଥିବା ଜଣାପଡ଼ିଛି। ତେବେ ଲୋକଙ୍କ ଉପରେ ସୁରକ୍ଷାକର୍ମୀଙ୍କ ନଜର ରହିଛି।
#WATCH SRINAGAR: People queue up outside an ATM. #JammuAndKashmir pic.twitter.com/TtlQPEtSk1
— ANI (@ANI) August 10, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।