ନଦୀକୁ ଖସି ପଡ଼ିଲା ଟ୍ରାକ୍ଟର୍‌, ୪ ମୃତ

ଭରତପୁର: ରାଜସ୍ଥାନର ଭରତପୁରରେ ଏକ ଟ୍ରାକ୍ଟର ନଦୀକୁ ଖସି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରାକ୍ଟରର ଡ୍ରାଇଭର ଆସିନ୍‌ ନିଜର ୩ ଜଣ ନାତିଙ୍କ ସହ ନିକଟସ୍ଥ ଫାର୍ମରୁ ଫେରୁଥିଲେ। ତେବେ ଫାର୍ମ ନିକଟରେ ଥିବା ଏକ ରାସ୍ତା ପାର ହେଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ନଦୀକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଟ୍ରାକ୍ଟର ଏବଂ ୪ଟି ଯାକ ମୃତଦେହ ଉଦ୍ଧାର […]

i

Hemant Lenka
  • Published: Sunday, 30 June 2019
  • , Updated: 30 June 2019, 08:07 PM IST

ଭରତପୁର: ରାଜସ୍ଥାନର ଭରତପୁରରେ ଏକ ଟ୍ରାକ୍ଟର ନଦୀକୁ ଖସି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରାକ୍ଟରର ଡ୍ରାଇଭର ଆସିନ୍‌ ନିଜର ୩ ଜଣ ନାତିଙ୍କ ସହ ନିକଟସ୍ଥ ଫାର୍ମରୁ ଫେରୁଥିଲେ।

ତେବେ ଫାର୍ମ ନିକଟରେ ଥିବା ଏକ ରାସ୍ତା ପାର ହେଉଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ନଦୀକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଟ୍ରାକ୍ଟର ଏବଂ ୪ଟି ଯାକ ମୃତଦେହ ଉଦ୍ଧାର କରିଛନ୍ତି।

Related story