#MeToo ବଢ଼ାଇଲା ସରକାରଙ୍କ ଚିନ୍ତା,ଗଢ଼ାଯିବ କମିଟି

ନୂଆଦିଲ୍ଲୀ: ଏବେ ‘ମି ଟୁ’ (#MeToo) ଅଭିଯାନ ବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ଦେଶବ୍ୟାପୀ ବିତର୍କ ଓ ବାକ୍‌ଯୁଦ୍ଧ ଜାରି ରହିଛି। ବିଭିନ୍ନ ସେଲେବ୍ରିଟିଙ୍କ ଠାରୁ ଆରମ୍ଭ କରି ବିଚାରପତିଙ୍କ ଯାଏ ସବୁ କ୍ଷେତ୍ରରେ ମହିଳାମାନେ କିଭଳି ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି, ସେକଥା ସର୍ବସମ୍ମୁଖରେ କହିବା ଆରମ୍ଭ କରିଛନ୍ତି। ଦିନକୁ ଦିନ ଦେଶରେ ‘ମି ଟୁ’ ମାମଲା ବଢ଼ୁଥିବାରୁ ଏବେ ଏହାର ମୁକାବିଲା କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏହି ‘ମି ଟୁ’ […]

u

u

Hemant Lenka
  • Published: Friday, 12 October 2018
  • Updated: 12 October 2018, 08:03 PM IST

ନୂଆଦିଲ୍ଲୀ: ଏବେ 'ମି ଟୁ' (#MeToo) ଅଭିଯାନ ବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ଦେଶବ୍ୟାପୀ ବିତର୍କ ଓ ବାକ୍‌ଯୁଦ୍ଧ ଜାରି ରହିଛି। ବିଭିନ୍ନ ସେଲେବ୍ରିଟିଙ୍କ ଠାରୁ ଆରମ୍ଭ କରି ବିଚାରପତିଙ୍କ ଯାଏ ସବୁ କ୍ଷେତ୍ରରେ ମହିଳାମାନେ କିଭଳି ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି, ସେକଥା ସର୍ବସମ୍ମୁଖରେ କହିବା ଆରମ୍ଭ କରିଛନ୍ତି। ଦିନକୁ ଦିନ ଦେଶରେ 'ମି ଟୁ' ମାମଲା ବଢ଼ୁଥିବାରୁ ଏବେ ଏହାର ମୁକାବିଲା କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି।

ଏହି 'ମି ଟୁ' ମାମଲାରେ ଉଭୟ ସରକାର ଓ ପୀଡ଼ିତାଙ୍କୁ ମାର୍ଗଦର୍ଶନ ଦେବା ପାଇଁ ଖୁବ୍‌ଶୀଘ୍ର ୪ ଜଣ ପୂର୍ବତନ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଆଜି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି ଏଭଳି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରସ୍ତାବିତ ୪ ଜଣିଆ କମିଟି କିଛି 'ମି ଟୁ' ମାମଲାର ବିଚାର କରିବ। ଏହାପରେ କମିଟି ପୀଡ଼ିତା ଏବଂ ସରକାର ଏବେ କ’ଣ କରିପାରିବେ, ସେ ସମ୍ପର୍କରେ ମଧ୍ୟ ପରାମର୍ଶ ଦେବେ। ଅଭିଯୋଗ ଆଣୁଥିବା ପ୍ରତ୍ୟେକ ମହିଳା କିଭଳି ମାନସିକ ଯନ୍ତ୍ରଣା ପାଉଥିବେ, ସେକଥା ମୁଁ ବୁଝି ପାରୁଛି ବୋଲି ସେ କହିଛନ୍ତି।

ପୂର୍ବରୁ ମାନେକା କହିଥିଲେ, କ୍ଷମତାରେ ଥିବା ବ୍ୟକ୍ତିବିଶେଷମାନେ ସାଧାରଣତଃ ଏଭଳି କରୁଛନ୍ତି। ଏହା ମିଡିଆଠାରୁ ଆରମ୍ଭ କରି ରାଜନୀତିକ ଦଳ ଓ ବଡ଼ବଡ଼ କମ୍ପାନୀରେ ମଧ୍ୟ ଘଟୁଛି। କିନ୍ତୁ ମହିଳାମାନେ ଯୌନ ନିର୍ଯାତନାର ଶିକାର ହେଉଥିଲେ ମଧ୍ୟ ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି। ସେମାନେ ଭାବୁଛନ୍ତି, ଯଦି ମୁହଁ ଖୋଲିବେ, ତା’ହେଲେ ସମାଜ ଓଲଟା ସେମାନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବ। କିନ୍ତୁ ଏବେ ଯଦି ସେମାନେ ମୁହଁ ଖୋଲୁଛନ୍ତି, ତା’ହେଲେ ଆମେ ସେମାନଙ୍କ ଉତ୍ପୀଡ଼ନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି।

ଶ୍ରୀମତୀ ଗାନ୍ଧି ଆହୁରି କହିଛନ୍ତି, “ଆମ ସହ ଯିଏ ବଦମାସୀ କରିଥାଏ, ତାକୁ ଆମେ କେବେ ବି ଭୁଲି ନଥାଉ। ତେଣୁ ପୀଡ଼ିତା ଜଣଙ୍କ ଯେତେ ବର୍ଷ ପରେ ମଧ୍ୟ ଅଭିଯୋଗ ଫର୍ଦ୍ଦ ଦାଖଲ କଲେ, ଆଇନ୍‌ ମନ୍ତ୍ରଣାଳୟ ଏନେଇ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ। ପୀଡ଼ିତା ଯେ କୌଣସି ମୂହୁର୍ତ୍ତରେ ଏ ସମ୍ପର୍କରେ ଅଭିଯୋଗ କରିପାରିବେ। ପୀଡ଼ିତାମାନେ ଚାହିଁଲେ ୧୦ରୁ ୧୫ ବର୍ଷ ପରେ ମଧ୍ୟ ସେମାନଙ୍କ ସହ ଘଟିଥିବା ଯୌନ ଉତ୍ପୀଡ଼ନ ସମ୍ପର୍କରେ ଅଭିଯୋଗ କରିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story