ଆଜି ସରିବ ୩ ରାଜ୍ୟର ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ମତଦାନ

ନୂଆଦିଲ୍ଲୀ: ଓଡ଼ିଶା ସମେତ ୪ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ହେଉଛି। ୪ଟି ରାଜ୍ୟରୁ ଓଡ଼ିଶା ବ୍ୟତୀତ ଅନ୍ୟ ୩ଟି ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଆଜି ମତଦାନ ଶେଷ ହେବ। ଓଡ଼ିଶାରେ ୧୪୭ଟି ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ହେବ। ଆଜି ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ, ଏପ୍ରିଲ୍‌ ୨୩ରେ ତୃତୀୟ […]

ap vote

Subhransu Sekhar
  • Published: Thursday, 11 April 2019
  • , Updated: 11 April 2019, 09:44 AM IST

ନୂଆଦିଲ୍ଲୀ: ଓଡ଼ିଶା ସମେତ ୪ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ ହେଉଛି। ୪ଟି ରାଜ୍ୟରୁ ଓଡ଼ିଶା ବ୍ୟତୀତ ଅନ୍ୟ ୩ଟି ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଆଜି ମତଦାନ ଶେଷ ହେବ।

ଓଡ଼ିଶାରେ ୧୪୭ଟି ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ହେବ। ଆଜି ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ, ଏପ୍ରିଲ୍‌ ୨୩ରେ ତୃତୀୟ ଓ ଏପ୍ରିଲ୍‌ ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ।

ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନ ଓ ୨୫ଟି ଲୋକସଭା ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି। ମୋଟ ୮ଟି ରାଜନୈତିକ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ଏଥିରେ ଅଂଶ ଗ୍ରହଣ କରିଛନ୍ତି।

ଅରୁଣାଚଳ ପ୍ରଦେଶରେ ୬୦ଟି ବିଧାନସଭା ଆସନ ଓ ୨ଟି ଲୋକସଭା ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହେବ। ଏଠାରେ ୫ଟି ରାଜନୈତିକ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଅଂଶ ଗ୍ରହଣ କରିଛନ୍ତି।

ସିକିମରେ ମୋଟ ୩୨ଟି ବିଧାନସଭା ଆସନ ରହିଥିବା ବେଳେ ଗୋଟିଏ ଲୋକସଭା ଆସନ ରହିଛି। ଏହି ସମସ୍ତ ଆସନ ପାଇଁ ଆଜି ମତଦାନ ଚାଲିଛି। ମୋଟ ୫ଟି ରାଜନୈତିକ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ଏଥିରେ ଭାଗ ନେଇଛନ୍ତି।

Related story