ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୪ ଆତଙ୍କୀ ସଫା, ଜଣଙ୍କର ଆତ୍ମସମର୍ପଣ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶୋପିଆନାର କିଲୋରା ଅଞ୍ଚଳରେ ଚାଲିଥିବା ଅପରେସନରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ କିଲୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀମାନେ ଲୁଚି ରହିଥିବା ଅଞ୍ଚଳକୁ ସୁରକ୍ଷାକର୍ମୀମାନେ କର୍ଡନ କରି ସମସ୍ତଙ୍କୁ ଆତ୍ମସମର୍ପଣ କରିବାକୁ […]

fg

fg

Hemant Lenka
  • Published: Friday, 28 August 2020
  • Updated: 28 August 2020, 06:31 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶୋପିଆନାର କିଲୋରା ଅଞ୍ଚଳରେ ଚାଲିଥିବା ଅପରେସନରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ କିଲୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀମାନେ ଲୁଚି ରହିଥିବା ଅଞ୍ଚଳକୁ ସୁରକ୍ଷାକର୍ମୀମାନେ କର୍ଡନ କରି ସମସ୍ତଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ତେବେ ସେମାନେ ଏହାର ଜବାବ ଗୁଳିରେ ଦେଇଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ପ୍ରଥମେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଖବର ମିଳିଥିଲା। ଏହାର କିଛି ସମୟରେ ଆଉ ୨ ଜଣଙ୍କ ମୃତଦେହ ମିଳିଥିଲା।

୪ ଜଣ ସହଯୋଗୀଙ୍କୁ ହରାଇବା ପରେ ୫ ନମ୍ବର ଆତଙ୍କୀ ଜଣଙ୍କ ବାଧ୍ୟ ହୋଇ ସୁରକ୍ଷାକର୍ମୀଙ୍କ ଆଗରେ ଆତ୍ମସମର୍ପଣ କରିଥିଲା। ସମସ୍ତ ଆତଙ୍କବାଦୀଙ୍କ ନିକଟରୁ ଏଯାଏ ୨ଟି ଏକେ-୪୭ ବନ୍ଧୁକ ଓ ୩ଟି ପିସ୍ତଲ ମିଳିଛି। ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ସେନା ପକ୍ଷରୁ ଆଉ କୌଣସି ବିସ୍ତୃତ ତଥ୍ୟ ଦିଆଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos