ପୁଅକୁ ଡାକ୍ତର କରିବେ ବୋଲି କରୁଥିଲେ ଏମିତି କାମ; ବନ୍ଧା ହେଲେ

ନୂଆଦିଲ୍ଲୀ: ପ୍ରାୟ ସବୁ ବାପାମାଆ ଚାହାଁନ୍ତି ତାଙ୍କ ପୁଅ ଅବା ଝିଅ ଡାକ୍ତର, ଇଞ୍ଜିନିୟର ବା ଅଲଗା କିଛି ବଡ଼ ଚାକିରି କରନ୍ତୁ। ଅନେକ ବାପାମାଆ ଅଣ୍ଟିରେ ଧନ ନଥିଲେ ବି ପୁଅ,ଝିଅଙ୍କ ପାଠପଢ଼ାରେ ଯେମିତି କିଛି ଅସୁବିଧା ନହେବ ସେଥିପାଇଁ ଖୁବ୍ ପରିଶ୍ରମ କରନ୍ତି। ଲୋକେ ଛୁଆଙ୍କ ପାଠପଢ଼ା ପାଇଁ ଜମିବାଡ଼ି ବି ବନ୍ଧା ପକାଉଥିବା ଅବା ବିକ୍ରି କରି ଦେଉଥିବା ଆପଣମାନେ ଦେଖିଥିବେ ଅବା ଶୁଣିଥିବେ। ହେଲେ ଆମେ ଆଜି ଆପଣଙ୍କୁ ଯେଉଁ ବ୍ୟକ୍ତିଙ୍କ […]

handcuff

handcuff

Rakesh Mallick
  • Published: Friday, 11 May 2018
  • Updated: 11 May 2018, 07:55 PM IST

Sports

Latest News

ନୂଆଦିଲ୍ଲୀ: ପ୍ରାୟ ସବୁ ବାପାମାଆ ଚାହାଁନ୍ତି ତାଙ୍କ ପୁଅ ଅବା ଝିଅ ଡାକ୍ତର, ଇଞ୍ଜିନିୟର ବା ଅଲଗା କିଛି ବଡ଼ ଚାକିରି କରନ୍ତୁ। ଅନେକ ବାପାମାଆ ଅଣ୍ଟିରେ ଧନ ନଥିଲେ ବି ପୁଅ,ଝିଅଙ୍କ ପାଠପଢ଼ାରେ ଯେମିତି କିଛି ଅସୁବିଧା ନହେବ ସେଥିପାଇଁ ଖୁବ୍ ପରିଶ୍ରମ କରନ୍ତି। ଲୋକେ ଛୁଆଙ୍କ ପାଠପଢ଼ା ପାଇଁ ଜମିବାଡ଼ି ବି ବନ୍ଧା ପକାଉଥିବା ଅବା ବିକ୍ରି କରି ଦେଉଥିବା ଆପଣମାନେ ଦେଖିଥିବେ ଅବା ଶୁଣିଥିବେ। ହେଲେ ଆମେ ଆଜି ଆପଣଙ୍କୁ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ସେ ପୁଅକୁ ଡାକ୍ତର କରାଇବା ଚକ୍କରରେ ଯାହା କରୁଥିଲେ ତାହା ତାଙ୍କୁ ଅପରାଧୀ ବନାଇ ଦେଇଛି। ଏବେ ସେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

କାଳ ହେଲା ସର୍ଟକଟ୍ ରାସ୍ତା

ପୁଅକୁ ଡାକ୍ତର କରିବାକୁ ସ୍ୱପ୍ନ ଦେଖି ନିଜେ ଭୁଲ୍ ରାସ୍ତାରେ ଯାଇଥିବା ଏହି ବ୍ୟକ୍ତିଙ୍କ ନାଁ ବ୍ରହମ ସିଂହ। ତାଙ୍କ ଘର ଉତ୍ତରପ୍ରଦେଶର ସିକନ୍ଦରାବାଦରେ। ବ୍ରହମ ପୋଲିସ୍‌କୁ କହିଛନ୍ତି ଯେ ସେ ପୁଅକୁ ଡାକ୍ତର କରିବାକୁ ଚାହାଁନ୍ତି। କିନ୍ତୁ ସେ ନିଜେ କିଛି ଚାକିରି କରନ୍ତି ନାହିଁ। ପୁଅକୁ ଡାକ୍ତର କରିବା ପାଇଁ ବହୁତ ଟଙ୍କା ଦରକାର। ସେଥିପାଇଁ ସେ ସର୍ଟକଟ୍ ରାସ୍ତା ଆପଣାଇଥିଲେ ଓ ଗାଡ଼ି ଚୋରି ଧନ୍ଦାରେ ପଶି ଗଲେ। ସେ ନିଜେ ଗାଡ଼ି ଚୋରି କରୁଥିଲେ। ତା’ପରେ ଚୋରାଗାଡ଼ି କିଣୁଥିବା ଲୋକଙ୍କୁ ବିକ୍ରି କରି ଦେଉଥିଲେ।

ଚାରି ବର୍ଷରେ ଚୋରି କରିଥିଲେ ୧୦୦ରୁ ଅଧିକ ଗାଡ଼ି

ପଚରାଉଚରା ବେଳେ ବ୍ରହମ କହିଥିଲେ ଯେ ସେ ଚାରି ବର୍ଷରେ ୧୦୦ରୁ ଅଧିକ ଗାଡ଼ି ବିକ୍ରି କରି ଉତ୍ତରପ୍ରଦେଶ ସମେତ ଦେଶର ଅନ୍ୟ କିଛି ସ୍ଥାନରେ ବିକ୍ରି କରିଛନ୍ତି। ଚାରି ବର୍ଷ ହେଲାଣି ପୋଲିସ୍ ତାଙ୍କୁ ଖୋଜୁଥିଲା।

ଆଉ ତିନି ଗିରଫ

ଦ୍ୱାରକା ଡିସିପି କହିଛନ୍ତି ଯେ ଗାଜିଆବାଦ, ଗୌତମ ବୁଦ୍ଧ ନଗର ଓ ଆଉ କିଛି ଅଞ୍ଚଳରେ ଚାରି ଦିନ ଚଢ଼ାଉ କରାଯାଉ ଚୋରା ଗାଡ଼ି କିଣୁଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ମୋଟ ୨୧ଟି ଗାଡ଼ି ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos