ବରଫ ଚଦରରେ ଘୋଡ଼ାଇ ହେଲା ଉତ୍ତର ଭାରତ, ଜମ୍ମୁ-ହିମାଚଳରେ ସ୍ଥିତି ସାଂଘାତିକ

ନୂଆଦିଲ୍ଲୀ: ହାଡ଼ଭଙ୍ଗା ଶୀତ ସାଙ୍ଗକୁ ବରଫପାତରେ ବେହାଲ ହେଉଛି ଉତ୍ତର ଭାରତର ଏକାଧିକ ରାଜ୍ୟ। କଶ୍ମୀର, ଲଦାଖ ଓ ହିମାଚଳ ପ୍ରଦେଶର ଏକାଧିକ ସ୍ଥାନରେ ଆଜି ସର୍ବନିମ୍ନ ତାପାମତ୍ରା ବିଯୁକ୍ତକୁ ଖସିଥିବା ବେଳେ ତୁଷାରପାତ ଦେଖିବାକୁ ମିଳିଛି। କହିବାକୁ ଗଲେ ପୂରା ଉତ୍ତର ଭାରତ ବରଫ ଚଦରରେ ଆଚ୍ଛାଦିତ ହୋଇଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ସର୍ବନିମ୍ନ ତାପାମାତ୍ରା ୯.୪ ଡିଗ୍ରୀରେ ପହଞ୍ଚିଥିବା ବେଳେ କାଲୁଆ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଲେହରେ ଚଳିତ ବର୍ଷ ଏଯାଏ […]

sdcvf

sdcvf

Hemant Lenka
  • Published: Sunday, 01 December 2019
  • Updated: 01 December 2019, 09:05 PM IST

Sports

Latest News

ନୂଆଦିଲ୍ଲୀ: ହାଡ଼ଭଙ୍ଗା ଶୀତ ସାଙ୍ଗକୁ ବରଫପାତରେ ବେହାଲ ହେଉଛି ଉତ୍ତର ଭାରତର ଏକାଧିକ ରାଜ୍ୟ। କଶ୍ମୀର, ଲଦାଖ ଓ ହିମାଚଳ ପ୍ରଦେଶର ଏକାଧିକ ସ୍ଥାନରେ ଆଜି ସର୍ବନିମ୍ନ ତାପାମତ୍ରା ବିଯୁକ୍ତକୁ ଖସିଥିବା ବେଳେ ତୁଷାରପାତ ଦେଖିବାକୁ ମିଳିଛି। କହିବାକୁ ଗଲେ ପୂରା ଉତ୍ତର ଭାରତ ବରଫ ଚଦରରେ ଆଚ୍ଛାଦିତ ହୋଇଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ସର୍ବନିମ୍ନ ତାପାମାତ୍ରା ୯.୪ ଡିଗ୍ରୀରେ ପହଞ୍ଚିଥିବା ବେଳେ କାଲୁଆ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି।

ଲେହରେ ଚଳିତ ବର୍ଷ ଏଯାଏ ସବୁଠାରୁ ଅଧିକ ଥଣ୍ଡାଅନୁଭତ ହୋଇଛି। ଆଜି ଲେହର ସର୍ବନିମ୍ନ ତାପାମତ୍ରା ବିଯୁକ୍ତ ୧୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୦.୯ ଡିଗ୍ରୀ ରହିଛି।

ଉତ୍ତର କଶ୍ମୀରର ଗୁଲମାର୍ଗରେ ଥିବା ପ୍ରସିଦ୍ଧ ସ୍କି ରିଜର୍ଟ ଉପତ୍ୟକାର ସବୁଠାରୁ ଥଣ୍ଡା ସ୍ଥାନରେ ପରିଣତ ହୋଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଠାରେ ପ୍ରବଳ ବରଫପାତ ହୋଇଛି। ବରଫପାତ ଯୋଗୁ ୪୩୪ କିମି ବିଶିଷ୍ଟ ଜମ୍ମୁ-ଲେହ ଜାତୀୟ ରାଜପଥ ବନ୍ଦ ରହିଛି। ନଭେମ୍ବର ୨୭ରୁ ହିଁ ବରଫପାତ ଯୋଗୁ ଏଠାରେ ଯାତାୟାତ ଠପ ହୋଇଯାଇଛି।

ହିମାଚଳପ୍ରଦେଶର ମନାଲୀ, ଲାହାଉଲ-ସ୍ପିଟି ଓ କିନ୍ନାଉରରେ ପ୍ରବଳ ବରଫପାତ ସାଙ୍ଗୁ ଶୀତ ଲହରୀ ଅନୁଭୁତ ହୋଇଛି। ଲାହାଉଲ-ସ୍ପିଟି ରାଜ୍ୟରୁ ସବୁଠାରୁ ଥଣ୍ଡା ଜିଲ୍ଲା ଭାବେ ପରିଣତ ହୋଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୧୨.୩ ଡିଗ୍ରୀ ସେଲସିୟସ ରହିଛି।

ସେହିପରି କିନ୍ନାଉରେ ତାପମାତ୍ରା ବିଯୁକ୍ତ ୩.୪ ରହିଥିବା ବେଳେ ମନାଲୀରେ ତାପମାତ୍ରା ବିଯୁକ୍ତ ୧ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ପଞ୍ଜାବ ଓ ହରିଆଣାରେ ମଧ୍ୟ ହଠାତ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଉତ୍ତର ପ୍ରଦେଶର ଏକାଧିକ ଜିଲ୍ଲାରେ ଘନଘନ କୁହୁଡ଼ି ସାଧାରଣ ଜୀବନକୁ ପ୍ରଭାବିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos