ପୁଣି କଶ୍ମୀରରେ ଲାଗୁ ହେଲା କଟକଣା, ବଡ଼ ମସଜିଦ୍‌ରେ ପ୍ରାର୍ଥନାକୁ ନା

ଶ୍ରୀନଗର: ଶୁକ୍ରବାର ନମାଜ ପ୍ରାର୍ଥନାକୁ ଦୃଷ୍ଟିରେ ରଖି ଆଜି ଜମ୍ମୁ-କଶ୍ମୀର ପ୍ରଶାସନ ରାଜ୍ୟର ବିଭିନ୍ନ ସ୍ଥାନରେ କଟକଣା ଲାଗୁ କରିଛି। ଶ୍ରୀନଗର ଠାରୁ ଆରମ୍ଭ କରି କଶ୍ମୀରର ବିଭିନ୍ନ ସ୍ଥାନରେ ଆଜି ୧୪୪ ଧାରା ଲାଗୁ କରାଯାଇଥିବାରୁ ସାଧାରଣ ଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। ଆଜି ଶୁକ୍ରବାର ଥିବାରୁ ମୁସଲିମ ଧର୍ମର ଲୋକମାନେ ନମାଜ ପାଠ ପାଇଁ ଏକତ୍ରୀତ ହେବାର ଥିଲା। ଏହି ସମୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ […]

wde

wde

Hemant Lenka
  • Published: Friday, 30 August 2019
  • Updated: 30 August 2019, 06:07 PM IST

ଶ୍ରୀନଗର: ଶୁକ୍ରବାର ନମାଜ ପ୍ରାର୍ଥନାକୁ ଦୃଷ୍ଟିରେ ରଖି ଆଜି ଜମ୍ମୁ-କଶ୍ମୀର ପ୍ରଶାସନ ରାଜ୍ୟର ବିଭିନ୍ନ ସ୍ଥାନରେ କଟକଣା ଲାଗୁ କରିଛି। ଶ୍ରୀନଗର ଠାରୁ ଆରମ୍ଭ କରି କଶ୍ମୀରର ବିଭିନ୍ନ ସ୍ଥାନରେ ଆଜି ୧୪୪ ଧାରା ଲାଗୁ କରାଯାଇଥିବାରୁ ସାଧାରଣ ଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି।

ଆଜି ଶୁକ୍ରବାର ଥିବାରୁ ମୁସଲିମ ଧର୍ମର ଲୋକମାନେ ନମାଜ ପାଠ ପାଇଁ ଏକତ୍ରୀତ ହେବାର ଥିଲା। ଏହି ସମୟରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ସେହିପରି ବିଭିନ୍ନ ସମ୍ବେଦଶୀଳ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପ୍ରହାରକୁ ବୃଦ୍ଧି କରାଯାଇଛି। ଏହାବାଦ୍‌ ବ୍ୟାରିକେଡ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଆଜି କଶ୍ମୀରରେ ସମସ୍ତ ପ୍ରକାରର ରାଲି ଓ ସାଧାରଣ ସଭା ଉପରେ କଟକଣା ଲାଗୁ କରାଯାଇଥିଲା। କଶ୍ମୀରର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ମସଜିଦ୍‌ରେ ଲୋକମାନେ ନମାଜ ପାଠ କରିଥିଲେ ହେଁ ସହରରେ ଥିବା ପ୍ରମୁଖ ମସଜିଦ୍‌ରେ ଶୁକ୍ରବାର ପ୍ରାର୍ଥନା ପାଇଁ ଲୋକଙ୍କୁ ବାରଣ କରାଯାଇଛି।

ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ହିଁ ଉପତ୍ୟକାରେ କଟକଣା ଲାଗୁ କରାଯାଇଛି। ଏହାପରେ ଧୀରେଧୀରେ କଶ୍ମୀର ସ୍ଥିତି ସ୍ୱାଭାବିକ ହେଉଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ହେଲେ ପ୍ରତି ଶୁକ୍ରବାର ପ୍ରଶାସନ ଉଭୟ ଦିନ ଓ ରାତିରେ କଟକଣା ଲାଗୁ କରୁଛି। କ୍ରମାଗତ ୨୬ତମ ଦିନରେ ଆଜି ମଧ୍ୟ କଶ୍ମୀରରେ ଦୋକାନ ବଜାର ବନ୍ଦ ରହିବା ସହ ପରିବହନ ବ୍ୟବସ୍ଥା ଠପ ହୋଇ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos