ପିଏମ କେୟାର୍ସ ଫଣ୍ଡ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ: ଏନଡିଆରଏଫକୁ ଯିବନି ଟଙ୍କା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ଗଠନ କରାଯାଇଥିବା ପିଏମ କେୟାର୍ସ ଫଣ୍ଡ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପିଏମ କେୟାର୍ସ ଫଣ୍ଡ ନାଁରେ ସଂଗ୍ରହଣ ହୋଇଥିବା ଟଙ୍କାକୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନଡିଆରଏଫ୍‌)କୁ ଟ୍ରାନ୍ସଫର କରିବାକୁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହାର ଅର୍ଥ ଏନଡିଆରଏଫକୁ ପିଏମ କେୟାର୍ସ ଫଣ୍ଡରୁ ଅର୍ଥ ଟ୍ରାନ୍ସଫର କରାଯିବ ନାହିଁ। ସୁପ୍ରିମକୋର୍ଟ ବିଚାରପତି ଅଶୋକ ଭୂଷଣ, ଜଷ୍ଟିସ ଆର ସୁଭାଷ ରେଡ୍ଡୀ ଓ […]

da

da

Hemant Lenka
  • Published: Tuesday, 18 August 2020
  • Updated: 18 August 2020, 02:21 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ଗଠନ କରାଯାଇଥିବା ପିଏମ କେୟାର୍ସ ଫଣ୍ଡ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପିଏମ କେୟାର୍ସ ଫଣ୍ଡ ନାଁରେ ସଂଗ୍ରହଣ ହୋଇଥିବା ଟଙ୍କାକୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏନଡିଆରଏଫ୍‌)କୁ ଟ୍ରାନ୍ସଫର କରିବାକୁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହାର ଅର୍ଥ ଏନଡିଆରଏଫକୁ ପିଏମ କେୟାର୍ସ ଫଣ୍ଡରୁ ଅର୍ଥ ଟ୍ରାନ୍ସଫର କରାଯିବ ନାହିଁ।

ସୁପ୍ରିମକୋର୍ଟ ବିଚାରପତି ଅଶୋକ ଭୂଷଣ, ଜଷ୍ଟିସ ଆର ସୁଭାଷ ରେଡ୍ଡୀ ଓ ଜଷ୍ଟିସ ଏମଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଚ୍ୟାରିଟେବୁଲ ଟ୍ରଷ୍ଟ ଭଳି ପିଏମ କେୟାର୍ସ ଫଣ୍ଡ ପାଇଁ ଅର୍ଥ ସଂଗ୍ରହ ହୋଇଛି। ଏହା ସଂପୂର୍ଣ୍ଣ ଭାବେ ଭିନ୍ନ। ତେଣୁ ପିଏମ କେୟାର୍ସ ଫଣ୍ଡରୁ ଅର୍ଥ ଟ୍ରାନ୍ସଫର କରିବାକୁ ନିର୍ଦ୍ଦେଶ ଦେବାର କୌଣସି ଆବଶ୍ୟକ ନାହିଁ।

ହଁ, ଯଦି ସରକାର ଚାହିଁବେ ନିଜ ଇଚ୍ଛା ଅନୁସାରେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ଏହା ଟ୍ରାନ୍ସଫର କରପାରିବେ। ହେଲେ ଏହାର ନିଷ୍ପତ୍ତି କେବଳ ସରକାରଙ୍କ ଉପରେ ରହିଛି। ଏନଡିଆରଏଫକୁ ଟଙ୍କା ଦେବା ବା ଅନୁମଦାନ ପ୍ରଦାନ କରିବା ଏକ ସ୍ୱେଚ୍ଛାକୃତ ବ୍ୟାପାର। ଏହା ଜଣେ ବ୍ୟକ୍ତି କିମ୍ବା ସଂସ୍ଥା ନିଜ ଇଚ୍ଛାରେ ହିଁ କରିପାରିବେ। ଏନଡିଆରଏଫକୁ ଟଙ୍କା ଦେବାକୁ କେହି କେବେ ନିର୍ଦ୍ଦେଶ ଦେଇ ପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ମାର୍ଚ୍ଚ ୨୮ ତାରିଖରେ ଭାରତ ସରକାର କରୋନା ମୁକାବିଲା ପାଇଁ ପାଣ୍ଠି ସଂଗ୍ରହ କରିବା ଉଦ୍ଦେଶ୍ୟରେ ପିଏମ କେୟାର୍ସ ଫଣ୍ଡ ଗଠନ କରିଥିଲେ। ନିଜ ଇଚ୍ଛାରେ ଲୋକମାନେ ଏହି ପାଣ୍ଠିକୁ ଦାନ କରିବାକୁ କୁହାଯାଇଥିଲା। ତେବେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଥିବା ବେଳେ କାହିଁକି ପିଏମ କେୟାର୍ସ ଫଣ୍ଡ ଗଠନ କରାଗଲା, ତା’କୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା।

ଏହାକୁ ବିରୋଧ କରି ଗୋଟିଏ ଏନଜିଓ ସଂସ୍ଥା ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲା। ଏଥିରେ କୁହାଯାଇଥିଲା ଯେ ସୁପ୍ରିମକୋର୍ଟ ପିଏମ କେୟାର୍ସ ଫଣ୍ଡର ଅର୍ଥକୁ ଏନଡିଆରଏଫକୁ ଟ୍ରାନ୍ସଫର କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ଏଥିସହ ଭାରତ ସରକାରଙ୍କୁ କୋଭିଡ୍‌ ମୁକାବିଲା ପାଇଁ ନୂଆ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କୁହନ୍ତୁ। ହେଲେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos