କେମିତି ପ୍ରାଣ ହରାଇଲା ବିକାଶ ଦୁବେ, କେଉଁ ସବୁ ସ୍ଥାନରେ ବାଜିଛି ଗୁଳି

କାନପୁର: ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ କାନପୁର ଅଣାଯାଉଥିବା ବେଳେ ଅଧାରାସ୍ତାରେ ଏନକାଉଣ୍ଟର କରାଯାଇଛି। ସେ ଆସୁଥିବା ଗାଡ଼ି ଦୁର୍ଘଟଣା ହେବାରୁ ବିକାଶ ଖସି ଚାଲିଯିବାକୁ ଉଦ୍ୟମ କରିଥିଲା। ଏପରି କି ସେ ପୁଲିସ୍‌ ଉପରକୁ ଗୁଳି ମଧ୍ୟ ଚଳାଇଥିଲା। ତେଣୁ ପୁଲିସର ପାଲଟା ଆକ୍ରମଣରେ ତା’ର ମୃତ୍ୟୁ ଘଟିଛି। ଘଟଣା ପରେ ବିକାଶକୁ କାନପୁର ସ୍ଥିତ ଏଲଏଲଆର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଛି। ଡାକ୍ତର ଆରବି କମଲଙ୍କ ସୂଚନା ଅନୁଯାୟୀ, ବିକାଶ ଦେହରେ ୪ଟି […]

ua

ua

Hemant Lenka
  • Published: Friday, 10 July 2020
  • Updated: 10 July 2020, 02:04 PM IST

Sports

Latest News

କାନପୁର: ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ କାନପୁର ଅଣାଯାଉଥିବା ବେଳେ ଅଧାରାସ୍ତାରେ ଏନକାଉଣ୍ଟର କରାଯାଇଛି। ସେ ଆସୁଥିବା ଗାଡ଼ି ଦୁର୍ଘଟଣା ହେବାରୁ ବିକାଶ ଖସି ଚାଲିଯିବାକୁ ଉଦ୍ୟମ କରିଥିଲା। ଏପରି କି ସେ ପୁଲିସ୍‌ ଉପରକୁ ଗୁଳି ମଧ୍ୟ ଚଳାଇଥିଲା। ତେଣୁ ପୁଲିସର ପାଲଟା ଆକ୍ରମଣରେ ତା’ର ମୃତ୍ୟୁ ଘଟିଛି।

ଘଟଣା ପରେ ବିକାଶକୁ କାନପୁର ସ୍ଥିତ ଏଲଏଲଆର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଛି। ଡାକ୍ତର ଆରବି କମଲଙ୍କ ସୂଚନା ଅନୁଯାୟୀ, ବିକାଶ ଦେହରେ ୪ଟି ଗୁଳି ମାଡ଼ ହୋଇଛି। ୩ଟି ତା’ ଛାତିରେ ମାଡ଼ ହୋଇଥିବା ବେଳେ ଆଉ ଗୋଟିଏ ଗୁଳି ହାତରେ ମାଡ଼ ହେବାର ଚିହ୍ନ ରହିଛି। ଗୁଳିମାଡ଼ କାରଣରୁ ହିଁ ତା’ର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି।

ତେବେ ଏହି ପ୍ରଶ୍ନ ଉଠୁଛି ଯେ ପୁଲିସ୍‌ ଏନକାଉଣ୍ଟର କରିବା ବେଳେ ଅଣ୍ଟା ତଳକୁ ମାରିବାର ନିୟମ ଥିବାବେଳେ କେଉଁ ପରିସ୍ଥିତିରେ ଉତ୍ତର ପ୍ରଦେଶ ପୁଲିସ୍‌ ଓ ଏସଟିଏଫ କମାଣ୍ଡୋମାନେ ବିକାଶ ଦୁବେର ଛାତିକୁ ଗୁଳିମାରିଲେ? କ’ଣ ଯୋଜନାବଦ୍ଧ ଭାବେ ବିକାଶକୁ ଏନକାଉଣ୍ଟର କରାଯାଇଛି କି? ବିକାଶର ରାଜନୀତିକ ଲିଙ୍କ ରହିଥିଲା ବୋଲି ଅଭିଯୋଗ ହେଉଛି। ଏହାକୁ ଲୁଚାଇବା ପାଇଁ ତା’କୁ ଗୁଳି କରଗଲା କି?

ଏତେ ବଡ଼ ଅପରାଧୀକୁ ଆଣିବା ପାଇଁ କାହିଁକି ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା? କେଉଁ ସବୁ ପୁଲିସ୍‌ ଅଧିକାରୀଙ୍କ ସହ ବିକାଶର ସମ୍ପର୍କ ଥିଲା? ସେହି କାରଣ ପାଇଁ ବିକାଶକୁ ହତ୍ୟା କରାଯାଇ ନାହିଁ ତ? ଏହି ପ୍ରଶ୍ନର ଉତ୍ତର ଯୋଗୀ ସରକାର କିମ୍ବା ପୁଲିସ୍‌ କେହି ବି ଦେଇ ନାହାନ୍ତି।

ଅନ୍ୟପକ୍ଷରେ ବିକାଶ ସହ ଏନକାଉଣ୍ଟର ଅପଡେଟ ସମ୍ପର୍କରେ ଏଡିଜି(ଆଇନଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି, ଏନକାଉଣ୍ଟର ବେଳେ ୩ ଜଣ ସବ ଇନସପେକ୍ଟର, ଜଣେ କନଷ୍ଟେବଲ ଓ ୨ ଜଣ ଏସଟିଏଫ କମାଣ୍ଡୋ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା।

ହେଲେ ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଶରୀରରେ ଗୁଳି ଘସି ହୋଇ ଚାଲିଯାଇଥିବା ଜଣାପଡ଼ିଛି। ପୂରା ବିକାଶ ଏପିସୋଡ଼୍‌ରେ ଏବେ ସୁଦ୍ଧା ୬ ଅଭିଯୁକ୍ତ ପ୍ରାଣ ହରାଇଛନ୍ତି ଓ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ଏହାବାଦ୍‌ ୭ ଜଣଙ୍କୁ ଜେଲ ପଠାଯାଇଥିବା ବେଳେ ୧୨ ଜଣ ଫେରାର ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos