ହରର୍ ଟିଭି ଶୋ’ର ନକଲ କରୁଥିଲେ, ଚାଲିଗଲା ୧୨ ବର୍ଷୀୟ ଝିଅର ଜୀବନ

ଭୋପାଲ୍‌: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଜଣେ ୧୨ ବର୍ଷୀୟ ଝିଅ ମଜାରେ ଏକ ଭୀତିପ୍ରଦ ବା ହରର୍ ଟିଭି ଶୋ’ର ନକଲ କରୁଥିବା ବେଳେ ଜୀବନ ହରାଇଛି। ଝିଅଟି ଗୋଟିଏ ଷ୍ଟୁଲ୍ ଉପରେ ଠିଆ ହୋଇ ନିଜ ବେକରେ ଦଉଡ଼ି ଲଗାଇ ଶୋ’ରେ ଚାଲିଥିବା ଆତ୍ମହତ୍ୟାର ନକଲ କରୁଥିଲା। ହେଲେ ସତକୁ ସତ ସେ ଫାଶୀରେ ଝୁଲି ଯାଇଥିଲା। ଝିଅଟି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ଗୋଟିଏ ହରର୍ ଟିଭି […]

ho

Hemant Lenka
  • Published: Tuesday, 25 June 2019
  • , Updated: 25 June 2019, 05:47 PM IST

ଭୋପାଲ୍‌: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଜଣେ ୧୨ ବର୍ଷୀୟ ଝିଅ ମଜାରେ ଏକ ଭୀତିପ୍ରଦ ବା ହରର୍ ଟିଭି ଶୋ’ର ନକଲ କରୁଥିବା ବେଳେ ଜୀବନ ହରାଇଛି। ଝିଅଟି ଗୋଟିଏ ଷ୍ଟୁଲ୍ ଉପରେ ଠିଆ ହୋଇ ନିଜ ବେକରେ ଦଉଡ଼ି ଲଗାଇ ଶୋ'ରେ ଚାଲିଥିବା ଆତ୍ମହତ୍ୟାର ନକଲ କରୁଥିଲା। ହେଲେ ସତକୁ ସତ ସେ ଫାଶୀରେ ଝୁଲି ଯାଇଥିଲା।

ଝିଅଟି ଅନ୍ୟ ସାଙ୍ଗମାନଙ୍କ ସହ ମିଶି ଗୋଟିଏ ହରର୍ ଟିଭି ଶୋ’ ଦେଖୁଥିଲା। ସେଠାରେ ଉପସ୍ଥିତ ସାଙ୍ଗମାନଙ୍କୁ ଡରାଇବା ପାଇଁ ଝିଅଟି ହରର ଶୋ’ ଦୃଶ୍ୟର ନକଲ କରି ନିଜ ବେକରେ ଦଉଡ଼ି ଲଗାଇଥିଲା। ଏହାପରେ ଟିଭି ଶୋ’ର ଦୃଶ୍ୟ ଭଳି ସେ ଛିଡ଼ା ହୋଇଥିବା ଷ୍ଟୁଲକୁ ଗୋଇଠା ମାରି ଦେଇ ଝୁଲି ଯାଇଥିଲା। ବିକଳ ହୋଇ ସେ ଚିତ୍କାର କରୁଥିଲେ ହେଁ, ତା’ ସାଙ୍ଗମାନେ ଏହାକୁ ଅଭିନୟ ବୋଲି ଭାବି ତାକୁ କୌଣସି ସାହାଯ୍ୟ କରି ନଥିଲେ।

ଝିଅର ଚିତ୍କାର ଶୁଣି ବାପାମା’ ରୁମ୍‌କୁ ଆସିବା ବେଳକୁ ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତୁରନ୍ତ ଝିଅଟିକୁ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ତା’କୁ ମୃତଘୋଷଣା କରିଥିଲେ। ଝିଅଟିର ବେକର ହାଡ଼ ଭାଙ୍ଗି ଯିବାରୁ ସେ ପ୍ରାଣ ହରାଇଥିବା ଡାକ୍ତର କହିଛନ୍ତି।

Related story