ଟାଇମ ମ୍ୟାଗାଜିନ୍‌ର କିଡ୍‌ ଅଫ ଦି ଇୟର ହେଲେ ୧୫ ବର୍ଷୀୟ ଗୀତାଞ୍ଜଳି ରାଓ

ୱାଶିଂଟନ: ପ୍ରସିଦ୍ଧ ଟାଇମ ପତ୍ରିକାର ପ୍ରଥମ କିଡ୍ ଅଫ୍ ଦି ଇୟର ଟାଇଟଲ୍ ଭାରତୀୟ ବଶଂଦ୍ଭୋବ ଆମେରିକା ନାଗରିକ ଗୀତାଞ୍ଜଳି ରାଓଙ୍କୁ ମିଳିଛି। ଗୀତାଞ୍ଜଳିଙ୍କୁ ମାତ୍ର ୧୫ ବର୍ଷ। ତାଙ୍କ ପାଖରେ ଥିବା ଅବିଶ୍ୱସନୀୟ ଦକ୍ଷତାକୁ ଦୃଷ୍ଟିରେ ରଖି ଟାଇମ ମ୍ୟାଗାଜିନ ତାଙ୍କର ଫୁଲ ଫଟୋକୁ ତା’ର କଭର ଫେଜ୍‌ରେ ସ୍ଥାନିତ କରିଛି। ଗୀତାଞ୍ଜଳି ରାଓ କେବଳ ଜଣେ ସାଧାରଣ ପିଲା ନୁହନ୍ତି, ସେ ମାତ୍ର ୧୫ ବର୍ଷ ବୟସରେ ନିଜ ଦକ୍ଷତା ବଳରେ ଅନେକ ଅସମ୍ଭବ […]

t

t

Hemant Lenka
  • Published: Thursday, 03 December 2020
  • Updated: 03 December 2020, 10:15 PM IST

Sports

Latest News

ୱାଶିଂଟନ: ପ୍ରସିଦ୍ଧ ଟାଇମ ପତ୍ରିକାର ପ୍ରଥମ କିଡ୍ ଅଫ୍ ଦି ଇୟର ଟାଇଟଲ୍ ଭାରତୀୟ ବଶଂଦ୍ଭୋବ ଆମେରିକା ନାଗରିକ ଗୀତାଞ୍ଜଳି ରାଓଙ୍କୁ ମିଳିଛି। ଗୀତାଞ୍ଜଳିଙ୍କୁ ମାତ୍ର ୧୫ ବର୍ଷ। ତାଙ୍କ ପାଖରେ ଥିବା ଅବିଶ୍ୱସନୀୟ ଦକ୍ଷତାକୁ ଦୃଷ୍ଟିରେ ରଖି ଟାଇମ ମ୍ୟାଗାଜିନ ତାଙ୍କର ଫୁଲ ଫଟୋକୁ ତା’ର କଭର ଫେଜ୍‌ରେ ସ୍ଥାନିତ କରିଛି।

ଗୀତାଞ୍ଜଳି ରାଓ କେବଳ ଜଣେ ସାଧାରଣ ପିଲା ନୁହନ୍ତି, ସେ ମାତ୍ର ୧୫ ବର୍ଷ ବୟସରେ ନିଜ ଦକ୍ଷତା ବଳରେ ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି। ସେ ଜଣେ କୁନି ବୈଜ୍ଞାନିକ ଓ ଉଦ୍ଭାବକ। ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହଲିଉଡ ସୁପରଷ୍ଟାର ତଥା ଏକାଡେମି ପୁରସ୍କାର ପ୍ରାପ୍ତ ଆଞ୍ଜେଲିନା ଜୁଲି ଟାଇମ୍ ମ୍ୟାଗାଜିନ ପାଇଁ ଗୀତାଞ୍ଜଳିଙ୍କ ସାକ୍ଷାତକାର ମଧ୍ୟ ନେଇଥିଲେ। ଏହା ଜୁମ୍‌ ଦ୍ୱାରା ଆୟୋଜିତ ହୋଇଥିଲା। ଆଞ୍ଜେଲିନା ଶରଣାର୍ଥୀଙ୍କ ପାଇଁ ମଳିତ ଜାତିସଂଘର ହାଇକମିଶନର ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ଟାଇମ୍ ମ୍ୟାଗାଜିନ୍ ପ୍ରଥମ ଥର ପାଇଁ କିଡ୍ ଅଫ୍ ଦି ଇୟର ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ କରିଥିଲା। ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୫ ହଜାର ପ୍ରାର୍ଥୀ ଚୟନ କରାଯାଇଥିଲା। ତେବେ ସମସ୍ତଙ୍କୁ ପଛରେ ପକାଇ ଗୀତାଞ୍ଜଳି ଟାଇମ ମ୍ୟାଗାଜିନ୍‌ର କିଡ୍‌ ଅଫ ଦି ଇୟର ହୋଇଛନ୍ତି।

ନିକଟରେ ଗୀତାଞ୍ଜଳି ଆମେରିକାର ଟପ୍ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡ ମଧ୍ୟ ପାଇଥିଲେ। ତେବେ ଏତେ କମ ବୟସରେ ଗୀତାଞ୍ଜଳି ଏମିତି କ’ଣ କରିଛନ୍ତି ଯେ ତାଙ୍କୁ ଟାଇମ ଭଳି ମ୍ୟାଗାଜିନର କଭର ପେଜରେ ସ୍ଥାନ ମିଳିଲା?

ଗୀତାଞ୍ଜଳି ରାଓ ମାତ୍ର ୧୫ ବର୍ଷ ବୟସରେ ଏମିତି ଏକ ସେନ୍ସର ତିଆରି କରିଛନ୍ତି, ଯାହାଫଳରେ ପାଣିରେ ଥିବା ସୀସାର ପରିମାଣକୁ ବେଶ ସହଜରେ ଚିହ୍ନଟ ହୋଇପାରିବ। ଏହି ସେନ୍ସରେ କୌଣସି ପ୍ରକାରର ଦାମୀ ଉପକରଣ ବ୍ୟବହାର ହୋଇନାହିଁ। ସେ ଉଦ୍ଭାବନ କରିଥିବା ଯନ୍ତ୍ରଟି ଠିକ୍‌ ମୋବାଇଲ ଭଳି ଦେଖିବାକୁ ଓ ଏହାର ନାଁ ସେ ‘ଟେଥିସ୍’ ରଖିଛନ୍ତି। ଏହାକୁ ମାତ୍ର କିଛି ସେକେଣ୍ଡ ପାଇଁ ପାଣିରେ ରଖିଦେଲେ, ଏହା ସହ ଲାଗିଥିବା ଆପ୍‌ ତୁରନ୍ତ ପାଣିରେ କେତେ ମାତ୍ରାରେ ସୀସା ରହିଛି, ତାହା କହିଦେବ। ଏବେ ଆମେରିକା ବୈଜ୍ଞାନିକମାନେ ଗୀତାଞ୍ଜଳିଙ୍କ ଡିଭାଇସ ଉପରେ ଅଧିକ କାମ କରୁଛନ୍ତି।


ଆମେରିକାର ଅନେକ ସ୍ଥାନରେ ପାଣିରେ ସୀସାର ମାତ୍ରା ଅଧିକ ରହିଥିବା ଦେଖିବାକୁ ମିଳିଥାଏ। ଆଜି ଯାଏ ପାଣିରେ ଥିବା ସୀସାକୁ ମାପିବା ପାଇଁ ବ୍ୟବହୃତ ପଦ୍ଧତିଗୁଡ଼ିକ ଅତ୍ୟନ୍ତ ଜଟଳ ଥିଲା ଓ ଏହାର ରେଜଲ୍ଟ ଆସିବା ପାଇଁ ଅନେକ ସମୟ ଲାଗୁଥିଲା। ସେହିପରି ଏମିତି ଅନେକ ପଦ୍ଧତି ରହିଛି, ଯେଉଁଥିରେ ୧୦୦% ଠିକ୍‌ ରେଜଲ୍ଟ ମଧ୍ୟ ଆସେନାହିଁ। ତେଣୁ ଗୀତାଞ୍ଜଳି ବାହାର କରିଥିବା ପଦ୍ଧତି ଦ୍ୱାରା ଆମେରିବାବାସୀଙ୍କୁ ବେଶ ଲାଭ ମିଳିବ।

ଗୀତାଞ୍ଜଳି ଟାଇମକୁ ଦେଇଥିବା ସାକ୍ଷାତକାର ଦେଇ କହିଛନ୍ତି, “ଆଜି କାହା ମୁହଁରେ ହସ ଫୁଟାଇବି, ତା’ ଉପରେ ମୁଁ ପ୍ରତିଦିନ ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ କରେ। କେମିତି ଲୋକଙ୍କୁ ମୁଁ ଖୁସି ଦେଇ ପାରିବି, ସେକଥା ଚିନ୍ତା କରେ। ଏହାପରେ ମୁଁ ଲକ୍ଷ୍ୟ ବଦଳି ଯାଇଥିଲା। ମୁଁ କେମିତି ସମାଜରେ ସକାରାତ୍ମକ ବାତାବରଣ ଆଣିପାରିବି, ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲି। ଯେତେବେଳେ ମୁଁ ଦ୍ୱିତୀୟ କିମ୍ବା ତୃତୀୟ ଶ୍ରେଣୀ ପଢ଼ୁଥିଲି ସେତେବେଳେ ମୁଁ ଭାବିଥିଲି ଯେ ବିଜ୍ଞାନ ପଦ୍ଧତି ମାଧ୍ୟମରେ ମୁଁ କିପରି ସମାଜରେ ପରିବର୍ତ୍ତନ ଆଣିବି। ମୋତେ ୧୦ ବର୍ଷ ବୟସ ହେଲା ବେଳକୁ ମୁଁ ମୋ ବାପା ମା’ଙ୍କୁ କାର୍ବନ ନାନୋଟ୍ୟୁବ ସେନ୍ସର ଟେକ୍ନୋଲୋଜି ଉପରେ ରିସର୍ଚ୍ଚ କରିବାକୁ ଚାହୁଁଥିବା ଜଣାଇଥିଲି।”

କୁନି ବୈଜ୍ଞାନିକ ଗୀତାଞ୍ଜଳି କେବଳ ପାଣିରେ ଥିବା ସୀସା ଉପରେ କାମ କରିନାହାନ୍ତି, ବରଂ ସେ ଆହୁରି ଅନେକ ଅସାଧାରଣ କାର୍ଯ୍ୟ ମଧ୍ୟ କରିଛନ୍ତି। ସେ ଏମିତି ଏକ ଆପ୍‌ ଡିଜାଇନ କରିଛନ୍ତି, ଯାହା cyberbullyingକୁ ରୋକିବାରେ ସଫଳ ହୋଇଛି। ଏହାର ନାଁ ସେ Kindly ରଖିଛନ୍ତି। ଏହାଦ୍ୱାରା cyberbullyingକୁ ପ୍ରାଥମିକ ପର୍ଯ୍ୟାୟରେ ହିଁ ଆର୍ଟିଫିସିଆଲ- ଗୁଇନ୍ଦା ଟେକ୍ନୋଲଜିର ବ୍ୟବହାର କରି ରୋକାଯାଇ ପାରିବ।

ଗୀତାଞ୍ଜଳି କେବଳ ନିଜେ ଏକାକୀ ନୂଆ ଯନ୍ତ୍ର ଉଦ୍ଭାବନ କରି ବିଶ୍ୱର ସମସ୍ୟାକୁ ସମାଧାନ କରିବାକୁ ଲକ୍ଷ୍ୟ ରଖିନାହାନ୍ତି ବରଂ ଅନ୍ୟମାନେ ମଧ୍ୟ ତାଙ୍କ ଠାରୁ ଶିଖି ଏଭଳି କାମ କରନ୍ତୁ ବୋଲି ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos