ନୀରବ ମୋଦିଙ୍କ ପତ୍ନୀଙ୍କୁ ଗିରଫ ପାଇଁ ଜାରି ହେଲା ୱାରେଣ୍ଟ

ନୂଆଦିଲ୍ଲୀ: ଋଣ ଖିଲାପକାରୀ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ନାଁରେ ଆଜି ଗିରଫ ପରୱାନା ଜାରି କରାଯାଇଛି। ଇଣ୍ଟରପୋଲ ପକ୍ଷରୁ ତାଙ୍କ ନାଁରେ ରେଡ କର୍ଣ୍ଣର ନୋଟିସ୍‌ କରାଯାଇଛି। ଏହି ରେଡ୍‌ କର୍ଣ୍ଣର ନୋଟିସର ଅର୍ଥ ଗ୍ଲୋବାଲ ଆରେଷ୍ଟ ୱାରେଣ୍ଟ।

ଭାରତରେ ଶ୍ରୀମତୀ ମୋଦିଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି। ଏହି ଆଧାରରେ ଇଣ୍ଟର ପୋଲ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛି। ୨୦୧୯ରେ ଶେଷଥର ପାଇଁ ଆମି ମୋଦିଙ୍କୁ ଆମେରିକାରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ କେଉଁଠି ଅଛନ୍ତି, ତା’ ଖବର କାହା ପାଖରେ ନାହିଁ।

ଅନ୍ୟପକ୍ଷରେ ନୀରବ ମୋଦି ଭାରତରୁ ପ୍ରାୟ ୧୪ ହଜାର କୋଟି ଟଙ୍କାର ଋଣ ନେଇ ବ୍ରିଟେନ ପଳାଇଥିଲେ। ତାଙ୍କୁ ସେଠାରେ ଗିରଫ କରାଯାଇଛି। ଭାରତ ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ମାମଲା ମଧ୍ୟ କରିଛି। ଗତବର୍ଷ ଫେବୃଆରୀରେ ଇଡି କହିଥିଲା ଯେ ଆମି ମୋଦି ୩୦ ମିଲିୟନ ଡଲାର ବଳରେ ଆମେରିକାର ନ୍ୟୁୟର୍କରେ ଦୁଇଟି ଆପାର୍ଟମେଣ୍ଟ କିଣିଛନ୍ତି।

ବିଦେଶରେ ନୀରବ ମୋଦିଙ୍କ ନାଁରେ ଥିବା ୬୩୭ କୋଟି ଟଙ୍କା ସମ୍ପତ୍ତିକୁ ଅକ୍ଟୋବର ମାସରେ ଜବତ କରାଯାଇଥିଲା। ଏହା ମଧ୍ୟରେ ଆମି ମୋଦିଙ୍କ ନାଁରେ ଥିବା ଦୁଇଟି ଆପାର୍ଟମେଣ୍ଟ ମଧ୍ୟ ସାମିଲ ଥିଲା। ଲଣ୍ଡନରେ ବି ନୀରବ ମୋଦୀଙ୍କ ନାଁରେ ୫୬.୯୭ କୋଟି ଟଙ୍କାର ଫ୍ଲାଟ ରହିଥିଲା। ଆମି ମୋଦିଙ୍କ ବ୍ୟତୀତ ନୀରବ ମୋଦି, ତାଙ୍କ ଭାଇ ନେହାଲ ମୋଦି ଓ ଭଉଣୀ ପୂର୍ବୀଙ୍କ ନାଁରେ ମଧ୍ୟ ରେଡ କର୍ଣ୍ଣର ନୋଟିସ ଜାରି ହୋଇଛି।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ମୃତ୍ୟୁ ମାମଲା, ଜୟା ଓ ଶ୍ରୁତିଙ୍କୁ ସମନ୍ କଲା ଏନସିବି

ପାରମ୍ପରିକ ଠାରୁ ଅଲଗା ହେବ ଅଯୋଧ୍ୟାର ମସଜିଦ୍

୨୦୨୨ ସୁଦ୍ଧା ଅଭିବୃଦ୍ଧି ହାର ୧୯% ବଢ଼ିବ ବୋଲି ଆକଳନ କଲା କେନ୍ଦ୍ର

ଭାରତ ବିରୋଧରେ ୧୯୬୨ ନୀତି ଆପଣାଉଛି ଚୀନ୍!

ଡୋମିକିଲ ସାର୍ଟିଫିକେଟ ପାଇଁ ବଢ଼ୁଛି ଆବେଦନକାରୀଙ୍କ ସଂଖ୍ୟା

ପିଭିସି ପାଇପରେ ଡ୍ରଗ୍ସ ପଠାଇଥାନ୍ତା ପାକିସ୍ତାନ, ଯୋଜନା ପଣ୍ଡ କଲା ବିଏସଏଫ୍

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା: ଆହତ ଯୋଗୁ ବାଦ୍ ପଡ଼ିଲେ ଇଶାନ୍ତ ଶର୍ମା

କରୋନା ଲଢ଼େଇରେ ବିଜୟୀ ହେଲେ ଶତାୟୁ ମହିଳା

ରାଜ୍ୟସଭାରେ କୃଷି ବିଲ୍ ପାରିତ: ରୁଲ୍ ବୂୁକ୍ ଚିରିଲେ, ମାଇକ ଭାଙ୍ଗିଲେ ବିରୋଧୀ

ଆଜି ଗେଲ୍-ରାବଡା ଓ ଅଶ୍ୱିନ୍-ମ୍ୟାକ୍ସୱେଲ୍ ମୁକାବିଲା

୨୪ ବର୍ଷ ପରେ ରାଜ୍ୟସଭାର ସାଂସଦ ଭାବରେ ଶପଥ ନେଲେ ଦେବଗୌଡ଼ା

ପୁଲିସ ଗୁଳିରେ ଦୁଇ ମାଓବାଦୀ ମୃତ