ଏୟାରପୋର୍ଟରୁ ଧରା ପଡ଼ିଲା ୧୬ କୋଟି ଟଙ୍କାର ସୁନା

ଜୟପୁର: ୟୁଏଇ ଓ ସାଉଦି ଆରବରୁ ଦୁଇଟି ଚାର୍ଟାର୍ଡ ବିମାନ ଯୋଗେ ଜୟପୁର ଆସିଥିବା ବ୍ୟକ୍ତିମାନଙ୍କ ପାଖରୁ ବିପୁଳ ପରିମାଣର ସୁନା ଜବତ କରାଯାଉଛି। ଜବତ ସୁନାର ଓଜନ ପ୍ରାୟ ୩୨ କେଜି ଓ ଏହାର ମୂଲ୍ୟ ୧୫.୬୭ କୋଟି ହେବ ବୋଲି ଅଧିକାରୀମାନେ କହିଛନ୍ତି। ଜବତ ସୁନା ଗୁଡ଼ିକ ବିସ୍କୁଟ ଓ ବାରସ ଆକାରରେ ବ୍ୟାଗ ମଧ୍ୟରେ ରହିଥିଲା। କଷ୍ଟମ ଅଧିକାରୀମାନେ ଏହାକୁ ସାନଗାନେର ଏୟାରପୋର୍ଟରୁ ଜବତ କରିଛନ୍ତି। ସାଉଦ ଆରବର ରିୟାଦରୁ ଆସିଥିବା ୧୧ […]

ya

ya

Hemant Lenka
  • Published: Saturday, 04 July 2020
  • Updated: 04 July 2020, 05:58 PM IST

Sports

Latest News

ଜୟପୁର: ୟୁଏଇ ଓ ସାଉଦି ଆରବରୁ ଦୁଇଟି ଚାର୍ଟାର୍ଡ ବିମାନ ଯୋଗେ ଜୟପୁର ଆସିଥିବା ବ୍ୟକ୍ତିମାନଙ୍କ ପାଖରୁ ବିପୁଳ ପରିମାଣର ସୁନା ଜବତ କରାଯାଉଛି। ଜବତ ସୁନାର ଓଜନ ପ୍ରାୟ ୩୨ କେଜି ଓ ଏହାର ମୂଲ୍ୟ ୧୫.୬୭ କୋଟି ହେବ ବୋଲି ଅଧିକାରୀମାନେ କହିଛନ୍ତି।

ଜବତ ସୁନା ଗୁଡ଼ିକ ବିସ୍କୁଟ ଓ ବାରସ ଆକାରରେ ବ୍ୟାଗ ମଧ୍ୟରେ ରହିଥିଲା। କଷ୍ଟମ ଅଧିକାରୀମାନେ ଏହାକୁ ସାନଗାନେର ଏୟାରପୋର୍ଟରୁ ଜବତ କରିଛନ୍ତି। ସାଉଦ ଆରବର ରିୟାଦରୁ ଆସିଥିବା ୧୧ ଜଣ ବ୍ୟକ୍ତିଙ୍କ ପାଖରୁ ୨୨.୬୫ କେଜି ସୁନା ଜବତ ହୋଇଥିବା ବେଳେ ୟୁଏଇରୁ ଆସିଥିବା ୩ ଜଣ ବ୍ୟକ୍ତିଙ୍କ ପାଖରୁ ୯.୩ କେଜି ସୁନା ଠାବ ହୋଇଛି।

ମୋଟ ଜବତ ସୁନାର ମୂଲ୍ୟ ୧୫.୬୭ କୋଟି ଟଙ୍କା। ଏବେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ପୁଲିସ୍‌ ଜେରା ଆରମ୍ଭ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos