କାଲି ଭୋର ୪.୩୦ରେ ପୁଣେରୁ ବାହାରିବ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବାର ଅମୋଘ ଅସ୍ତ୍ର କୁହାଯାଉଥିବା ଟିକା ପାଇଁ ରହିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। କାରଣ ପୁଣେ ସ୍ଥିତ ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ପ୍ରଥମ ଦଫାରେ ୧୧ ମିଲିୟନ ଡୋଜ୍‌ ଟିକା ଆଣିବାକୁ ସରକାର ଅର୍ଡର ଦେଇଛନ୍ତି। ଆଜି ସନ୍ଧ୍ୟାରେ ସରକାର ଟିକା ପାଇଁ ଅର୍ଡର ଦେଇଥିବାରୁ ପ୍ରଥମ ଦଫାରେ କାଲି ଭୋର ୪.୩୦ରେ ଟିକାର ଡୋଜ୍‌ ଗୁଡ଼ିକ ପୂରା ସୁରକ୍ଷା ବଳୟ ମଧ୍ୟରେ ଦିଲ୍ଲୀ ଅଭିମୁଖେ ଆସିବ। ଅକ୍ସଫୋର୍ଡ […]

fta

fta

Hemant Lenka
  • Published: Monday, 11 January 2021
  • Updated: 11 January 2021, 09:22 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବାର ଅମୋଘ ଅସ୍ତ୍ର କୁହାଯାଉଥିବା ଟିକା ପାଇଁ ରହିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। କାରଣ ପୁଣେ ସ୍ଥିତ ସେରମ ଇନିଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ପ୍ରଥମ ଦଫାରେ ୧୧ ମିଲିୟନ ଡୋଜ୍‌ ଟିକା ଆଣିବାକୁ ସରକାର ଅର୍ଡର ଦେଇଛନ୍ତି। ଆଜି ସନ୍ଧ୍ୟାରେ ସରକାର ଟିକା ପାଇଁ ଅର୍ଡର ଦେଇଥିବାରୁ ପ୍ରଥମ ଦଫାରେ କାଲି ଭୋର ୪.୩୦ରେ ଟିକାର ଡୋଜ୍‌ ଗୁଡ଼ିକ ପୂରା ସୁରକ୍ଷା ବଳୟ ମଧ୍ୟରେ ଦିଲ୍ଲୀ ଅଭିମୁଖେ ଆସିବ।

ଅକ୍ସଫୋର୍ଡ ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡର ଗୋଟିଏ ଡୋଜ୍‌କୁ ସରକାର ୨୦୦ ଟଙ୍କାରେ କିଣିବେ। ଜଣେ ବ୍ୟକ୍ତିଙ୍କୁ ଟିକାର ଦୁଇଟି ଡୋଜ୍‌ ଦିଆଯିବ। ଏହାର ଅର୍ଥ ସରକାର ଜଣଙ୍କ ପିଛା ୪୦୦ ଟଙ୍କା ଖର୍ଚ୍ଚ କରିବେ। ପ୍ରଥମ ଦଫାରେ ପ୍ରାୟ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ସମସ୍ତ ୩ କୋଟି ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯିବ ନା ଜରୁରୀ ବ୍ୟବହାର ପାଇଁ ଅନୁମତି ପାଇଥିବା କୋଭାକ୍ସିନର ଟିକା ମଧ୍ୟ କିଛି ଲୋକଙ୍କୁ ଦିଆଯିବ, ସେକଥା ଜଣାପଡ଼ିନାହିଁ।

ଭାରତ ସରକାର ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ କରିବେ। ପ୍ରଥମ ଦଫାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଟିକାକରଣ ବେଳେ ଯେମିତି କିଛି ଅସୁବିଧା ନ ହେବ, ସେଥିପାଇଁ ଦେଶର ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏରନ୍‌ ମଧ୍ୟ କରାଯାଇଛି।

କୋଭିସିଲ୍ଡ କିଣିବା ପାଇଁ ସରକାର ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲେ। କିନ୍ତୁ ଟିକାର ଗୋଟିଏ ଡୋଜ୍‌ର ମୂଲ୍ୟ କେତେ ରହିବ, ତା’କୁ ନେଇ ବେଶ କିଛିଦିନ ହେଲା ବୈଠକ ବସୁଥିଲା। ଆଜି ଟିକାକୁ ୨୦୦ ଟଙ୍କାରେ କିଣିବାକୁ ଡିଲ୍‌ କରିଛନ୍ତି। ସେରମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ ପକ୍ଷରୁ ଟିକାର ପ୍ରଥମ ୧୦୦ ମିଲିୟନ ଡୋଜ୍‌ ୨୦୦ ଲେଖାଏ ଟଙ୍କାରେ ସରକାରଙ୍କୁ ଦିଆଯିବ। ପ୍ରଥମ ଦଫାରେ ୧୧ ମିଲିୟନ ବା ନିୟୁତ ଡୋଜ୍‌ କମ୍ପାନୀ ସରକାରଙ୍କ ପାଖକୁ ପଠାଇବ।

ଜାନୁଆରୀ ୩ରେ ଡିସିଜିଆଇ କୋଭିସିଲ୍ଡ ସହ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ଅକ୍ସଫୋର୍ଡ–ଆଷ୍ଟ୍ରାଜେନେକା ମିଳିତ ଭାବେ କୋଭିସିଲ୍ଡକୁ ପ୍ରସ୍ତୁତ କରିଥିବା ବେଳେ ଏହାର ଉତ୍ପାଦନ ଦାୟିତ୍ୱ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ମିଳିଛି।

ସରକାର ପ୍ରଥମ ଦଫାରେ ୩୦୦ ନିୟୁତ ଲୋକଙ୍କ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୬୦୦ ନିୟୁତ ଟିକାର ଡୋଜ୍‌ ଦରକାର। ସେରମ ଏବେଠାରୁ ହିଁ ୫୦ ମିଲିୟନ ଡୋଜ୍‌ ଟିକା ପ୍ରସ୍ତୁତ କରି ରଖିଛି। ଟିକାର ରପ୍ତାନୀ ଉପରେ ଭାରତ ସରକାର କୌଣସି ରୋକ ଲଗାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story