ଏଣିକି ବିମାନ ବାତିଲ ହେଲେ ମିଳିବ ସବୁ ପଇସା

ନୂଆଦିଲ୍ଲୀ: ବିମାନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ। ବିମାନ ବାତିଲ ପଛରେ ଯଦି ବିମାନ କମ୍ପାନୀର ତ୍ରୁଟି ଥାଏ, ତେବେ ଯାତ୍ରୀଙ୍କୁ କ୍ଷତିପୂରଣ କିମ୍ବା ଟିକେଟର ମୂଲ୍ୟ ଫେରସ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା। ସେହିଭଳି ବିମାନ ବିଳମ୍ବ ହେଲେ ମଧ୍ୟ ଯାତ୍ରୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ଯାତ୍ରୀ ୪ଦିନ ପୂର୍ବରୁ ଟିକେଟ କ୍ୟାନସଲ କଲେ ସେମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରାଯିବା। […]

Aeroplanes - 13 Aug 2016

Aeroplanes - 13 Aug 2016

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 10:27 AM IST

Sports

Latest News

ନୂଆଦିଲ୍ଲୀ: ବିମାନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ। ବିମାନ ବାତିଲ ପଛରେ ଯଦି ବିମାନ କମ୍ପାନୀର ତ୍ରୁଟି ଥାଏ, ତେବେ ଯାତ୍ରୀଙ୍କୁ କ୍ଷତିପୂରଣ କିମ୍ବା ଟିକେଟର ମୂଲ୍ୟ ଫେରସ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା।

ସେହିଭଳି ବିମାନ ବିଳମ୍ବ ହେଲେ ମଧ୍ୟ ଯାତ୍ରୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହ ଯାତ୍ରୀ ୪ଦିନ ପୂର୍ବରୁ ଟିକେଟ କ୍ୟାନସଲ କଲେ ସେମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରାଯିବା। ସେହିପରି ୪ଦିନ ମଧ୍ୟରେ କଲେ ଏଥିପାଇଁ ସେମାନଙ୍କୁ କ୍ୟାନସଲେସନ ଚାର୍ଜ ଦେବାକୁ ହେବ।

ସେହିପରି ବିମାନ ଯାତ୍ରାକୁ ସମ୍ପୂର୍ଣ୍ଣ ଡିଜିଟାଇଲାଇଜେସନ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଯାହାର ନାଁ ରଖାଯାଇଛି- ‘ଡିଜି ଯାତ୍ରା’।  ଏହାଦ୍ୱାରା ଯାତ୍ରୀ ନିଜ ଆଧାର କାର୍ଡ ବ୍ୟବହାର କରି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ ଡିଜିଟାଲ ପରିଚୟ ତିଆରି କରିପାରିବେ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos