ଚାଇନାରୁ ଉଦ୍ଧାର ପାଇଁ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇରସ କଳବରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ସପ୍ତାହରେ ଚାଇନାକୁ ସହାୟତା କରିବା ପାଇଁ ଭାରତ ସରକାର ବିମାନ ଯୋଗେ ମେଡିସିନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଇବେ। ଏହି ସମୟରେ ସେଠାକୁ ଥିବା ବିମାନରେ ଭାରତୀୟଙ୍କୁ ମଧ୍ୟ ଉଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜି ଏଥିପାଇଁ ଭାରତ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। […]

qwe

qwe

Hemant Lenka
  • Published: Monday, 17 February 2020
  • Updated: 17 February 2020, 02:26 PM IST

Sports

Latest News

ନୂଆଦିଲ୍ଲୀ: ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇରସ କଳବରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ସପ୍ତାହରେ ଚାଇନାକୁ ସହାୟତା କରିବା ପାଇଁ ଭାରତ ସରକାର ବିମାନ ଯୋଗେ ମେଡିସିନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଇବେ।

ଏହି ସମୟରେ ସେଠାକୁ ଥିବା ବିମାନରେ ଭାରତୀୟଙ୍କୁ ମଧ୍ୟ ଉଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜି ଏଥିପାଇଁ ଭାରତ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଚାଇନାରେ ଫସି ରହିଥିବା ଭାରତୀୟମାନେ ଆଜି ସୁଦ୍ଧା ବେଜିଂରେ ଥିବା ଦୂତାବାସ ସହ ଯୋଗାଯୋଗ କରନ୍ତୁ। ଦୂତାବାସ ନିର୍ଦ୍ଦେଶକ୍ରମେ ସମସ୍ତଙ୍କୁ ସେଠାରୁ ଉଦ୍ଧାର କରାଯିବ।

ବେଜିଂରେ ଥିବା ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଚଳିତ ସପ୍ତାହରେ ଭାରତ ସରକାର ଚାଇନାକୁ କରୋନା ମୁକାବିଲା ଦିଗରେ ସହଯୋଗ କରିବା ପାଇଁ ଉହାନକୁ ଏକ ରିଲିଫ ବିମାନ ପଠାଇବେ। ବିମାନଟି ଭାରତ ଫେରିବା ବେଳେ ହୁବେଇ କିମ୍ବା ଉହାନରେ ଫସିଥିବା ଭାରତୀୟମାନଙ୍କୁ ମଧ୍ୟ ନେଇ ପାରିବ।

ଯେଉଁମାନେ ସ୍ୱଦେଶ ଫେରିବାକୁ ଚାହୁଁଛନ୍ତି, ସେମାନେ ଦୂତାବାସ ସହ ଯୋଗାଯୋଗ କରିପାରିବେ। ସନ୍ଧ୍ୟା ୭ଟା ସୁଦ୍ଧା ଯେଉଁ ଭାରତୀୟମାନେ ସ୍ୱଦେଶ ଫେରିବାକୁ ଚାହୁଁଛନ୍ତି, ସେମାନେ ଏହି ମାଧ୍ୟମରେ +8618610952903 and +8618612083629 or via email on helpdesk.beijing@mea.gov.in. ଦୂତାବାସ ସହ ଯୋଗାଯୋଗ କରିପାରିବେ।

ଏହାପୂର୍ବରୁ ଭାରତ ସରକାର ଫେବୃଆରୀ ୧ ଓ ୨ରେ ଦୁଇଟି ବିମାନ ଯୋଗେ ଉହାନରେ ଫସିଥିବା ୬୫୦ ଜଣ ଭାରତୀୟଙ୍କୁ ଉଦ୍ଧାର କରି ସ୍ୱଦେଶ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos