ନିଜ ନିଜ ଜିଦ୍‌ରେ ଅଟଳ ସରକାର ଓ ଚାଷୀ, ୨୬ରେ ହେବ ବିଶାଳ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ ଚାଷୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବସିଥିବା ୧୧ତମ ବୈଠକ ବେଶ ଘଟଣା ବହୁଳ ରହିଛି। ବୈଠକରେ ଉଭୟ ପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ କୌଣସି ନିସ୍କର୍ଷ ବାହାରିପାରିନାହିଁ। କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରେ ଖପ୍ପା ହୋଇଥିବା ଚାଷୀମାନେ ଆଗାମୀ ଦିନରେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି ଧମକ ଦେଇଛନ୍ତି। ସେହିପରି ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ […]

dg

dg

Hemant Lenka
  • Published: Friday, 22 January 2021
  • Updated: 22 January 2021, 06:13 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ ଚାଷୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବସିଥିବା ୧୧ତମ ବୈଠକ ବେଶ ଘଟଣା ବହୁଳ ରହିଛି। ବୈଠକରେ ଉଭୟ ପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ କୌଣସି ନିସ୍କର୍ଷ ବାହାରିପାରିନାହିଁ। କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରେ ଖପ୍ପା ହୋଇଥିବା ଚାଷୀମାନେ ଆଗାମୀ ଦିନରେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି ଧମକ ଦେଇଛନ୍ତି। ସେହିପରି ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ବିଶାଳ ଟ୍ରାକ୍ଟର ରାଲି କରାଯିବ ବୋଲି ଚାଷୀ ନେମାନେ କହିଛନ୍ତି।

ଆଜିର ବୈଠକରେ କେନ୍ଦ୍ର ସରକାର କୃଷି ଆଇନକୁ ୨ ବର୍ଷ ଯାଏ ସ୍ଥଗିତ ରଖିବାକୁ ରାଜିଥିବା ଚାଷୀମାନଙ୍କୁ କହିଥିଲେ। ହେଲେ ଚାଷୀମାନେ କୃଷି ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଜିଦ୍‌ କରିଥିଲେ। କେନ୍ଦ୍ର କୃଷିମନ୍ତ୍ରୀ କହିଥିଲେ ଯେ କୃଷି ଆଇନରେ କିଛି ବି ଖରାପ ନାହିଁ। ହେଲେ ସରକାର ଚାଷୀମାନଙ୍କୁ ସମ୍ମାନ ଜଣାଇ ଆଇନକୁ ଦେଢ଼ରୁ ୨ ବର୍ଷ ଯାଏ କାର୍ଯ୍ୟକାରୀ ନ କରିବାକୁ ରାଜି ହୋଇଛନ୍ତି।

ଏହା ହିଁ ସବୁଠାରୁ ବଡ଼ ଭଲ ପ୍ରସ୍ତାବ। ଚାଷୀମାନେ ଏହା ଉପରେ ବିଚାର କରନ୍ତୁ। ସରକାର ଏହାଠାରୁ ଭଲ ଆଉ ପ୍ରସ୍ତାବ ଆଉ କିଛି ଦେଇ ପାରିବେ ନାହିଁ। ଚାଷୀମାନେ ଏହି ପ୍ରସ୍ତାବକୁ ଖାରଜ କରିବା ପୂର୍ବରୁ ଆଉ ଥରେ ଭାବନ୍ତୁ। କିନ୍ତୁ ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଏହାପରେ କୃଷିମନ୍ତ୍ରୀ କହିଥିଲେ ଆମେ ଆଉ ଥରେ ବୈଠକ କରିବା। କିନ୍ତୁ ସମୟ ଓ ତାରିଖ ସମ୍ପର୍କରେ ସେ କିଛି ବି କହି ନଥିଲେ। ସରକାରଙ୍କ ଆଭିମୁଖ୍ୟ ଦେଖି ଚାଷୀମାନେ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି। ସେମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି କହିଛନ୍ତି।

କିଷାନ ମଜଦୁର ସଂଘର୍ଷ କମିଟିର ଏସଏସ ପାନ୍ଧେର କହିଛନ୍ତି, ମନ୍ତ୍ରୀ ଆମକୁ ସାଢ଼େ ୩ ଘଣ୍ଟା କାଳ ଅପେକ୍ଷା କରାଇଲେ। ଏହା ଚାଷୀଙ୍କୁ ଅପମାନ। ସରକାରଙ୍କ ସହ ଆମର ମାତ୍ର ୩୦ ମିନିଟ୍‌ ଫେସ ଟୁ ଫେସ ଆଲୋଚନା ହୋଇଛି। ଆମେ ଦୀର୍ଘ ଘଣ୍ଟା ବସିବା ପରେ ମନ୍ତ୍ରୀ ଆସିଲେ ଓ ସରକାର ଦେଇଥିବା ପ୍ରସ୍ତାବ ଉପରେ ବିଚାର କରିବାକୁ ପରାମର୍ଶ ଦେଲେ। ଏଥିସହ ଆଲୋଚନାକୁ ଏଠାରେ ସେ ବନ୍ଦ କରୁଥିବା ମଧ୍ୟ କହିଛନ୍ତି। ତେଣୁ ଆମେ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବେ ଜାରି ରଖିବୁ।

ଭାରତୀୟ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାଇତ କହିଛନ୍ତି, ଯୋଜନା ଅନୁସାରେ ୨୬ ତାରିଖରେ ବିଶାଳ ଟ୍ରାକ୍ଟର ରାଲି ହେବ। ୧୦ମ ରାଉଣ୍ଡ ବୈଠକ ବେଳେ ସରକାର ଆମକୁ ଦେଇଥିବା ପ୍ରସ୍ତାବ ଠାରୁ ଆଉ କିଛି ଭଲ ବିକଳ୍ପ ନାହିଁ ବୋଲି କହିଛନ୍ତି। ଏହାର ଅର୍ଥ ସେମାନେ କୃଷି ଆଇନକୁ ପ୍ରତ୍ୟାହାର କରିବେ ନାହିଁ। ବୈଠକ ବେଳେ ସରକାର ୨ ବର୍ଷ ପାଇଁ କୃଷି ଆଇନ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ପ୍ରସ୍ତାବ ଦେଇଥିଲେ।

ଏହି ପ୍ରସ୍ତାବ ଗ୍ରହଣ କରିବା ପରେ ହିଁ ଆଗକୁ ବୈଠକ ବସିବ ବୋଲି ରୋକଠୋକ ଶୁଣାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲଞ୍ଚ ବ୍ରେକ ପରେ ଆମେ ଦୀର୍ଘ ଘଣ୍ଟା କାଳ ବସି ରହିଥିଲେ ହେଁ ମନ୍ତ୍ରୀ ଆସି ନଥିଲେ ବୋଲି ରାକେଶ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos