ହୋଲି ପରେ ଦିଲ୍ଲୀ ବିତର୍କ, ବାଚସ୍ପତିଙ୍କ ରୁଲିଂକୁ ନେଇ ବିରୋଧୀ କ୍ଷୁବ୍ଧ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ସାଂପ୍ରଦାୟିକ ହିଂସା ଉପରେ ସଂସଦରେ ବିତର୍କ ହେବ। ବିରୋଧୀ ଦୁଇ ଦିନ ହେଲା ଏହି ପ୍ରସଙ୍ଗରେ ସରକାରଙ୍କୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଘେରିବାରୁ ଶେଷରେ ଏହା ଉପରେ ଜବାବ ଦେବାକୁ ସରକାର ରାଜି ହୋଇଛନ୍ତି। ବିରୋଧୀ ଦଳ ଗୁଡ଼ିକ ତତ୍କାଳ ଏହା ଉପରେ ବିତର୍କ ଚାହୁଁଥିଲେ ହେଁ ଲୋକସଭା ବାଚସ୍ପତି ଓମ ବିର୍ଲା ହୋଲି ପରେ ଏହା ଉପରେ ଆଲୋଚନା ହେବ ବୋଲି ରୁଲିଂ ଦେଇଛନ୍ତି। […]

q

q

Hemant Lenka
  • Published: Tuesday, 03 March 2020
  • Updated: 03 March 2020, 03:45 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ସାଂପ୍ରଦାୟିକ ହିଂସା ଉପରେ ସଂସଦରେ ବିତର୍କ ହେବ। ବିରୋଧୀ ଦୁଇ ଦିନ ହେଲା ଏହି ପ୍ରସଙ୍ଗରେ ସରକାରଙ୍କୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଘେରିବାରୁ ଶେଷରେ ଏହା ଉପରେ ଜବାବ ଦେବାକୁ ସରକାର ରାଜି ହୋଇଛନ୍ତି।

ବିରୋଧୀ ଦଳ ଗୁଡ଼ିକ ତତ୍କାଳ ଏହା ଉପରେ ବିତର୍କ ଚାହୁଁଥିଲେ ହେଁ ଲୋକସଭା ବାଚସ୍ପତି ଓମ ବିର୍ଲା ହୋଲି ପରେ ଏହା ଉପରେ ଆଲୋଚନା ହେବ ବୋଲି ରୁଲିଂ ଦେଇଛନ୍ତି। ବାଚସ୍ପତିଙ୍କ ଏଭଳି ରୁଲିଂକୁ ନେଇ ବିରୋଧୀ ପୁଣିଥରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି।

ଗତକାଲି ଭଳି ଆଜି ସଂସଦ ବାହାରେ ଓ ଭିତରେ ଦିଲ୍ଲୀ ହିଂସାକୁ ନେଇ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ସୋମବାର ଭଳି ଆଜି ବି ଗୃହ କାର୍ଯ୍ୟ ଚାଲି ନ ପାରିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ। ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପୁଣିଥରେ ଦିଲ୍ଲୀ ହିଂସାକୁ ନେଇ ବିରୋଧୀ ହୋହାଲ୍ଲା କରିଥିଲେ।

ଏହି ସମୟରେ ବାଚସ୍ପତି କହିଥିଲେ ଯେ “ଦିଲ୍ଲୀ ହିଂସା ଉପରେ ବିତର୍କ କରିବାକୁ ସରକାର ରାଜି ଅଛନ୍ତି। ଦିଲ୍ଲୀ ହିଂସା ଉପରେ ଆଲୋଚନା ହୋଲି ପରେ ହେବ। ଆପଣମାନେ ସମସ୍ତେ ଏହି ଆସନ(ବାଚସ୍ପତି)ର ନିଷ୍ପତ୍ତିକୁ ମାନିବା ଦରକାର। ହୋଲି ୧୦ ତାରିଖରେ ପଡ଼ୁଛି। ତେଣୁ ୧୧ ତାରିଖରେ ଏହା ଉପରେ ବିତର୍କ ହେବ।”

ବାଚସ୍ପତି ଦିଲ୍ଲୀ ହିଂସା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କୁ ବିତର୍କ ପାଇଁ ସମୟ ଦେଇଥିବାରୁ ବିରୋଧୀ ଦଳଗୁଡ଼ିକ କ୍ଷୁବ୍ଧ ହୋଇଛନ୍ତି। ସେମାନେ ପ୍ଲାକାର୍ଡ ଠାରୁ ଆରମ୍ଭ କରି ଗୃହରେ କାଗଜ ଫୋପାଡ଼ି ଥିଲେ। ସେହିପରି ସାଂସଦମାନେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ।

ଦିଲ୍ଲୀ ହିଂସାରେ ଏଯାଏ ୪୮ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତକାଲି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ବିରୋଧୀଙ୍କ ହଟଗୋଳ ଯୋଗୁ ଗୃହ କାର୍ଯ୍ୟ ଚାଲି ପାରି ନଥିଲା।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସାଂସଦମାନେ ହୋହାଲ୍ଲା କରିଥିଲେ। ଏଥିରେ ବାଚସ୍ପତି ଓମ ବିର୍ଲା କ୍ଷୁବ୍ଧ ହୋଇ ସମସ୍ତଙ୍କୁ ଚେତାବନୀ ଦେଇଥିଲେ। ଉଭୟ ଶାସକ ଓ ବିରୋଧୀ ଦଳର ସାଂସଦଙ୍କୁ ଚେତାବନୀ ଦେଇ ସେ କହିଥିଲେ ଯେ ଯଦି ଗୃହ କାର୍ଯ୍ୟ ବେଳେ କୌଣସି ସାଂସଦ ମଧ୍ୟ ଭାଗକୁ ଆସନ୍ତି କିମ୍ବା ପରସ୍ପରର ଆସନ ପାଖକୁ ଯାଇ ହୋହାଲ୍ଲା କରନ୍ତି, ତା’ହେଲେ ତାଙ୍କୁ ଅଧିବେଶନ ଶେଷ ହେବା ଯାଏ ଗୃହରୁ ନିଲମ୍ବିତ କରାଯିବ।

ଏଥିସହ ସାଂସଦମାନଙ୍କୁ ପ୍ଲାକାର୍ଡ ଧରି ଗୃହକୁ ନ ଆସିବା ପାଇଁ ମଧ୍ୟ ବାଚସ୍ପତି କହିଛନ୍ତି। ସେହିପରି ଯେତେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲେ ମଧ୍ୟ ପ୍ରଶ୍ନକାଳ ପରେ ହିଁ ଏହା ଉପରେ ଆଲୋଚନା ହେବ। କିନ୍ତୁ ବାଚସ୍ପତିଙ୍କ ଚେତାବନୀ ସତ୍ତ୍ୱେ ଏକାଧିକ ସାଂସଦ ହଟ୍ଟଗୋଳ କରିଥିଲେ।

ସରକାର ଦିଲ୍ଲୀ ହିଂସା ଉପରେ ବିତର୍କ କରିବାକୁ ପଛ ଘୁଞ୍ଚା ଦେଉଥିବାରୁ ବିରୋଧୀ ଦଳଗୁଡ଼ିକ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ଆଜି ଲୋକସଭା ମୁଲତବୀ ହେବା ପରେ ଆପ ସାଂସଦମାନେ ଗତକାଲି ଭଳି ଆଜି ମଧ୍ୟ ସଂସଦ ଭବନରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story