୧୬୨ ନୁହେଁ, କରୋନା ନେଇଛି ୭୩୪ ଡାକ୍ତରଙ୍କ ଜୀବନ!

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଦେଶରେ ୧୬୨ ଜଣ ଡାକ୍ତର ପ୍ରାଣ ହରାଇଥିବା ସରକାର ରାଜ୍ୟସଭାକୁ ଅବଗତ କରାଇଥିଲେ। ତେବେ ସରକାରଙ୍କ ଏହି ସଂଖ୍ୟାରେ ତ୍ରୁଟି ରହିଥିବା ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) କହିଛି। କରୋନା ଯୋଗୁ ୧୬୨ ନୁହେଁ ବରଂ ୭୩୪ ଜଣ ଡାକ୍ତରଙ୍କ ଜୀବନ ଯାଇଥିବା ଆଇଏମଏ ପକ୍ଷରୁ କୁହାଯାଇଛି। ଆଇଏମଏ ୨୦୨୦ ନଭେମ୍ବର ମାସରେ ତା’ର ତଥ୍ୟକୁ ପ୍ରଥମେ ସରକାରଙ୍କ ଆଗରେ ଉପସ୍ଥାପନ କରିଥିଲା। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ଡାକ୍ତରଙ୍କ ମୃତ୍ୟୁ ସମ୍ପର୍କିତ […]

da

da

Hemant Lenka
  • Published: Wednesday, 03 February 2021
  • Updated: 03 February 2021, 06:50 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଦେଶରେ ୧୬୨ ଜଣ ଡାକ୍ତର ପ୍ରାଣ ହରାଇଥିବା ସରକାର ରାଜ୍ୟସଭାକୁ ଅବଗତ କରାଇଥିଲେ। ତେବେ ସରକାରଙ୍କ ଏହି ସଂଖ୍ୟାରେ ତ୍ରୁଟି ରହିଥିବା ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) କହିଛି। କରୋନା ଯୋଗୁ ୧୬୨ ନୁହେଁ ବରଂ ୭୩୪ ଜଣ ଡାକ୍ତରଙ୍କ ଜୀବନ ଯାଇଥିବା ଆଇଏମଏ ପକ୍ଷରୁ କୁହାଯାଇଛି।

ଆଇଏମଏ ୨୦୨୦ ନଭେମ୍ବର ମାସରେ ତା’ର ତଥ୍ୟକୁ ପ୍ରଥମେ ସରକାରଙ୍କ ଆଗରେ ଉପସ୍ଥାପନ କରିଥିଲା। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ଡାକ୍ତରଙ୍କ ମୃତ୍ୟୁ ସମ୍ପର୍କିତ ଅପଡେଟ୍‌ ତଥ୍ୟ ପ୍ରଦାନ କରାଯାଇଥିଲା। ଆଇଏମଏ କହିଛି ଯେ ଫେବୃଆରୀ ୩ ସୁଦ୍ଧା ଦେଶରେ ୭୩୪ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ୪୩୧ ଜଣ ସାଧାରଣ ପ୍ରାଟିସନର୍ସ। ସେହିପରି କରୋନାରେ ପ୍ରାଣ ହରାଇଥିବା ୨୫ ଜଣ ଡାକ୍ତରଙ୍କ ବୟସ ୩୫ ବର୍ଷରୁ କମ।

ଆଇଏମଏ ସଭାପତି ଡା ଜେଏ ଜୟାଲାଲ କହିଛନ୍ତି, “କାର୍ଯ୍ୟ କରିବା ବେଳେ କେତେ ଜଣ ଡାକ୍ତର କରୋନା ଯୋଗୁ ପ୍ରାଣ ହରାଇଛନ୍ତି, ତା’ର ତଥ୍ୟ ନଥିବା ସରକାର ସେପ୍ଟେମ୍ବର ମାସରେ ଘୋଷଣା କରିଥିଲେ। ଏହାପରେ ଆମେ ସ୍ୱେଚ୍ଛାକୃତ ଭାବେ ନଭେମ୍ବର ଓ ଜାନୁଆରୀ ମାସରେ ଅପଡେଟ୍‌ ତଥ୍ୟ ଉପସ୍ଥାପନ କରିଥିଲୁ।

ତଥାପି ସରକାର ଭୁଲ ତଥ୍ୟ ଦେଇଛନ୍ତି। ଯେଉଁମାନେ ସରକାରୀ ବୀମା ପାଇବାକୁ ଯୋଗ୍ୟ, ସେମାନଙ୍କୁ କରୋନା ମୃତ୍ୟୁ ତାଲିକାରେ ସାମିଲ କରାଯାଇଛି। ସେମାନେ ସଂସଦରେ କହିପାରି ଥାଆନ୍ତେ ଯେ ଆମେ ତଥ୍ୟକୁ ଯାଞ୍ଚ କରୁଛୁ। କିନ୍ତୁ ସରକାର ୧୬୨ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଥିବା କହିଛନ୍ତି।”

ଆଇଏମଏ ସାଧାରଣ ସମ୍ପାଦକ ଡା. ଜୟେଶ ଲେଲେ କହିଛନ୍ତି ବୀମା ପାଇବାକୁ ଥିବା ଅଧିକାଂଶ ଡାକ୍ତର ସରକାରୀ ହସ୍ପିଟାଲରେ କାମ କରୁଥିଲେ। ବୀମା ପାଇବାକୁ ଯୋଗ୍ୟ ନଥିବା ଡାକ୍ତରଙ୍କୁ କରୋନା ମୃତ୍ୟୁ ତାଲିକାରେ ସାମିଲ କରାଯାଇ ନାହିଁ। ଆମେ ସରକାରଙ୍କ ବିରୋଧରେ ମାମଲା କରିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story