ଚାଇନା ଉପରେ ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ: ବ୍ୟାନ୍‌ ହେଲା ଟିକ୍‌ଟକ୍‌ ସହ ୫୯ ଆପ

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିବା ଚାଇନାକୁ ମହଙ୍ଗା ପଡ଼ିଛି। ସୀମା ବିବାଦ ପାଇଁ ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି। ଟିକଟକ, ହ୍ୟାଲୋ ଓ ୟୁସି ବ୍ରାଉଜର ଭଳି ୫୯ଟି ଚାଇନିଜ ଆପକୁ ଆଜି ଭାରତ ସରକାର ଦେଶରେ ଅସିଦ୍ଧ ଘୋଷଣା କରିଛନ୍ତି। ଏହାବାଦ ଶେୟାର ଇଟ୍‌, ଲଇକି, ଭାଇରସ କ୍ଲିନର, ଜେଣ୍ଡର ଓ ବିୟୁଟି ପ୍ଲସ ଭଳି ଆପ୍‌ ମଧ୍ୟ ବ୍ୟାନ୍‌ ହୋଇଛି। ଏହି ଆପ୍‌ ଜରିଆରେ […]

du

du

Hemant Lenka
  • Published: Monday, 29 June 2020
  • Updated: 29 June 2020, 09:02 PM IST

Sports

Latest News

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିବା ଚାଇନାକୁ ମହଙ୍ଗା ପଡ଼ିଛି। ସୀମା ବିବାଦ ପାଇଁ ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି। ଟିକଟକ, ହ୍ୟାଲୋ ଓ ୟୁସି ବ୍ରାଉଜର ଭଳି ୫୯ଟି ଚାଇନିଜ ଆପକୁ ଆଜି ଭାରତ ସରକାର ଦେଶରେ ଅସିଦ୍ଧ ଘୋଷଣା କରିଛନ୍ତି। ଏହାବାଦ ଶେୟାର ଇଟ୍‌, ଲଇକି, ଭାଇରସ କ୍ଲିନର, ଜେଣ୍ଡର ଓ ବିୟୁଟି ପ୍ଲସ ଭଳି ଆପ୍‌ ମଧ୍ୟ ବ୍ୟାନ୍‌ ହୋଇଛି।

ଏହି ଆପ୍‌ ଜରିଆରେ ଚାଇନିଜ କମ୍ପାନୀଗୁଡ଼ିକ ଭାରତୀୟଙ୍କ ତଥ୍ୟ ଚୋରି କରୁଥିବାରୁ ଭାରତ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ଟିକଟକରେ ଚାଇନିଜ ଆପ୍‌ ହୋଇଥିଲେ ହେଁ ଭାରତରେ ସର୍ବାଧିକ ଲୋକ ଏହାକୁ ଡାଉନଲୋଡ କରିଥିଲେ। ଦ୍ୱିତୀୟରେ ଚାଇନା ଥିବା ବେଳେ ତୃତୀୟରେ ଆମେରିକା ରହିଥିଲା।

ଆପଗୁଡ଼ିକ‌ ଜରିଆରେ ଚାଇନା କୋଟିକୋଟି ଟଙ୍କା ଭାରତରୁ ଆୟ କରୁଥିଲା। ବିଶେଷ କରି ଯୁବଗୋଷ୍ଠୀ ଟିକଟକ ପ୍ରେମରେ ପଡ଼ିଥିଲେ। ଛୋଟ ପିଲାଠାରୁ ବୁଡ଼ା ପର୍ଯ୍ୟନ୍ତ ଟିକଟକ ବ୍ୟବହାର କରୁଥିଲେ।

୨୦୨୦ର ପ୍ରଥମ କ୍ୱାର୍ଟରରେ ଚାଇନାର ଟିକଟକ ବ୍ୟବହାରକାରୀଙ୍କ ସଂଖ୍ୟା ୧.୫ ବିଲିୟନ ଅତିକ୍ରମ କରିଥିଲା। ଏହା ମଧ୍ୟରୁ ୬୧୧ ମିଲିୟନ ଟିକଟକ ବ୍ୟବହାରକାରୀ ଭାରତରେ ରହିଥିଲେ। କରୋନା ଭାଇରସ ବିଶ୍ୱରେ ବ୍ୟାପିବା ପରେ ଟିକଟକର ଚାହିଦା ଅଧିକ ବଢ଼ିଥିଲା। ଏବେ କିନ୍ତୁ ଭାରତ ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି।

ଜୁନ୍‌ ୧୫ରେ ଭାରତ ଓ ଚାଇନା ସେନା ଲଦାଖର ଗଲୱାନରେ ମୁହାଁମୁହିଁ ହୋଇଥିଲେ। ଏହି ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ସେବେଠାରୁ ବୟକଟ ଚାଇନା ପାଇଁ ଦେଶବାସୀ ଦାବି କରିଥିଲେ। ଶେଷରେ ଭାରତ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ବ୍ୟାନ ହୋଇଥିବା ଆପଗୁଡ଼ିକ କ’ଣ ଜାଣନ୍ତୁ

TikTok
Shareit
Kwai
UC Browser
Baidu map
Shein
Clash of Kings
DU battery saver
Helo
Likee
YouCam makeup
Mi Community
CM Browers
Virus Cleaner
APUS Browser
ROMWE
Club Factory
Newsdog
Beutry Plus
WeChat
UC News
QQ Mail
Weibo
Xender
QQ Music
QQ Newsfeed
Bigo Live
SelfieCity
Mail Master
Parallel Space
Mi Video Call Xiaomi
WeSync
ES File Explorer
Viva Video QU Video Inc
Meitu
Vigo Video
New Video Status
DU Recorder
Vault- Hide
Cache Cleaner DU App studio
DU Cleaner
DU Browser
Hago Play With New Friends
Cam Scanner
Clean Master Cheetah Mobile
Wonder Camera
Photo Wonder
QQ Player
We Meet
Sweet Selfie
Baidu Translate
Vmate
QQ International
QQ Security Center
QQ Launcher
U Video
V fly Status Video
Mobile Legends
DU Privacy

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos