ସରକାରଙ୍କ ବଡ଼ ଘୋଷଣା: ସୁଧ ଉପରେ ସୁଧ ଦେବାକୁ ପଡ଼ିବନି

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ୨ କୋଟି ଟଙ୍କା ଯାଏ ଋଣ କରିଥିବା ବ୍ୟକ୍ତି ଓ ସଂସ୍ଥାକୁ ସୁଧ ଉପରେ କୌଣସି ପ୍ରକାରର ଅତିରିକ୍ତ ସୁଧ ଦେବାକୁ ପଡ଼ିବ ନାହିଁ। କରୋନା ଲକଡାଉନ ପାଇଁ କେନ୍ଦ୍ର ସରକାର ମୋରାଟରିୟମ ପିରିୟଡ ଘୋଷଣା କରିଥିଲେ। ଅର୍ଥାତ ଋଣକାରୀ ଚାହିଁଲେ, ସେମାନଙ୍କ ଇଏମଆଇ ଦେବେ ନାହିଁ ଓ ପରବର୍ତ୍ତୀ ଅବସ୍ଥାରେ ଏହାକୁ ପୈଠ କରିବେ। କିନ୍ତୁ ଇଏମଆଇ ବାବଦରେ […]

fdc

fdc

Hemant Lenka
  • Published: Saturday, 24 October 2020
  • Updated: 24 October 2020, 06:12 PM IST

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ୨ କୋଟି ଟଙ୍କା ଯାଏ ଋଣ କରିଥିବା ବ୍ୟକ୍ତି ଓ ସଂସ୍ଥାକୁ ସୁଧ ଉପରେ କୌଣସି ପ୍ରକାରର ଅତିରିକ୍ତ ସୁଧ ଦେବାକୁ ପଡ଼ିବ ନାହିଁ। କରୋନା ଲକଡାଉନ ପାଇଁ କେନ୍ଦ୍ର ସରକାର ମୋରାଟରିୟମ ପିରିୟଡ ଘୋଷଣା କରିଥିଲେ। ଅର୍ଥାତ ଋଣକାରୀ ଚାହିଁଲେ, ସେମାନଙ୍କ ଇଏମଆଇ ଦେବେ ନାହିଁ ଓ ପରବର୍ତ୍ତୀ ଅବସ୍ଥାରେ ଏହାକୁ ପୈଠ କରିବେ। କିନ୍ତୁ ଇଏମଆଇ ବାବଦରେ ଅର୍ଥ ଦେଉ ନଥିବା ଲୋକଙ୍କୁ ସୁଧ ଉପରେ ଅଧିକ ସୁଧ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା।

ଏହି କାରଣରୁ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଥିଲା। କିନ୍ତୁ ଏବେ କେନ୍ଦ୍ର ସରକାର ୨ କୋଟି ଟଙ୍କା ଯାଏ ଋଣ ଉପରେ କୌଣସି ପ୍ରକାରର ଅତିରିକ୍ତ ସୁଧ ଲାଗୁ ହେବନାହିଁ ବୋଲି କହିଛନ୍ତି।

କରୋନା ସଙ୍କଟ ବେଳେ ସମସ୍ୟାରେ ପଡ଼ିଥିବା ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବାକୁ ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ମାର୍ଚ୍ଚ ୧ରୁ ଅଗଷ୍ଟ ୩୧ ଯାଏ ଋଣର କିସ୍ତି ପ୍ରଦାନ ସମ୍ପର୍କରେ ବଡ଼ ଘୋଷଣା କରିଥିଲା। ଆରବିଆଇ ପକ୍ଷରୁ ମୋରାଟୋରିୟମ ପିରିୟଡର ଘୋଷଣା କରାଯାଇଥିଲା। ଅର୍ଥାତ ଏହି ସମୟରେ କିସ୍ତି ନ ଦେଇ ଜଣେ ଋଣକାରୀ ପରବର୍ତ୍ତୀ ଅବସ୍ଥାରେ ଏହାକୁ ପୈଠ କରିପାରିବେ। କିନ୍ତୁ ଏହି ସମୟରେ ଇଏମଆଇ ପୈଠ କରି ନଥିବା ଲୋକଙ୍କଠାରୁ ବ୍ୟାଙ୍କ ଚାହିଁଲେ ସୁଧ ଉପରେ ସୁଧ ନେଇ ପାରିବ ବୋଲି ଆରବିଆଇ ବିକଳ୍ପ ରଖିଥିଲା।

ଏହାକୁ ଅନେକ ବିରୋଧ କରିଥିଲେ। କରୋନା ସଙ୍କଟ ଯୋଗୁ ସବୁ ସ୍ତରର ଲୋକ ସମସ୍ୟାରେ ପଡ଼ିଥିବା ବେଳେ ବକେୟା କିସ୍ତି ଉପରେ ଅତିରିକ୍ତ ସୁଧ ଆଦାୟ ନିଷ୍ପତ୍ତିକୁ ବିରୋଧ କରି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି।

ଏସବୁ ଭିତରେ ସରକାର ସତ୍ୟପାଠ ଦାଖଲ କରି କହିଥିଲେ ଯେ ୨ କୋଟି ଟଙ୍କା ଯାଏ ସୁଧ ଉପରେ ଲାଗୁ ହେଉଥିବା ସୁଧକୁ ଛାଡ଼ କରାଯିବ। ହେଲେ ଏହି ନିୟମକୁ ଲାଗୁ କରିବାରେ ସରକାର ବିଳମ୍ବ କରୁଥିବାରୁ ସୁପ୍ରିମକୋର୍ଟ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜି ଅର୍ଥ ମନ୍ତ୍ରଣାଳୟ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story