ବାହାଘର ଖର୍ଚ୍ଚରେ ପଡ଼ିପାରେ ଜିଏସ୍‌ଟି ଚଡ଼କ

ନୂଆଦିଲ୍ଲୀ: ଚଳିତବର୍ଷ ନୋଟବନ୍ଦୀ ଓ ଜିଏସ୍‌ଟି କାରଣରୁ ବାହାଘର ଖର୍ଚ୍ଚ ବଢ଼ିପାରେ। ଫଟୋଗ୍ରାଫି,ଅଳଙ୍କାର ଓ କପଡ଼ା ସମେତ ଅନ୍ୟାନ୍ୟ ସାମଗ୍ରୀ ପାଇଁ  ପୂର୍ବ ତୁଳନାରେ ଅଧିକ ଅର୍ଥ ଗଣିବାକୁ ପଡ଼ିବ। କହିବାକୁ ଗଲେ ପୂର୍ବ ବଜେଟ୍ ତୁଳନାରେ ଏଥର ବାହାଘର ଖର୍ଚ୍ଚ ୧୦ରୁ୧୫ ପ୍ରତିଶତ ମହଙ୍ଗା ହୋଇପାରେ। ଜିଏସ୍‌ଟି ଓ ନୋଟବନ୍ଦୀ କାରଣରୁ ଅନେକ ଜିନିଷର ମୂଲ୍ୟରେ ପରିର୍ତ୍ତନ ହୋଇଛି। ଫଳରେ ଆଗକୁ ବିବାହ ସିଜିନ୍‌ରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ଏସୋଚେମ୍‌ ଅନୁସାରେ ଏହି ବିବାହ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 01:47 PM IST

Sports

Latest News

ନୂଆଦିଲ୍ଲୀ: ଚଳିତବର୍ଷ ନୋଟବନ୍ଦୀ ଓ ଜିଏସ୍‌ଟି କାରଣରୁ ବାହାଘର ଖର୍ଚ୍ଚ ବଢ଼ିପାରେ। ଫଟୋଗ୍ରାଫି,ଅଳଙ୍କାର ଓ କପଡ଼ା ସମେତ ଅନ୍ୟାନ୍ୟ ସାମଗ୍ରୀ ପାଇଁ  ପୂର୍ବ ତୁଳନାରେ ଅଧିକ ଅର୍ଥ ଗଣିବାକୁ ପଡ଼ିବ। କହିବାକୁ ଗଲେ ପୂର୍ବ ବଜେଟ୍ ତୁଳନାରେ ଏଥର ବାହାଘର ଖର୍ଚ୍ଚ ୧୦ରୁ୧୫ ପ୍ରତିଶତ ମହଙ୍ଗା ହୋଇପାରେ।

ଜିଏସ୍‌ଟି ଓ ନୋଟବନ୍ଦୀ କାରଣରୁ ଅନେକ ଜିନିଷର ମୂଲ୍ୟରେ ପରିର୍ତ୍ତନ ହୋଇଛି। ଫଳରେ ଆଗକୁ ବିବାହ ସିଜିନ୍‌ରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ। ଏସୋଚେମ୍‌ ଅନୁସାରେ ଏହି ବିବାହ ଋତୁରେ  ଅଳଙ୍କାର ଓ ପୋଷାକ କିଣିବା, ବିୟୁଟି ପାର୍ଲିର, ହୋଟେଲ, ମ୍ୟାରେଜ ହଲ୍, କୋରିୟର ଓ ଅନ୍ୟ ସେବା ପାଇଁ  ପୂର୍ବ ତୁଳନାରେ  ଅଧିକ ଟଙ୍କା ଦେବାକୁ ପଡ଼ିବ।

ରିପୋର୍ଟ ଅନୁସାରେ ଜିଏସ୍‌ଟି ଲାଗୁ ହେବା ପରେ  ଶପିଂଙ୍ଗ, ଟେଣ୍ଡ୍‌ ବୁକିଂ ଓ କ୍ୟାଟରିଂ ପରି ଅନେକ ଗୁରୁତ୍ୱପୂର୍ଣ୍ଣ  ଜିନିଷର ମୂଲ୍ୟ ଢେର ବଢ଼ି ଯାଇଛି। ଏହି ସେବା ବାବଦକୁ ଅଧିକାଂଶ ୧୮ରୁ ୨୮ ପ୍ରତିଶତ ପର୍ଯ୍ୟନ୍ତ ଜିଏସ୍‌ଟି ଲାଗିଛି।  ଯାହା ପୂର୍ବରୁ  ନ ଥିଲା।

ଜିଏସ୍‌ଟି ପୂର୍ବରୁ  ଟେଣ୍ଡ୍‌ ବୁକିଂ ଓ କ୍ୟାଟରିଂ ସମେତ  ଆଉ କିଛି ସେବା ଯୋଗାଉଥିବା ଲୋକ ଅଣ ପଞ୍ଜୀକୃତ ବିଲ୍ ବ୍ୟବହାର କରୁଥିଲେ। ଏହା ଉପରେ  ସେମାନଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡୁ ନ ଥିଲା।

ଏବେ ୫୦୦ ଟଙ୍କାରୁ ଅଧିକ ଟଙ୍କାର ଜୋତା କିଣିଲେ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡୁଛି। ସେହିପରି ସୁନା ଓ ହୀରା ଅଳଙ୍କାର ଉପରେ ଟିକସ ୧.୬ ପ୍ରତିଶତରୁ ବୃଦ୍ଧି ହୋଇ ୩ ପ୍ରତିଶତ କରାଯାଇଛି। ପଞ୍ଚ ତରକା ହୋଟେଲରେ ବାହାଘର ପାଇଁ ୨୮ ପ୍ରତିଶତ ଜିଏସ୍‌ଟି ଲାଗିବ। ଇଭେଣ୍ଟ ମ୍ୟାନଜମେଣ୍ଟ ଆଉଟଫିଟ୍‌ ବାବଦକୁ ୧୮ ପ୍ରତିଶତ ଜିଏସ୍‌ଟି  ଦେବାକୁ ପଡୁଛି। ହଲ୍  ଓ ଗାର୍ଡନେକୁ ବିବାହ ବୁକିଙ୍ଗ୍‌ କରିବା ପାଇଁ ଆପଣଙ୍କୁ ଏହି ବର୍ଗରେ ଟିକସ୍‌ ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos